ପ୍ରୋଟକଲ୍ ଭାଙ୍ଗିଲେ ମୁଖମନ୍ତ୍ରୀ: ନାନୋ ଚଲାଇଲେ କେଭି ସିଂହଦେ, ପାଖରେ ମୋହନ
ଭୁବନେଶ୍ୱର,୩।୧: କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ଶୁକ୍ରବାର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳଛି। ମୁଖ୍ୟମନ୍ତ୍ରୀ ମୋହନ ମାଝି ନାନୋ କାରରେ ବସି ବରମୁଣ୍ଡା ପଡିଆରୁ ଲୋକସେବା ଭବନକୁ ଯାଇଛନ୍ତି । ତେବେ ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ସେ ଉକ୍ତ ନାନୋ କାରକୁ ଚଲାଉଥିଲେ । ଏହାସହ ତାଙ୍କ କାରର ପଛ ସିଟ୍ରେ କୃଷି ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ବସିଥିଲେ। ତେବେ ପ୍ରୋଟୋକଲ ଭାଙ୍ଗି ମୁଖ୍ୟମନ୍ତ୍ରୀ ନାନୋ […] The post ପ୍ରୋଟକଲ୍ ଭାଙ୍ଗିଲେ ମୁଖମନ୍ତ୍ରୀ: ନାନୋ ଚଲାଇଲେ କେଭି ସିଂହଦେ, ପାଖରେ ମୋହନ appeared first on Dharitri Odia News.
ଭୁବନେଶ୍ୱର,୩।୧: କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ଶୁକ୍ରବାର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳଛି। ମୁଖ୍ୟମନ୍ତ୍ରୀ ମୋହନ ମାଝି ନାନୋ କାରରେ ବସି ବରମୁଣ୍ଡା ପଡିଆରୁ ଲୋକସେବା ଭବନକୁ ଯାଇଛନ୍ତି । ତେବେ ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ସେ ଉକ୍ତ ନାନୋ କାରକୁ ଚଲାଉଥିଲେ । ଏହାସହ ତାଙ୍କ କାରର ପଛ ସିଟ୍ରେ କୃଷି ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ବସିଥିଲେ। ତେବେ ପ୍ରୋଟୋକଲ ଭାଙ୍ଗି ମୁଖ୍ୟମନ୍ତ୍ରୀ ନାନୋ କାରରେ ବସି ଯାତ୍ରା କରୁଥିବା ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାକୁ ଲାଗୁଛି।
ତେବେ କାରକେଡ ଛାଡି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନାନୋ ଗାଡିରେ ଯିବାକୁ ନେଇ ଚର୍ଚ୍ଚା ବଢିଛି । କୃଷି ଓଡ଼ିଶା କାର୍ଯ୍ୟକ୍ରମରେ କାର୍ଯ୍ୟସାରି ମୁଖ୍ୟମନ୍ତ୍ରୀ ନିଜ କାମ ସାରିବା ପରେ, ସଚିବାଳୟ ଯିବାକୁ ବାହାରିଥିଲେ । ଏହି ସମୟରେ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ତାଙ୍କୁ ନାନୋ କାରରେ ବସି ଲୋକସେବା ଭବନ ଯିବାକୁ କହିଥିଲେ । ଆଉ ଉପ-ମୁଖ୍ୟମନ୍ତ୍ରୀଙ୍କ କଥା ରଖି, ପ୍ରୋଟୋକଲ ଭାଙ୍ଗିବା ସହ ନାନୋ କାରରେ ବସି ଲୋକସେବା ଭବନକୁ ଯାଇଥିଲେ ମୋହନ ।
ପୂର୍ବରୁ ମଧ୍ୟଁ ବୁକ୍ ହେଇଥିବା ସ୍ବତନ୍ତ୍ର ଫ୍ଲାଇଟକୁ ବାତିଲ କରି ସାଧାରଣ ଲୋକଙ୍କ ଭଳି ବିମାନରେ ଯାତ୍ରା କରିଥିଲେ ମୋହନ ମାଝୀ । ଯାହାକି ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା ।
The post ପ୍ରୋଟକଲ୍ ଭାଙ୍ଗିଲେ ମୁଖମନ୍ତ୍ରୀ: ନାନୋ ଚଲାଇଲେ କେଭି ସିଂହଦେ, ପାଖରେ ମୋହନ appeared first on Dharitri Odia News.