ମାର୍ଚ୍ଚରେ ମିଳିବ ପକ୍କାଘର! ଖୁବଶୀଘ୍ର କେନ୍ଦ୍ରକୁ ତାଲିକା ପଠାଇବ ରାଜ୍ୟ

କନକ ବ୍ୟୁରୋ: ରାଜ୍ୟରେ ଲକ୍ଷ ଲକ୍ଷ ଗରିବ ପରିବାର ପକ୍କା ଘର ଖଣ୍ଡେ ପାଇବାକୁ ଅପେକ୍ଷା କରି ରହିଛନ୍ତି। ସରକାର କେବେ ସେମାନଙ୍କୁ ସହାୟତା ଯୋଗାଇ ଦେବେ ଅନେଇ ବସିଛନ୍ତି। ଏହାରି ଭିତରେ ପକ୍କା ଘର ଅପେକ୍ଷାରେ ଥିବା ଲୋକଙ୍କ ପାଇଁ ଖୁସି ଖବର ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।  ମାର୍ଚ୍ଚରେ ମିଳିବ ପକ୍କାଘର! ଖୁବଶୀଘ୍ର କେନ୍ଦ୍ରକୁ ତାଲିକା ପଠାଇବ ରାଜ୍ୟ ଅସହାୟ ଗରିବ, ମୁଣ୍ଡ ଉପରେ ଛାତ ନଥିବା ଲୋକଙ୍କୁ, ୨ କୋଟି ପକ୍କାଘର ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିସାରିଛନ୍ତି । ହେଲେ ଓଡିଶାର ଭାଗ କେତେ ପଡିବ, କେତେ ଲୋକଙ୍କୁ ପକ୍କାଘର ଦେବ କେନ୍ଦ୍ର, ଯାହାକୁ ନେଇ ଦ୍ୱନ୍ଦ୍ବ ଲାଗିରହିଛି । ଆଉ ଏସବୁ ଭିତରେ ବଡ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ। କହିଛନ୍ତି, ଖୁବଶୀଘ୍ର କେନ୍ଦ୍ରକୁ ପକ୍କାଘର ତାଲିକା ଦେବ ରାଜ୍ୟ । ଏହି ସଂଖ୍ୟା ୧୮ରୁ ୨୦ ଲକ୍ଷ ରହିବ। ଆବଶ୍ୟକ ପଡିଲେ ଏହି ସଂଖ୍ୟା ବଢିପାରେ । ଏନେଇ ତାଲିକା ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ସୁଧା ହିତାଧିକାରୀଙ୍କୁ ପକ୍କାଘର ଆବଣ୍ଟନ କରାଯିବ ।  ତେବେ ପୂର୍ବ ସରକାର ଗରିବଙ୍କ ମୁଣ୍ଡରେ ଛାତ ଦେବା ପାଇଁ ମାଳ ମାଳ ଯୋଜନା ଆଣିଛନ୍ତି । କିନ୍ତୁ ଗରିବ ସେହି ଗରିବରେ ରହିଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ଦହଗଞ୍ଜ ହେଉଛନ୍ତି । ଗତ ୧୦ ବର୍ଷ ଅର୍ଥାତ ୨୦୧୪-୨୪ ମଧ୍ୟରେ ୩୭ଲକ୍ଷ ୬୧ହଜାର ୬୮୦ଜଣଙ୍କୁ ମିଳିଛି ପକ୍କାଘର । ଏହି ୧୦ବର୍ଷ ଭ

ମାର୍ଚ୍ଚରେ ମିଳିବ ପକ୍କାଘର! ଖୁବଶୀଘ୍ର କେନ୍ଦ୍ରକୁ ତାଲିକା ପଠାଇବ ରାଜ୍ୟ

କନକ ବ୍ୟୁରୋ: ରାଜ୍ୟରେ ଲକ୍ଷ ଲକ୍ଷ ଗରିବ ପରିବାର ପକ୍କା ଘର ଖଣ୍ଡେ ପାଇବାକୁ ଅପେକ୍ଷା କରି ରହିଛନ୍ତି। ସରକାର କେବେ ସେମାନଙ୍କୁ ସହାୟତା ଯୋଗାଇ ଦେବେ ଅନେଇ ବସିଛନ୍ତି। ଏହାରି ଭିତରେ ପକ୍କା ଘର ଅପେକ୍ଷାରେ ଥିବା ଲୋକଙ୍କ ପାଇଁ ଖୁସି ଖବର ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ। 

  • ମାର୍ଚ୍ଚରେ ମିଳିବ ପକ୍କାଘର!
  • ଖୁବଶୀଘ୍ର କେନ୍ଦ୍ରକୁ ତାଲିକା ପଠାଇବ ରାଜ୍ୟ

ଅସହାୟ ଗରିବ, ମୁଣ୍ଡ ଉପରେ ଛାତ ନଥିବା ଲୋକଙ୍କୁ, ୨ କୋଟି ପକ୍କାଘର ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିସାରିଛନ୍ତି । ହେଲେ ଓଡିଶାର ଭାଗ କେତେ ପଡିବ, କେତେ ଲୋକଙ୍କୁ ପକ୍କାଘର ଦେବ କେନ୍ଦ୍ର, ଯାହାକୁ ନେଇ ଦ୍ୱନ୍ଦ୍ବ ଲାଗିରହିଛି । ଆଉ ଏସବୁ ଭିତରେ ବଡ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ। କହିଛନ୍ତି, ଖୁବଶୀଘ୍ର କେନ୍ଦ୍ରକୁ ପକ୍କାଘର ତାଲିକା ଦେବ ରାଜ୍ୟ । ଏହି ସଂଖ୍ୟା ୧୮ରୁ ୨୦ ଲକ୍ଷ ରହିବ। ଆବଶ୍ୟକ ପଡିଲେ ଏହି ସଂଖ୍ୟା ବଢିପାରେ । ଏନେଇ ତାଲିକା ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ସୁଧା ହିତାଧିକାରୀଙ୍କୁ ପକ୍କାଘର ଆବଣ୍ଟନ କରାଯିବ । 

ତେବେ ପୂର୍ବ ସରକାର ଗରିବଙ୍କ ମୁଣ୍ଡରେ ଛାତ ଦେବା ପାଇଁ ମାଳ ମାଳ ଯୋଜନା ଆଣିଛନ୍ତି । କିନ୍ତୁ ଗରିବ ସେହି ଗରିବରେ ରହିଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ଦହଗଞ୍ଜ ହେଉଛନ୍ତି । ଗତ ୧୦ ବର୍ଷ ଅର୍ଥାତ ୨୦୧୪-୨୪ ମଧ୍ୟରେ ୩୭ଲକ୍ଷ ୬୧ହଜାର ୬୮୦ଜଣଙ୍କୁ ମିଳିଛି ପକ୍କାଘର । ଏହି ୧୦ବର୍ଷ ଭିତରେ ବିଜୁ ପକ୍କାଘର ଯୋଜନାରେ ମାତ୍ର ୩ଲକ୍ଷ ୧୭ହଜାର ୫୧୫ଜଣଙ୍କୁ ମିଳିଛି ପକ୍କାଘର । କେବଳ ୨୦୨୪ ଆର୍ଥିକ ବର୍ଷରେ ମାତ୍ର ୨ଲକ୍ଷ ୨୬ହଜାର ୮୬୫ଜଣଙ୍କୁ ପକ୍କାଘର ମିଳିଛି । ସେପଟେ ପକ୍କାଘରକୁ ନେଇ ତେଜିଛି ରାଜନୈତିକ ବୟାନବାଜି । 

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଅନେକ ନିୟମରେ ପରିବର୍ତ୍ତନ ଆଣିଛନ୍ତି ସରକାର । ପୂର୍ବରୁ ପରିବାରର ମାସିକ ଆୟର ସୀମା ୧୦ ହଜାର ତଳକୁ ଥିବାବେଳେ, ଏବେ ୧୫ହଜାରକୁ ବୃଦ୍ଧି କରାଯାଇଛି ।