ମାରଣାସ୍ତ୍ର ଦେଖାଇ ନେଇଗଲେ ଟଙ୍କା, ସୁନା ଅଳଙ୍କାର

ପୁରୀ,୨୭।୧: ପୁରୀ ଜିଲା ଅସ୍ତରଙ୍ଗ ଆଳସାହିରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ବିଷ୍ଣୁ ଚରଣ ମଲ୍ଲିକଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଘର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେଇ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ମିଳିଥିବା ସୂଚନା ମୁତାବକ, ବିଷ୍ଣୁ ଚରଣଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ଗ୍ରୀଲ ତାଡି ଘରେ ପଶିଥିଲେ। ପରେ ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ […] The post ମାରଣାସ୍ତ୍ର ଦେଖାଇ ନେଇଗଲେ ଟଙ୍କା, ସୁନା ଅଳଙ୍କାର appeared first on Dharitri Odia News.

ମାରଣାସ୍ତ୍ର ଦେଖାଇ ନେଇଗଲେ ଟଙ୍କା, ସୁନା ଅଳଙ୍କାର

ପୁରୀ,୨୭।୧: ପୁରୀ ଜିଲା ଅସ୍ତରଙ୍ଗ ଆଳସାହିରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ବିଷ୍ଣୁ ଚରଣ ମଲ୍ଲିକଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଘର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେଇ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ବିଷ୍ଣୁ ଚରଣଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ଗ୍ରୀଲ ତାଡି ଘରେ ପଶିଥିଲେ। ପରେ ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ଏପରିକି ଆଲମିରାରୁ ନଗଦ ୧ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଧରି ଫେରାର ହୋଇଯାଇଥିଲେ। ଏନେଇ ବିଷ୍ଣୁ ଚରଣ ଥାନାରେ ଏକ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ମାରଣାସ୍ତ୍ର ଦେଖାଇ ନେଇଗଲେ ଟଙ୍କା, ସୁନା ଅଳଙ୍କାର appeared first on Dharitri Odia News.