ମାର୍ଚ୍ଚ ତ୍ରୈମାସିକରେ ଦେଶର ଜିଡିପିରେ ୭.୮% ଅଭିବୃଦ୍ଧି, ଦ୍ରୁତ ଗତିରେ ବଢ଼ୁଛି ଅର୍ଥନୀତି

ନୂଆଦିଲ୍ଲୀ,୩୧।୫: ନିର୍ବାଚନ ଫଳାଫଳ ପୂର୍ବରୁ ସରକାରଙ୍କୁ ବଡ଼ ଖୁସି ଖବର ମିଳିଛି। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ଭାରତୀୟ ଅର୍ଥନୀତି ୭.୮% ହାରରେ ବୃଦ୍ଧି ପାଇଛି। ଏହା ନିଜ ରିପୋର୍ଟରେ ଜିଡିପି ଅଭିବୃଦ୍ଧିର ଆକଳନ ମଧ୍ୟ କରିଛି। ରିପୋର୍ଟ ଅନୁଯାୟୀ, ୨୦୨୩-୨୪ ରେ ଜିଡିପି ୮.୨% ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଯେତେବେଳେ କି ୨୦୨୨-୨୩ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର […] The post ମାର୍ଚ୍ଚ ତ୍ରୈମାସିକରେ ଦେଶର ଜିଡିପିରେ ୭.୮% ଅଭିବୃଦ୍ଧି, ଦ୍ରୁତ ଗତିରେ ବଢ଼ୁଛି ଅର୍ଥନୀତି appeared first on Dharitri Odia News.

ମାର୍ଚ୍ଚ ତ୍ରୈମାସିକରେ ଦେଶର ଜିଡିପିରେ ୭.୮% ଅଭିବୃଦ୍ଧି, ଦ୍ରୁତ ଗତିରେ ବଢ଼ୁଛି ଅର୍ଥନୀତି

ନୂଆଦିଲ୍ଲୀ,୩୧।୫: ନିର୍ବାଚନ ଫଳାଫଳ ପୂର୍ବରୁ ସରକାରଙ୍କୁ ବଡ଼ ଖୁସି ଖବର ମିଳିଛି। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ଭାରତୀୟ ଅର୍ଥନୀତି ୭.୮% ହାରରେ ବୃଦ୍ଧି ପାଇଛି। ଏହା ନିଜ ରିପୋର୍ଟରେ ଜିଡିପି ଅଭିବୃଦ୍ଧିର ଆକଳନ ମଧ୍ୟ କରିଛି।

ରିପୋର୍ଟ ଅନୁଯାୟୀ, ୨୦୨୩-୨୪ ରେ ଜିଡିପି ୮.୨% ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଯେତେବେଳେ କି ୨୦୨୨-୨୩ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ହେଉଛି ୭.୦%। ୨୦୨୩-୨୪ ରେ ପ୍ରକୃତ ଜିଡିପି ୭.୨% ବୃଦ୍ଧି ପାଇଥିବାବେଳେ ୨୦୨୨-୨୩ ରେ ଏହି ଅଭିବୃଦ୍ଧି ହାର ୬.୭% ଥିଲା। ୨୦୨୩-୨୪ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ପ୍ରକୃତ ଜିଭିଏ ଏବଂ ପ୍ରକୃତ ଜିଡିପି ୬.୩% ଏବଂ ୭.୮% ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି ।

୨୦୨୩-୨୪ ପାଇଁ ଚତୁର୍ଥ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ଆକଳନ ଆମ ଅର୍ଥନୀତିରେ ଦୃଢ ଗତିକୁ ପ୍ରତିଫଳିତ କରୁଛି। ଏହା ଆଗକୁ ତ୍ୱରାନ୍ବିତ ହେବାର ସମ୍ଭାବନା ଅଛି। ଆମ ଦେଶର ପରିଶ୍ରମୀ ଲୋକଙ୍କୁ ଧନ୍ୟବାଦ, ୨୦୨୩-୨୪ ବର୍ଷ ପାଇଁ ୮.୨% ଅଭିବୃଦ୍ଧି ଏହାର ଉଦାହରଣ ଦେଇଛି ଯେ ଭାରତ ବିଶ୍ୱରେ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିଛି। ମୁଁ ଯେପରି କହିଥିଲି, ଏହା କେବଳ ଆଗାମୀ ଜିନିଷଗୁଡ଼ିକର ଗୋଟିଏ ଟ୍ରେଲର୍‌ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

The post ମାର୍ଚ୍ଚ ତ୍ରୈମାସିକରେ ଦେଶର ଜିଡିପିରେ ୭.୮% ଅଭିବୃଦ୍ଧି, ଦ୍ରୁତ ଗତିରେ ବଢ଼ୁଛି ଅର୍ଥନୀତି appeared first on Dharitri Odia News.