ମାନସ ସ୍ୱାଇଁ ହତ୍ୟା ମାମଲା, ଜେଲରୁ ବାହାରିଲେ ଶର୍ମିଷ୍ଠାର ସହଯୋଗୀ ଝୁନା

ଭଦ୍ରକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲା। ଅଭିଯୁକ୍ତ ଶର୍ମିଷ୍ଠା ରାଉତର ଅନ୍ୟତମ ସହଯୋଗୀ  ଝୁନା ଭୋଇକୁ ଜାମିନ୍‌। ପିତାଙ୍କର ଶାରୀରିକ ଅସୁସ୍ଥତା କାରଣ ଦର୍ଶାଇ ଓଡ଼ିଶା ଉଚ୍ଚ ନ୍ୟାୟଳୟଙ୍କ ନିକଟରେ ଆବେଦନ କରିଥିଲେ ଝୁନା। ଆଉ ହାଇକୋର୍ଟ ତାଙ୍କୁ ଏକ ମାସ ପାଇଁ ଜାମିନ ଦେଇଛନ୍ତି। ଆସନ୍ତା ଜୁଲାଇ ୨୭ ତାରିଖରେ ଜିଲ୍ଲା ଜଜ୍‌ କୋର୍ଟରେ ଆତ୍ମ ସମର୍ପଣ କରିବାକୁ ମଧ୍ୟ ଆଦେଶ ଦେଇଛନ୍ତି  ମାନ୍ୟବର ହାଇକୋର୍ଟ। ଏହି ହାଇ ପ୍ରୋଫାଇଲ ଅପହରଣ ହତ୍ୟାକାଣ୍ଡ ଘଟଣାର ତଦନ୍ତ ରାଜ୍ୟ କ୍ରାଇମ ବ୍ରାଞ୍ଚ କରି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ତାର ସହଯୋଗୀ ଝୁନା ଭୋଇ, ରାଜ୍‌ ଓରଫ ରଞ୍ଜନ ନାୟକ ଓ ଅବସରପ୍ରାପ୍ତ ରାଜ୍ୟ ମୁଖ୍ୟ ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ  ନିରଞ୍ଜନ ସେଠି ପ୍ରମୁଖଙ୍କୁ ଗିରଫ କରିଥିଲା।  ଏବେ ସେମାନେ ଭଦ୍ରକ ସ୍ୱତନ୍ତ୍ର ଉପ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଅଟକ ଅଛନ୍ତି।  ମାମାଲା ଭଦ୍ରକ ଜିଲ୍ଲା ଜଜ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଆଦାଲତରେ ବିଚାରାଧୀନ ଅଛି। 

ମାନସ ସ୍ୱାଇଁ ହତ୍ୟା ମାମଲା, ଜେଲରୁ ବାହାରିଲେ  ଶର୍ମିଷ୍ଠାର ସହଯୋଗୀ ଝୁନା

ଭଦ୍ରକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲା। ଅଭିଯୁକ୍ତ ଶର୍ମିଷ୍ଠା ରାଉତର ଅନ୍ୟତମ ସହଯୋଗୀ  ଝୁନା ଭୋଇକୁ ଜାମିନ୍‌। ପିତାଙ୍କର ଶାରୀରିକ ଅସୁସ୍ଥତା କାରଣ ଦର୍ଶାଇ ଓଡ଼ିଶା ଉଚ୍ଚ ନ୍ୟାୟଳୟଙ୍କ ନିକଟରେ ଆବେଦନ କରିଥିଲେ ଝୁନା। ଆଉ ହାଇକୋର୍ଟ ତାଙ୍କୁ ଏକ ମାସ ପାଇଁ ଜାମିନ ଦେଇଛନ୍ତି। ଆସନ୍ତା ଜୁଲାଇ ୨୭ ତାରିଖରେ ଜିଲ୍ଲା ଜଜ୍‌ କୋର୍ଟରେ ଆତ୍ମ ସମର୍ପଣ କରିବାକୁ ମଧ୍ୟ ଆଦେଶ ଦେଇଛନ୍ତି  ମାନ୍ୟବର ହାଇକୋର୍ଟ। 

ଏହି ହାଇ ପ୍ରୋଫାଇଲ ଅପହରଣ ହତ୍ୟାକାଣ୍ଡ ଘଟଣାର ତଦନ୍ତ ରାଜ୍ୟ କ୍ରାଇମ ବ୍ରାଞ୍ଚ କରି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ତାର ସହଯୋଗୀ ଝୁନା ଭୋଇ, ରାଜ୍‌ ଓରଫ ରଞ୍ଜନ ନାୟକ ଓ ଅବସରପ୍ରାପ୍ତ ରାଜ୍ୟ ମୁଖ୍ୟ ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ  ନିରଞ୍ଜନ ସେଠି ପ୍ରମୁଖଙ୍କୁ ଗିରଫ କରିଥିଲା।  ଏବେ ସେମାନେ ଭଦ୍ରକ ସ୍ୱତନ୍ତ୍ର ଉପ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଅଟକ ଅଛନ୍ତି।  ମାମାଲା ଭଦ୍ରକ ଜିଲ୍ଲା ଜଜ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଆଦାଲତରେ ବିଚାରାଧୀନ ଅଛି।