ମାନିଲେ ପ୍ରଧାନମନ୍ତ୍ରୀ, ହିନ୍ଦୁଙ୍କୁ ଖୋଜି ଖୋଜି କରାଯାଉଛି ଅତ୍ୟାଚାର
ଢାକା, ୦୯।୦୮: ବାଂଲାଦେଶରେ ଜାରି ରହିଥିବା ରାଜନୈତିକ ହିଂସା ମଧ୍ୟରେ କାମଚଳା ସରକାର ଶପଥ ନେଇଛି । ଏହି ସରକାରରେ ନୋବେଲ୍ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ପ୍ରଧାନମନ୍ତ୍ରୀ ଭାବେ ଦ଼୍ବାୟିତ଼୍ବ ଗ୍ରହଣ କରିଛନ୍ତି । ସେ ତାଙ୍କ ପ୍ରଥମ ବୟାନ୍ରେ ବାଂଲାଦେଶରେ ଚାଲିଥିବା ହିଂସାରେ ହିନ୍ଦୁ, ଶିଖ୍, ବୈଦ୍ଧ ଏବଂ ଖ୍ରୀଷ୍ଟିଆନଙ୍କ ସମେତ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କୁ ଖୋଜି ଖୋଜି ସେମାନଙ୍କ ଉପରେ ହତ୍ୟା କରାଯାଉଥିବା ସ଼୍ବୀକାର କରିଛନ୍ତି । ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ନୂତନ ମୁଖ୍ୟ […] The post ମାନିଲେ ପ୍ରଧାନମନ୍ତ୍ରୀ, ହିନ୍ଦୁଙ୍କୁ ଖୋଜି ଖୋଜି କରାଯାଉଛି ଅତ୍ୟାଚାର appeared first on Dharitri Odia News.
ଢାକା, ୦୯।୦୮: ବାଂଲାଦେଶରେ ଜାରି ରହିଥିବା ରାଜନୈତିକ ହିଂସା ମଧ୍ୟରେ କାମଚଳା ସରକାର ଶପଥ ନେଇଛି । ଏହି ସରକାରରେ ନୋବେଲ୍ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ପ୍ରଧାନମନ୍ତ୍ରୀ ଭାବେ ଦ଼୍ବାୟିତ଼୍ବ ଗ୍ରହଣ କରିଛନ୍ତି । ସେ ତାଙ୍କ ପ୍ରଥମ ବୟାନ୍ରେ ବାଂଲାଦେଶରେ ଚାଲିଥିବା ହିଂସାରେ ହିନ୍ଦୁ, ଶିଖ୍, ବୈଦ୍ଧ ଏବଂ ଖ୍ରୀଷ୍ଟିଆନଙ୍କ ସମେତ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କୁ ଖୋଜି ଖୋଜି ସେମାନଙ୍କ ଉପରେ ହତ୍ୟା କରାଯାଉଥିବା ସ଼୍ବୀକାର କରିଛନ୍ତି । ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ନୂତନ ମୁଖ୍ୟ ମହମ୍ମଦ ୟୁନୁସ ରାଜନୈତିକ ସଙ୍କଟ ଦେଇ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଆକ୍ରମଣ ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଥିବା ଦେଖିବାକୁ ମିଳୁଛି ।
ରାଜନୈତିକ ଅସ୍ଥିରତା ମଧ୍ୟରେ ଦଙ୍ଗାର ମୁକାବିଲା କରୁଥିବା ବାଂଲାଦେଶ ସରକାର ହିନ୍ଦୁ, ବୈଦ୍ଧ ଏବଂ ଖ୍ରୀଷ୍ଟିଆନଙ୍କ ସମେତ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଯେତେବେଳେ ୟୁନୁସଙ୍କୁ ପଚରାଯାଇଥିଲା, ସେତେବେଳେ ସେ ଏହାକୁ ଏଡ଼ାଇ ଦେଇଥିଲେ । ଏହା ଏକ ଷଡଯନ୍ତ୍ର ବୋଲି କହିଥିଲେ। ଏହି ଷଡଯନ୍ତ୍ରକୁ ଶେଷ କରି ସରକାର ସମସ୍ତଙ୍କ ସୁରକ୍ଷା ନିଶ୍ଚିତ କରିବ ବୋଲି ସେ କହିଛନ୍ତି। ଏହାପୂର୍ବରୁ ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ଭାବରେ ଶପଥ ଗ୍ରହଣ କରିଥିବାରୁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହମ୍ମଦ ୟୁନୁସଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆଶା ପ୍ରକଟ କରିଛନ୍ତି ଯେ ଦେଶରେ ସ଼୍ବଭାବିକତା ଶୀଘ୍ର ପୁନଃସ୍ଥାପିତ ହେବ ଏବଂ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ନିଶ୍ଚିତ ହେବ।
The post ମାନିଲେ ପ୍ରଧାନମନ୍ତ୍ରୀ, ହିନ୍ଦୁଙ୍କୁ ଖୋଜି ଖୋଜି କରାଯାଉଛି ଅତ୍ୟାଚାର appeared first on Dharitri Odia News.