ମାର୍ଚ୍ଚ ୧୫ରୁ ହେବ ମାଟ୍ରିକ ଖାତାଦେଖା
କଟକ,୧୪ା୨(କାର୍ତ୍ତିକ ସାହୁ): ଚଳିତ ବର୍ଷର ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ମୂଲ୍ୟାୟନ କାର୍ଯ୍ୟ ମାର୍ଚ୍ଚ ୧୫ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷକ ନିୟୋଜିତ ହୋଇଛନ୍ତି। ପରୀକ୍ଷକମାନଙ୍କ ତାଲିମ ଶେଷ ହୋଇଛି। ସେମାନେ ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେଇସାରିଛନ୍ତି। ଜିଲା ଶିକ୍ଷାଧିକାରୀମାନେ ମୂଲ୍ୟାୟନ କେନ୍ଦ୍ର ପରିଚାଳନାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି। ରାଜ୍ୟରେ ମୋଟ ୫୬ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ମୂଲ୍ୟାୟନ ଆରମ୍ଭ ହେବାର ୧୫ ଦିନ […] The post ମାର୍ଚ୍ଚ ୧୫ରୁ ହେବ ମାଟ୍ରିକ ଖାତାଦେଖା appeared first on Dharitri Odia News.
କଟକ,୧୪ା୨(କାର୍ତ୍ତିକ ସାହୁ): ଚଳିତ ବର୍ଷର ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ମୂଲ୍ୟାୟନ କାର୍ଯ୍ୟ ମାର୍ଚ୍ଚ ୧୫ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷକ ନିୟୋଜିତ ହୋଇଛନ୍ତି। ପରୀକ୍ଷକମାନଙ୍କ ତାଲିମ ଶେଷ ହୋଇଛି। ସେମାନେ ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେଇସାରିଛନ୍ତି। ଜିଲା ଶିକ୍ଷାଧିକାରୀମାନେ ମୂଲ୍ୟାୟନ କେନ୍ଦ୍ର ପରିଚାଳନାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି। ରାଜ୍ୟରେ ମୋଟ ୫୬ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ମୂଲ୍ୟାୟନ ଆରମ୍ଭ ହେବାର ୧୫ ଦିନ ମଧ୍ୟରେ ଖାତାଦେଖା କାର୍ଯ୍ୟ ଶେଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ୫ଲକ୍ଷ ୫୧ ହଜାର ୬୧୧ ଜଣ ମାଟ୍ରିକ, ୭୮୩୧ଜଣ ମୁକ୍ତ ବିଦ୍ୟାଳୟ ଓ ୩୦୩୭ଜଣ ମଧ୍ୟମା ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ। ରାଜ୍ୟରେ ମୋଟ ୩,୦୪୭ଟି ପରୀକ୍ଷା କେନ୍ଦ୍ର ଓ ପ୍ରଶ୍ନପତ୍ର ଗଚ୍ଛିତ ପାଇଁ ୩୧୩ଟି ନୋଡାଲ କେନ୍ଦ୍ର କରାଯାଇଥିଲା।
The post ମାର୍ଚ୍ଚ ୧୫ରୁ ହେବ ମାଟ୍ରିକ ଖାତାଦେଖା appeared first on Dharitri Odia News.