ମାରୁତି ମିଡିଆର '୧୦୦ ଇଣ୍ଡଷ୍ଟ୍ରିଜ ଇନ୍ ଓଡ଼ିଶା' ଉନ୍ମୋଚିତ

ଭୁବନେଶ୍ୱର ୦୧।୦୬ : ପୁସ୍ତକ ' ୧୦୦ ଇଣ୍ଡଷ୍ଟ୍ରିଜ ଇନ୍ ଓଡ଼ିଶା ' ଉନ୍ମୋଚିତ । ଅଗ୍ରଣୀ ପ୍ରକାଶନୀ ସଂସ୍ଥା ମାରୁତି ମିଡିଆ ପକ୍ଷରୁ ପ୍ରକାଶିତ ଓଡ଼ିଶାର ଶିଳ୍ପସମୂହ ସମ୍ପର୍କିତ ଏହି ପୁସ୍ତକକୁ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଉନ୍ମୋଚିତ ହୋଇଯାଇଛି।ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ(ୟୁସିସିଆଇଏଲ୍) ର ସହଯୋଗରେ ପ୍ରସ୍ତୁତ ହୋଇଥିବା ଏହି ପୁସ୍ତକଟିକୁ ମୁଖ୍ୟ ଅତିଥି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ଉନ୍ମୋଚନ କରିବା ସହ ଏଭଳି ଏକ ପୁସ୍ତକ ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟା ଉପରେ ଧ୍ୟାନ ରଖୁଥିବା ବ୍ୟକ୍ତିବିଶେଷ ଏବଂ ଶିଳ୍ପାନୁଷ୍ଠାନ ପାଇଁ ଉପାଦେୟ ହେବ ବୋଲି କହିଥିଲେ।କାର୍ଯ୍ୟକ୍ରମରେ ସଭାପତିତ୍ବ କରି ୟୁସିସିଆଇଏଲ୍ ସଭାପତି ଶ୍ରୀ ବ୍ରହ୍ମା ମିଶ୍ର ଏଭଳି ଏକ ଅଭିନବ ପୁସ୍ତକ ପ୍ରକାଶନରେ ୟୁସିସିଆଇଏଲକୁ ସମ୍ପୃକ୍ତ କରାଇଥିବାରୁ ମାରୁତି ମିଡିଆର ନିର୍ଦ୍ଦେଶକ ମନୋଜ ପୃଷ୍ଟିଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ସେ ୟୁସିସିଆଇଏଲର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ।ସମାରୋହ ପ୍ରାରମ୍ଭରେ ମାରୁତି ମିଡିଆର ନିର୍ଦ୍ଦେଶକ ଶ୍ରୀ ପୃଷ୍ଟି ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ ପୁସ୍ତକ ପ୍ରକାଶନର ବିଭିନ୍ନ ଦିଗ ସମ୍ପର୍କରେ ପ୍ରକାଶ କରିଥିଲେ। ଏହି ଅବସରରେ ରାଜ୍ୟର ଷାଠିଏରୁ ଊର୍ଦ୍ଧ୍ବ ଶିଳ୍ପସଂସ୍ଥାକୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୁଶ୍ରୀ ଶ୍ରୀମୟା

 ମାରୁତି ମିଡିଆର '୧୦୦ ଇଣ୍ଡଷ୍ଟ୍ରିଜ ଇନ୍ ଓଡ଼ିଶା' ଉନ୍ମୋଚିତ

ଭୁବନେଶ୍ୱର ୦୧।୦୬ : ପୁସ୍ତକ ' ୧୦୦ ଇଣ୍ଡଷ୍ଟ୍ରିଜ ଇନ୍ ଓଡ଼ିଶା ' ଉନ୍ମୋଚିତ । ଅଗ୍ରଣୀ ପ୍ରକାଶନୀ ସଂସ୍ଥା ମାରୁତି ମିଡିଆ ପକ୍ଷରୁ ପ୍ରକାଶିତ ଓଡ଼ିଶାର ଶିଳ୍ପସମୂହ ସମ୍ପର୍କିତ ଏହି ପୁସ୍ତକକୁ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଉନ୍ମୋଚିତ ହୋଇଯାଇଛି।

ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ(ୟୁସିସିଆଇଏଲ୍) ର ସହଯୋଗରେ ପ୍ରସ୍ତୁତ ହୋଇଥିବା ଏହି ପୁସ୍ତକଟିକୁ ମୁଖ୍ୟ ଅତିଥି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ଉନ୍ମୋଚନ କରିବା ସହ ଏଭଳି ଏକ ପୁସ୍ତକ ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟା ଉପରେ ଧ୍ୟାନ ରଖୁଥିବା ବ୍ୟକ୍ତିବିଶେଷ ଏବଂ ଶିଳ୍ପାନୁଷ୍ଠାନ ପାଇଁ ଉପାଦେୟ ହେବ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ସଭାପତିତ୍ବ କରି ୟୁସିସିଆଇଏଲ୍ ସଭାପତି ଶ୍ରୀ ବ୍ରହ୍ମା ମିଶ୍ର ଏଭଳି ଏକ ଅଭିନବ ପୁସ୍ତକ ପ୍ରକାଶନରେ ୟୁସିସିଆଇଏଲକୁ ସମ୍ପୃକ୍ତ କରାଇଥିବାରୁ ମାରୁତି ମିଡିଆର ନିର୍ଦ୍ଦେଶକ ମନୋଜ ପୃଷ୍ଟିଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ସେ ୟୁସିସିଆଇଏଲର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ।

ସମାରୋହ ପ୍ରାରମ୍ଭରେ ମାରୁତି ମିଡିଆର ନିର୍ଦ୍ଦେଶକ ଶ୍ରୀ ପୃଷ୍ଟି ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ ପୁସ୍ତକ ପ୍ରକାଶନର ବିଭିନ୍ନ ଦିଗ ସମ୍ପର୍କରେ ପ୍ରକାଶ କରିଥିଲେ। ଏହି ଅବସରରେ ରାଜ୍ୟର ଷାଠିଏରୁ ଊର୍ଦ୍ଧ୍ବ ଶିଳ୍ପସଂସ୍ଥାକୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୁଶ୍ରୀ ଶ୍ରୀମୟା ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲା ବେଳେ ଶେଷରେ ୟୁସିସିଆଇଏଲର ସମ୍ପାଦକ ଅଶୋକ ସାରଦା ଧନ୍ୟବାଦ ଅର୍ପଣ କରିଥିଲେ।