ସ୍ବାମୀଙ୍କୁ ଖଟଗୋଡ଼ରେ ବାନ୍ଧି ଇଲେକ୍ଟ୍ରି କରେଣ୍ଟ୍ ଦେଇଦେଲେ ସ୍ତ୍ରୀ, କାରଣ ଜାଣିଲେ…
ଲକ୍ଷ୍ନୌ,୩୧ା୫: ସ୍ବାମୀ-ସ୍ତ୍ରୀ ବିବାହରେ ସାତଜନ୍ମର ସାଥୀ ହେବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥାନ୍ତି। ମାତ୍ର କିଛି କିଛି କାରଣକୁ ନେଇ ସାରା ଜୀବନ ହାତ ଧରି ବାଟ ଚାଲିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଣିରଗାର ପାଲଟିଯାଏ। ରକ୍ତମୁଖା ହୋଇଉଠେ ସ୍ତ୍ରୀ। ଏପରିକି ଜୀବନରୁ ମାରିଦେବାକୁ ମଧ୍ୟ ନିଷ୍ପତ୍ତି ନେଇଥାଏ। ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶରେ। ଫୋନ ପାଇଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ଯୋଗୁ ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ କରେଣ୍ଟ […] The post ସ୍ବାମୀଙ୍କୁ ଖଟଗୋଡ଼ରେ ବାନ୍ଧି ଇଲେକ୍ଟ୍ରି କରେଣ୍ଟ୍ ଦେଇଦେଲେ ସ୍ତ୍ରୀ, କାରଣ ଜାଣିଲେ… appeared first on Dharitri Odia News.
ଲକ୍ଷ୍ନୌ,୩୧ା୫: ସ୍ବାମୀ-ସ୍ତ୍ରୀ ବିବାହରେ ସାତଜନ୍ମର ସାଥୀ ହେବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥାନ୍ତି। ମାତ୍ର କିଛି କିଛି କାରଣକୁ ନେଇ ସାରା ଜୀବନ ହାତ ଧରି ବାଟ ଚାଲିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଣିରଗାର ପାଲଟିଯାଏ। ରକ୍ତମୁଖା ହୋଇଉଠେ ସ୍ତ୍ରୀ। ଏପରିକି ଜୀବନରୁ ମାରିଦେବାକୁ ମଧ୍ୟ ନିଷ୍ପତ୍ତି ନେଇଥାଏ। ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶରେ।
ଫୋନ ପାଇଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ଯୋଗୁ ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ କରେଣ୍ଟ ଦେଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ, କ୍ରିକେଟ ବ୍ୟାଟ୍ରେ ସ୍ବାମୀଙ୍କ ମୁଣ୍ଡରେ ମଧ୍ୟ ଆକ୍ରମଣ କରିଥିଲେ। ମହିଳାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି।
କିଶନି ଥାନା ଅନ୍ତର୍ଗତ ପଦ୍ମପୁର ଗାଁରେ ଏହି ଘଟଣା ଘଟିଛି। ପ୍ରଦୀପ କୁମାର ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ବେବି ଯାଦବଙ୍କ ସହ ରୁହନ୍ତି। ଦୁହେଁ ପ୍ରାୟ ୧୭ ବର୍ଷ ହେବ ବିବାହ କରିଛନ୍ତି। ତାଙ୍କର ଏକ ୧୪ ବର୍ଷର ପୁଅ ମଧ୍ୟ ଅଛି।
ପ୍ରଦୀପଙ୍କ ଅଭିଯୋଗ ଅନୁଯାୟୀ, ମେ’ ୧୮ରେ ତାଙ୍କ ସ୍ତ୍ରୀ ବେବି ତାଙ୍କ ଖାଦ୍ୟରେ ନିଶା ଦେଇଥିଲେ ଏବଂ ସେ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଇଲେକ୍ଟ୍ରି ଶକ୍ ଦେଇଥିଲେ। ଆଘାତ ପାଇବାରୁ ପ୍ରଦୀପ ଖଟରୁ ତଳକୁ ପଡ଼ିଯାଇଥିଲେ। ଏତିକିରେ ବି ବେବିଙ୍କ ମନ ବୁଝିଲାନି ସେ ପୁଣି ପ୍ରଦୀପଙ୍କୁ କରେଣ୍ଟ ଦେଇଥିଲେ।
ଚିତ୍କାର ଶୁଣି ପୁଅ ଅଂଶ କୋଠରିରେ ପହଞ୍ଚି ପିତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଏହା ପରେ ବେବି ସେଠାରେ ଥିବା ବ୍ୟାଟ୍ରେ ପ୍ରଦୀପଙ୍କ ମୁଣ୍ଡ ଏବଂ ଶରୀର ଉପରେ ଅନେକ ଥର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯେତେବେଳେ ପୁଅ ପିତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲେ, ବେବି ତାଙ୍କୁ ଆକ୍ରମଣ କରିଥିଲେ। ପ୍ରଦୀପ ଅଭିଯୋଗ କରିଛନ୍ତି ଯେ ବେବି ତାଙ୍କୁ, ତାଙ୍କ ପୁଅ ଏବଂ ମାଆ ସିଆ ଦେବୀଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି।
ଅଭିଯୋଗରେ ପ୍ରଦୀପ ଦର୍ଶାଇଛନ୍ତି ଯେ, ତାଙ୍କ ସ୍ତ୍ରୀ ପ୍ରତିଦିନ କିଛି ବ୍ୟକ୍ତିଙ୍କ ସହ ଫୋନ୍ରେ କଥା ହେଉଥିଲେ। ପ୍ରଦୀପ ଏହାକୁ ବିରୋଧ କରିଥିଲେ ଏବଂ ତାଙ୍କ ପିତାମାତାଙ୍କ ପରାମର୍ଶରେ ବେବିଙ୍କ ଫୋନ ଆଣି ତାଙ୍କ ପାଖରେ ରଖିଥିଲେ। ଏହି କାରଣରୁ ବେବି ତାଙ୍କୁ ସାଂଘାତିକ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଏହି ଆକ୍ରମଣରେ ପ୍ରଦୀପ ଗୁରୁତର ହୋଇଛନ୍ତି। ବେବିଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ପୋଲିସ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି। ପ୍ରଦୀପ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
The post ସ୍ବାମୀଙ୍କୁ ଖଟଗୋଡ଼ରେ ବାନ୍ଧି ଇଲେକ୍ଟ୍ରି କରେଣ୍ଟ୍ ଦେଇଦେଲେ ସ୍ତ୍ରୀ, କାରଣ ଜାଣିଲେ… appeared first on Dharitri Odia News.