ମାର୍ଚ୍ଚ ୮ରେ ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ: ସୁଭଦ୍ରା ଟଙ୍କା କରିବେ ବଣ୍ଟନ

ଛତ୍ରପୁର,୨୭।୨(ଦିଲ୍ଲୀପ ସାମଲ): ଆସନ୍ତା ୮ରେ ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହା ତାଙ୍କର ଗଞ୍ଜାମକୁ ୨ୟ ଗସ୍ତ ଅଟେ । ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟ ର ଶେଷ କିସ୍ତି ଓ ଦ୍ୱିତୀୟ ପର୍ଯ୍ୟାୟ ର ପ୍ରଥମ କିସ୍ତି ବଂଟନ କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷ ହିତାଧିକାରୀ ସୁୁଭଦ୍ରାରେ ସାମିଲ ହୋଇଥିବା ବେଳେ ଉକ୍ତ ଦିନ ଏକ କୋଟି […] The post ମାର୍ଚ୍ଚ ୮ରେ ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ: ସୁଭଦ୍ରା ଟଙ୍କା କରିବେ ବଣ୍ଟନ appeared first on Dharitri Odia News.

ମାର୍ଚ୍ଚ ୮ରେ ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ: ସୁଭଦ୍ରା ଟଙ୍କା କରିବେ ବଣ୍ଟନ

ଛତ୍ରପୁର,୨୭।୨(ଦିଲ୍ଲୀପ ସାମଲ): ଆସନ୍ତା ୮ରେ ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହା ତାଙ୍କର ଗଞ୍ଜାମକୁ ୨ୟ ଗସ୍ତ ଅଟେ । ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟ ର ଶେଷ କିସ୍ତି ଓ ଦ୍ୱିତୀୟ ପର୍ଯ୍ୟାୟ ର ପ୍ରଥମ କିସ୍ତି ବଂଟନ କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷ ହିତାଧିକାରୀ ସୁୁଭଦ୍ରାରେ ସାମିଲ ହୋଇଥିବା ବେଳେ ଉକ୍ତ ଦିନ ଏକ କୋଟି ଟିପିଯିବେ। ସୁଭଦ୍ରାରେ ଯେଉଁମାନେ ମାର୍ଚ୍ଚ ୮ରେ ଯୋଡି ହେବେ ସେମାନଙ୍କ ଉଭୟ ପ୍ରଥମ କିସ୍ତି ଓ ଦ୍ୱିତୀୟ କିସ୍ତି ମଧ୍ୟ ଟଙ୍କା ମିଳିବ।
ଗଞ୍ଜାମ ଜିଲାରେ ୯ ଲକ୍ଷରୁ ଅଧିକ ମହିଳା ଏହି ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ଜଣାପଡିଛି । ଗଞ୍ଜାମ ଜିଲାରେ ମୁଖ୍ୟମନ୍ତ୍ରୀ ଆସି ଏହାର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି । ଉକ୍ତ ଦିନ ଜିଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସମେତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ରହିଛି। ଏନେଇ ଗୁରୁବାର ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗକୁ ନେଇ ଏକ ବୈଠକ ମଧ୍ୟ ହୋଇଥିବା ଜଣାପଡିଛି। କେଉଁ ପ୍ରକଳ୍ପର ଶିଳାନ୍ୟାସ ହେବ ଏବଂ କେଉଁ ପ୍ରକଳ୍ପର ଉଦଘାଟନ କରାଯିବ ସେନେଇ ଏକ ପ୍ରାକ ପ୍ରସ୍ତୁତି ଆରମ୍ଭ କରିଦେଇଛି ଗଞ୍ଜାମ ପ୍ରଶାସନ । ଆଉ କିଛି ଦିନ ଗଲେ କେଉଁ ସ୍ଥାନରେ ଏବ କେତେ କୋଟିର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ ହେବ ତାହା ଜଣାପଡିବ।

The post ମାର୍ଚ୍ଚ ୮ରେ ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ: ସୁଭଦ୍ରା ଟଙ୍କା କରିବେ ବଣ୍ଟନ appeared first on Dharitri Odia News.