ମାମୁଘରକୁ ଆସି ନାବାଳିକାଙ୍କ ଜୀବନଗଲା
ପାଟଣା,୧ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସୋରାସକେଲା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ମାମୁଘରକୁ ବୁଲିବାକୁ ଆସି ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଉଛନ୍ତି ଘଟଗାଁ ଥାନା ବିଣାଝରୀ ଗ୍ରାମର ପପୁ ନାଏକ ଓ ଚନ୍ଦ୍ରିକା ନାଏକଙ୍କ ୮ ବର୍ଷର ଝିଅ ରୀନା ନାଏକ। ରୀନା ମାଆଙ୍କ ସହ ସୋରାସକେଲା ଗ୍ରାମକୁ ମାମୁ ଇନ୍ଦ୍ରମଣି ବେଣ୍ଟକାର ଘରକୁ ୩ ମାସ ହେବ ବୁଲିବାକୁ ଆସିଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଘରେ […] The post ମାମୁଘରକୁ ଆସି ନାବାଳିକାଙ୍କ ଜୀବନଗଲା appeared first on Dharitri Odia News.
ପାଟଣା,୧ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସୋରାସକେଲା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ମାମୁଘରକୁ ବୁଲିବାକୁ ଆସି ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଉଛନ୍ତି ଘଟଗାଁ ଥାନା ବିଣାଝରୀ ଗ୍ରାମର ପପୁ ନାଏକ ଓ ଚନ୍ଦ୍ରିକା ନାଏକଙ୍କ ୮ ବର୍ଷର ଝିଅ ରୀନା ନାଏକ। ରୀନା ମାଆଙ୍କ ସହ ସୋରାସକେଲା ଗ୍ରାମକୁ ମାମୁ ଇନ୍ଦ୍ରମଣି ବେଣ୍ଟକାର ଘରକୁ ୩ ମାସ ହେବ ବୁଲିବାକୁ ଆସିଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଏକ ଚିତି ସାପ ତାଙ୍କୁ କାମୁଡ଼ି ଦେଇଥିଲା। ରୀନା କାନ୍ଦିବାରୁ ସାପ କାମୁଡ଼ିଥିବା ଜଣାପଡ଼ିବା ପରେ ପରିବାର ଲୋକେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ରୀନାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
The post ମାମୁଘରକୁ ଆସି ନାବାଳିକାଙ୍କ ଜୀବନଗଲା appeared first on Dharitri Odia News.