ମାରାଥନବେଳେ ଫୁଟିଲା ଗୁଳି, ଯୁବକ ଗୁରୁତର
ରାଉରକେଲା,୨୨ା୧୨: ରବିବାର ମାରାଥନ କାର୍ଯ୍ୟକ୍ରମ ଚାଲିଥିବାବେଳେ ଗୁଳି ଫୁଟିଛି। ଫଳରେ ଏହି ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣଙ୍କ ହେଲେ ସଲିଳ କୁମାର ସାହୁ। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ରାଉରକେଲା ସେକ୍ଟର-୩ ଥାନା ଅଞ୍ଚଳରେ। ସଲିଳଙ୍କ ପିଠିରେ ଗୁଳି ବାଜିଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି। ସଲିଳ ରାଉରକେଲାର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। ସେ ମାରାଥନ ଆୟୋଜନ କରିଥିଲେ। ଆଜି ସକାଳେ […] The post ମାରାଥନବେଳେ ଫୁଟିଲା ଗୁଳି, ଯୁବକ ଗୁରୁତର appeared first on Dharitri Odia News.
ରାଉରକେଲା,୨୨ା୧୨: ରବିବାର ମାରାଥନ କାର୍ଯ୍ୟକ୍ରମ ଚାଲିଥିବାବେଳେ ଗୁଳି ଫୁଟିଛି। ଫଳରେ ଏହି ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣଙ୍କ ହେଲେ ସଲିଳ କୁମାର ସାହୁ। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ରାଉରକେଲା ସେକ୍ଟର-୩ ଥାନା ଅଞ୍ଚଳରେ। ସଲିଳଙ୍କ ପିଠିରେ ଗୁଳି ବାଜିଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି।
ସଲିଳ ରାଉରକେଲାର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। ସେ ମାରାଥନ ଆୟୋଜନ କରିଥିଲେ। ଆଜି ସକାଳେ ମାରାଥନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗୁଳି ଆସି ତାଙ୍କ ପିଠିରେ ବାଜିଥିଲା। ଘଟଣାସ୍ଥଳରୁ ଏକ ଖୋକା ଜବତ କରାଯାଇଛି।
The post ମାରାଥନବେଳେ ଫୁଟିଲା ଗୁଳି, ଯୁବକ ଗୁରୁତର appeared first on Dharitri Odia News.