ମାନ୍ଦାବସ୍ଥା ଭୟରେ ସେୟାର ମାର୍କେଟ୍ କ୍ରାସ୍, ଦିନକରେ ବୁଡ଼ିଲା ୧୭ ଲକ୍ଷ କୋଟି ଟଙ୍କା, ବଡ଼ ବିପର୍ଯ୍ୟୟର ଆଶଂକା

ନୂଆଦିଲ୍ଲୀ: ଆମେରିକାରେ ମାନ୍ଦାବସ୍ଥା ଆଶଂକା ଯୋଗୁଁ ଭାରତୀୟ ସେୟାର ବଜାରରେ ହାହାକାର ସୃଷ୍ଟି ହୋଇଛି । ସପ୍ତାହର ପ୍ରଥମ କାରବାର ଦିନ ସୋମବାର ବଜାର ନିବେଶକଙ୍କୁ ବଡ଼ ଝଟକା ଦେଇ ବନ୍ଦ ହେଇଛି । ଆଜି ସେନସେକ୍ସ ୨୨୨୨.୫୫ ଅଙ୍କ ବା ୨.୭୪% ଖସି ୭୮୭୫୯.୪୦ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୬୬୨.୧୦ ଅଙ୍କ ବା ୨.୬୮ ପ୍ରତିଶତ କମି ୨୪୦୫୫.୬୦ ସ୍ତରରେ ବନ୍ଦ ହୋଇଛି । ସେୟାର ବଜାରରେ ଆଜିର ଏହି ବିପର୍ଯ୍ୟୟ ପାଇଁ ନିବେଶକଙ୍କୁ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ।ସୋମବାର କରାବାର ବେଳେ ସେନସେକ୍ସ ୨୬୮୬ ଅଙ୍କ ଖସି ୭୮୨୯୫ ସ୍ତର ତଳକୁ ଚାଲି ଯାଇଥିଲା । ଅନ୍ୟପଟେ ନିଫ୍ଟି ୮୨୪ ଅଙ୍କ ଖସି ଜୁନ୍ ୨୬ ପରେ ପ୍ରଥମ ଥର ପାଇଁ ୨୪,୦୦୦ ତଳକୁ ଚାଲି ଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ଏହା ଜୁନ୍ ୪ ପରେ ସବୁଠୁ ବଡ଼ ଇନଟ୍ରା-ଡେ ହ୍ରାସ ଥିଲା । ଉଲ୍ଲେଖଯୋଗ୍ୟ ଯେ ଜୁନ୍ ୪ରେ ଲୋକସଭା ନିର୍ବାଚନ ଫଳାଫଳ ପରେ ସେୟାର ବଜାର କ୍ରାସ୍ ହୋଇଥିଲା ।ଉଲ୍ଲେଖଯୋଗ୍ୟ ଯେ ଆମେରିକାର ଆର୍ଥିକ ଏବଂ ବେରୋଜଗାରୀ ଡାଟା ନିବେଶକଙ୍କ ମନରେ ପୁଣି ଥରେ ମାନ୍ଦାବସ୍ଥା ଭୟକୁ ବଢାଇଛି । ଜୁଲାଇରେ ଆମେରିକାର ନିଯୁକ୍ତି ବୃଦ୍ଧି ଅନୁମାନଠାରୁ ବହୁ କମ ରହିଥିଲା । ଦେଶର ଶ୍ରମ ବିଭାଗ ଡାଟା ଅନୁସାରେ ଗତ ମାସରେ ଅଣ-କୃଷି ପେରୋଲରେ କେବଳ ୧,୧୪,୦୦୦ ନିଯୁକ୍ତି ବଢିଥିଲା, ଯାହା ୧,୭୫,୦୦୦ର ଅନୁମାନଠାରୁ ବହୁତ କମ ରହିଛି । ଅନ୍ୟପଟେ ବେକାରୀ

ମାନ୍ଦାବସ୍ଥା ଭୟରେ ସେୟାର ମାର୍କେଟ୍ କ୍ରାସ୍, ଦିନକରେ ବୁଡ଼ିଲା ୧୭ ଲକ୍ଷ କୋଟି ଟଙ୍କା, ବଡ଼ ବିପର୍ଯ୍ୟୟର ଆଶଂକା

ନୂଆଦିଲ୍ଲୀ: ଆମେରିକାରେ ମାନ୍ଦାବସ୍ଥା ଆଶଂକା ଯୋଗୁଁ ଭାରତୀୟ ସେୟାର ବଜାରରେ ହାହାକାର ସୃଷ୍ଟି ହୋଇଛି । ସପ୍ତାହର ପ୍ରଥମ କାରବାର ଦିନ ସୋମବାର ବଜାର ନିବେଶକଙ୍କୁ ବଡ଼ ଝଟକା ଦେଇ ବନ୍ଦ ହେଇଛି । ଆଜି ସେନସେକ୍ସ ୨୨୨୨.୫୫ ଅଙ୍କ ବା ୨.୭୪% ଖସି ୭୮୭୫୯.୪୦ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୬୬୨.୧୦ ଅଙ୍କ ବା ୨.୬୮ ପ୍ରତିଶତ କମି ୨୪୦୫୫.୬୦ ସ୍ତରରେ ବନ୍ଦ ହୋଇଛି । ସେୟାର ବଜାରରେ ଆଜିର ଏହି ବିପର୍ଯ୍ୟୟ ପାଇଁ ନିବେଶକଙ୍କୁ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ।

ସୋମବାର କରାବାର ବେଳେ ସେନସେକ୍ସ ୨୬୮୬ ଅଙ୍କ ଖସି ୭୮୨୯୫ ସ୍ତର ତଳକୁ ଚାଲି ଯାଇଥିଲା । ଅନ୍ୟପଟେ ନିଫ୍ଟି ୮୨୪ ଅଙ୍କ ଖସି ଜୁନ୍ ୨୬ ପରେ ପ୍ରଥମ ଥର ପାଇଁ ୨୪,୦୦୦ ତଳକୁ ଚାଲି ଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ଏହା ଜୁନ୍ ୪ ପରେ ସବୁଠୁ ବଡ଼ ଇନଟ୍ରା-ଡେ ହ୍ରାସ ଥିଲା । ଉଲ୍ଲେଖଯୋଗ୍ୟ ଯେ ଜୁନ୍ ୪ରେ ଲୋକସଭା ନିର୍ବାଚନ ଫଳାଫଳ ପରେ ସେୟାର ବଜାର କ୍ରାସ୍ ହୋଇଥିଲା ।

ଉଲ୍ଲେଖଯୋଗ୍ୟ ଯେ ଆମେରିକାର ଆର୍ଥିକ ଏବଂ ବେରୋଜଗାରୀ ଡାଟା ନିବେଶକଙ୍କ ମନରେ ପୁଣି ଥରେ ମାନ୍ଦାବସ୍ଥା ଭୟକୁ ବଢାଇଛି । ଜୁଲାଇରେ ଆମେରିକାର ନିଯୁକ୍ତି ବୃଦ୍ଧି ଅନୁମାନଠାରୁ ବହୁ କମ ରହିଥିଲା । ଦେଶର ଶ୍ରମ ବିଭାଗ ଡାଟା ଅନୁସାରେ ଗତ ମାସରେ ଅଣ-କୃଷି ପେରୋଲରେ କେବଳ ୧,୧୪,୦୦୦ ନିଯୁକ୍ତି ବଢିଥିଲା, ଯାହା ୧,୭୫,୦୦୦ର ଅନୁମାନଠାରୁ ବହୁତ କମ ରହିଛି । ଅନ୍ୟପଟେ ବେକାରୀ ହାର ବଢି ୪.୩ ପ୍ରତିଶତ ହୋଇଛି, ଯାହା ତିନି ବର୍ଷର ସର୍ବୋଚ୍ଚ ସ୍ତର ।

ଜାପାନ ମୁଦ୍ରା ୟେନ ମଜଭୁତ ହେବା ଦ୍ୱାରା ୟେନ୍ କେରି ଟ୍ରେଡ୍‌ରେ ନିବେଶକ ନିଜ ପୋଜିସନକୁ କମ କରୁଥିବ ନଜର ଆସିଛନ୍ତି । ବ୍ୟାଙ୍କ ଅଫ୍ ଜାପାନ ଦ୍ୱାରା ସୁଧ ହାରକୁ ୦.୨୫ ପ୍ରତିଶତ ଯାଏ ବଢାଇବା ଏବଂ ବଣ୍ଡ୍ କିଣିବା କମ କରିବା ପରେ ୟେନ ମଜଭୁତ ହୋଇଛି । ଜାପାନରେ ଚାଲିଥିବା ଗତିବିଧିର ସିଧା ପ୍ରଭାବ ଭାରତୀୟ ଇନଫ୍ରାଷ୍ଟ୍ରକ୍ଚର କମ୍ପାନି ଉପରେ ପଡ଼ୁଛି । ଉଲ୍ଲେଖଯୋଗ୍ୟ ଯେ ଜାପାନରେ ଋଣ ଉପରେ ସୁଧ ହାର ଶୂନ ରହିଥାଏ । ଭାରତ ଯାହାର ସବୁଠୁ ବଡ଼ ଲାଭାର୍ଥୀ । ଏସବୁ ଭିତରେ ଜାପାନର ନିକ୍କେଇ ୧୩ ପ୍ରତିଶତର ବଡ଼ ହ୍ରାସ ସହ ସାତ ମାସର ସର୍ବନିମ୍ନ ସ୍ତରରେ ବନ୍ଦ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଏହି ହ୍ରାସ ୨୦୧୧ର ବୈଶ୍ୱିକ ଆର୍ଥିକ ସଂକଟ ପରେ ପ୍ରଥମ ।