୨୦୨୪ ଶେଷ ସପ୍ତାହରେ ଏହି ୬ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ହେବ ଧନ ବର୍ଷା
ଆଉ କିଛିଦିନ ପରେ ଆରମ୍ଭ ହେବ ଇଂରାଜୀ ନବବର୍ଷ। ଏବେ ଡିସେମ୍ବର ସରିବାକୁ ଯାଉଛି। ତେବେ ଏହି ମାସର ଶେଷ ସପ୍ତାହ ଅର୍ଥାତ୍ ୨୩ ଡିସେମ୍ବରରୁ ୨୯ ଡିସେମ୍ବର ପର୍ଯ୍ୟନ୍ତ କିଛି ରାଶିର ଭାଗ୍ୟ ଚମକିବ। ଜ୍ୟୋତିଷ୍ୟବିଦ୍ୟା ଅନୁଯାୟୀ, ଏହି ସପ୍ତାହ ୬ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ହେବ। ଏହି ରାଶିମାନଙ୍କର କ୍ୟାରିୟର, ସ୍ବାସ୍ଥ୍ୟ ସମସ୍ୟା ଖୁବ୍ ଭଲ ରହିବା ସହ ଧନ ବର୍ଷା ହେବ। ମେଷ: ଏହି ସପ୍ତାହରେ ମେଷ ରାଶିର ବ୍ୟକ୍ତିବିଶେଷଙ୍କୁ ଧନ […] The post ୨୦୨୪ ଶେଷ ସପ୍ତାହରେ ଏହି ୬ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ହେବ ଧନ ବର୍ଷା appeared first on Dharitri Odia News.
ଆଉ କିଛିଦିନ ପରେ ଆରମ୍ଭ ହେବ ଇଂରାଜୀ ନବବର୍ଷ। ଏବେ ଡିସେମ୍ବର ସରିବାକୁ ଯାଉଛି। ତେବେ ଏହି ମାସର ଶେଷ ସପ୍ତାହ ଅର୍ଥାତ୍ ୨୩ ଡିସେମ୍ବରରୁ ୨୯ ଡିସେମ୍ବର ପର୍ଯ୍ୟନ୍ତ କିଛି ରାଶିର ଭାଗ୍ୟ ଚମକିବ। ଜ୍ୟୋତିଷ୍ୟବିଦ୍ୟା ଅନୁଯାୟୀ, ଏହି ସପ୍ତାହ ୬ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ହେବ। ଏହି ରାଶିମାନଙ୍କର କ୍ୟାରିୟର, ସ୍ବାସ୍ଥ୍ୟ ସମସ୍ୟା ଖୁବ୍ ଭଲ ରହିବା ସହ ଧନ ବର୍ଷା ହେବ।
ମେଷ: ଏହି ସପ୍ତାହରେ ମେଷ ରାଶିର ବ୍ୟକ୍ତିବିଶେଷଙ୍କୁ ଧନ ପ୍ରାପ୍ତିର ଯୋଗ ରହିଛି। ଏଥିସହିତ ଅଟକି ରହିଥିବା କାର୍ଯ୍ୟ ଶୀଘ୍ର ପୂରଣ ହେବ। ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ। କିଛି ଅର୍ଥ ଦୁଃଖିରଙ୍କିଙ୍କୁ ଦାନ କରନ୍ତୁ ମା’ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ଅଜାଡ଼ି ହୋଇପଡ଼ିବ। ଅର୍ଥାତ୍ ମାସର ଶେଷ ସପ୍ତାହରେ ଆପଣଙ୍କର ଧନ ଲାଭ ହେବ।
କର୍କଟ: ଏହି ରାଶିର ବ୍ୟକ୍ତିମାନଙ୍କୁ ମଧ୍ୟ ଧନ ପ୍ରାପ୍ତିର ସୁଯୋଗ ରହିଥିବା ବେଳେ ପ୍ରେମ ସମ୍ପର୍କ ଅତ୍ୟନ୍ତ ନିବିଡ଼ ହେବ। ଆପଣଙ୍କ ଜୀବନରେ କୌଣସ ଜଣେ ବିଶେଷ ବ୍ୟକ୍ତିଙ୍କ ଏଣ୍ଟ୍ରି ହୋଇପାରେ।
ସିଂହ: କ୍ୟାରିୟର-ବ୍ୟବସାୟିକ ସ୍ଥିତି ଠିକ୍ ରହିବ। ବିବାହ ଯୋଗ ରହିଛି। ଅଧିକ ଫଳ ପାଇବା ପାଇଁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବ।
ତୁଳା: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶେଷ ସପ୍ତାହ ଶୁଭ ଫଳ ପ୍ରଦାନ କରିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଧନର ସ୍ଥିତିରେ ସୁଧାର ଆସିବ। ଚାକିରି ଖୋଜୁଥିବା ଲୋକମାନଙ୍କୁ ଶୁଭ ସମ୍ବାଦ ମିଳିବ।
କୁମ୍ଭ: ସେହିପରି ଉପରୋକ୍ତ ୪ ରାଶି ପରି କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ ମଧ୍ୟ ମାସର ଶେଷ ଅର୍ଥାତ୍ ବର୍ଷର ଶେଷ ସପ୍ତାହରେ ଶୁଭ ଫଳ ଲାଭ କରିବେ। କ୍ୟାରିୟର ସ୍ଥିତି ଭଲ ରହିବ। କିଛି ଶୁଭ ସୂଚନା ମିଳିପାରେ। ପାଖରେ ଥିବା ଧନ, ସମ୍ପତ୍ତିର ଖର୍ଚ୍ଚ ଦେଖିଚାହିଁ କରନ୍ତୁ। ଧନର ଆଗମନ ବଢ଼ିବ। ବ୍ୟାଙ୍କ ବାଲାନ୍ସ ମଧ୍ୟ ବଢ଼ିବ।
ବିଛା: ଏହି ସପ୍ତାହରେ ବିଛା ରାଶିର ଲୋକଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ରାଶିମାନଙ୍କୁ ଟଙ୍କା ପଇସାର ସମସ୍ୟା ସାମ୍ନା କରିବାକୁ ପଡ଼ିପାରେ। ସତର୍କ ରହି ଚାଲନ୍ତୁ।
The post ୨୦୨୪ ଶେଷ ସପ୍ତାହରେ ଏହି ୬ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ହେବ ଧନ ବର୍ଷା appeared first on Dharitri Odia News.