ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼
ଜେରୁଜେଲମ୍,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା ଦେଇଛି। ଇରାନର ଇସଫହାନ ସହରରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଇସଫହାନରେ ନ୍ୟୁକ୍ଲିୟର୍ ପ୍ଲାଣ୍ଟ ଅଛି। ଇସଫାହାନ ବ୍ୟତୀତ ତାବ୍ରିଜ ସହରରେ ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଭିଛି। ଏହାସା ଏୟାରପୋର୍ଟରେ ମଧ୍ୟ ମିଶାଇଲ ମାଡ ହୋଇଛି। ବିସ୍ଫୋରଣ ପରେ ପ୍ରାୟ ୮ଟି ବିମାନର ମାର୍ଗ ପରିବର୍ତ୍ତନ ହୋଇଛି। ଇସ୍ରାଏଲ […] The post ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼ appeared first on Dharitri Odia News.
ଜେରୁଜେଲମ୍,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା ଦେଇଛି। ଇରାନର ଇସଫହାନ ସହରରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଇସଫହାନରେ ନ୍ୟୁକ୍ଲିୟର୍ ପ୍ଲାଣ୍ଟ ଅଛି। ଇସଫାହାନ ବ୍ୟତୀତ ତାବ୍ରିଜ ସହରରେ ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଭିଛି। ଏହାସା ଏୟାରପୋର୍ଟରେ ମଧ୍ୟ ମିଶାଇଲ ମାଡ ହୋଇଛି। ବିସ୍ଫୋରଣ ପରେ ପ୍ରାୟ ୮ଟି ବିମାନର ମାର୍ଗ ପରିବର୍ତ୍ତନ ହୋଇଛି।
ଇସ୍ରାଏଲ ଏପର୍ଯ୍ୟନ୍ତ ଏହି ଆକ୍ରମଣକୁ ନିଶ୍ଚିତ କରିନାହିଁ। ଯଦିଓ ଇରାନ କହିଛି ଯେ, ଇସ୍ରାଏଲ ଆକ୍ରମଣ ହୋଇଛି। ଇରାନ ତେହେରାନ, ଇସଫାହାନ ଏବଂ ଶିରାଜ ବିମାନବନ୍ଦର ସମେତ ଅନେକ ଅଞ୍ଚଳରେ ବିମାନ ଚଳାଚଳ ସ୍ଥଗିତ ରଖିଛି। ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ମଧ୍ୟ ସକ୍ରିୟ କରାଯାଇଛି।
୧୩ ଏପ୍ରିଲରେ ବିଳମ୍ବିତ ରାତିରେ ଇସ୍ରାଏଲକୁ ୩୦୦ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରି ସିରିଆରେ ଥିବା ସେମାନଙ୍କ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ପାଇଁ ଇରାନ ପ୍ରତିଶୋଧ ନେଇଥିଲା। ଏହା ପରେ ଇସ୍ରାଏଲର ପ୍ରତିଶୋଧ ପରାୟଣ କାର୍ଯ୍ୟ ବିଷୟରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ୫ ଥର କ୍ୟାବିନେଟ ବୈଠକ କରିଥିଲେ। ତେବେ ଅନେକ ଦେଶ ଏହାକୁ ବିରୋଧ କରୁଥିଲେ ମଧ୍ୟ ନେତାନ୍ୟାହୁ ଏବେ ପ୍ରତିଶୋଧ ନେଇଛନ୍ତି।
The post ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼ appeared first on Dharitri Odia News.