କୋଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନରୁ ବାଲି କଢ଼ାଯିବ, ସମୀକ୍ଷା ବୈଠକରେ ନିଷ୍ପତ୍ତି

ଗୋପ : ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ଜଗମୋହନରୁ ବାଲି କଢ଼ାଯିବା ନେଇ ସ୍ଥିତି ଅନୁଧ୍ୟାନ କଲେ ASI ର ADG ସମେତ ୧୫ ଜଣିଆ ଏକ୍ସପୋର୍ଟ ଟିମ୍ । ସୁରକ୍ଷା ଦୃଷ୍ଟି କୋଣରୁ ମନ୍ଦିରର ଐତିହ୍ୟ ଓ ପର୍ଯ୍ୟଟକଙ୍କ ଜେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ହେବ ବାରମ୍ବାର ମନିଟରୀଙ୍ଗି । ଯାହାକୁ ନେଇ ଆଜି କୋଣାର୍କ ମନ୍ଦିର ପରିସର ରେ ଦୀର୍ଘ୍ ୩ଘଣ୍ଟା ଧରି ହୋଇଯାଇଛି ଉଛସ୍ତରୀୟ ବୈଠକ । ସ୍ଥିତି ଅନୁଧ୍ୟାନ […] The post କୋଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନରୁ ବାଲି କଢ଼ାଯିବ, ସମୀକ୍ଷା ବୈଠକରେ ନିଷ୍ପତ୍ତି appeared first on KNews Odisha.

କୋଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନରୁ ବାଲି କଢ଼ାଯିବ, ସମୀକ୍ଷା ବୈଠକରେ ନିଷ୍ପତ୍ତି
konark

ଗୋପ : ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ଜଗମୋହନରୁ ବାଲି କଢ଼ାଯିବା ନେଇ ସ୍ଥିତି ଅନୁଧ୍ୟାନ କଲେ ASI ର ADG ସମେତ ୧୫ ଜଣିଆ ଏକ୍ସପୋର୍ଟ ଟିମ୍ । ସୁରକ୍ଷା ଦୃଷ୍ଟି କୋଣରୁ ମନ୍ଦିରର ଐତିହ୍ୟ ଓ ପର୍ଯ୍ୟଟକଙ୍କ ଜେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ହେବ ବାରମ୍ବାର ମନିଟରୀଙ୍ଗି । ଯାହାକୁ ନେଇ ଆଜି କୋଣାର୍କ ମନ୍ଦିର ପରିସର ରେ ଦୀର୍ଘ୍ ୩ଘଣ୍ଟା ଧରି ହୋଇଯାଇଛି ଉଛସ୍ତରୀୟ ବୈଠକ ।

ସ୍ଥିତି ଅନୁଧ୍ୟାନ କରିବା ପାଇଁ ADG ଙ୍କ ସହିତ ସମସ୍ତ ଏକ୍ସପୋର୍ଟ ଟିମ୍ ଜଗମୋହନର ଉପରି ଭାଗକୁ ଯାଇଥିଲେ । କିଭଳି ଜଗମୋହନର ସୁରକ୍ଷ ସହିତ କାରୁକାର୍ଯ୍ୟର କୌଣସି ପ୍ରକାରର କ୍ଷତି ନହେବ ବୁଲି ଦେଖିଥିଲେ । ପଥର ନିର୍ମିତ ନିଖୁଣ କାର୍ଯ୍ୟକୁ ତନ ତନ କରି ନିରିଖିଥିଲେ ।  ଜଗମୋହନର ଉପରି ଭାଗରୁ ପ୍ରାୟ ପାଞ୍ଚ ମିଟର ଉର୍ଦ୍ଧ୍ବ ତଳକୁ ବାଲି ଥିବାର ଜଣାପଡ଼ିଛି ।  ଜଗମୋହନର ବେଶ୍ ଲାଇନ୍ ରୁ ଷାଠିଏ ପୂଟୁର ଉପରି ଗଭାଗରେ ୬/୬ ଏକ ଗର୍ତ୍ତ କରାଯାଇ ଅତ୍ୟାଧୁନିକ ମେସିନ ଦ୍ଵାରା ବାଲିକୁ ବାହାରକୁ ନିଷ୍କାନ କରାଯିବ । ଶେଷରେ ADG ଶ୍ରୀ ସରମା ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ଜଗମୋହନରୁ ବାଲି କଢ଼ା ବେଳେ କୌଣସି କ୍ଷତି ନପହଞ୍ଚେ ସେଥିପାଇଁ ପରୀକ୍ଷଣ କରି ଆସିଥିବା ଏକ୍ସପୋର୍ଟ ଟିମ୍ ସହିତ ଆଲଚନା କରାଯାଇ ବାଲି କଢ଼ାଯିବ ବୋଲି କହିଛନ୍ତି ADG ଜାହ୍ନବି ଶର୍ମା ।

ପ୍ରକାଶଯୋଗ୍ୟ , ସୂର୍ଯ୍ୟମନ୍ଦିର ପ୍ରତି ବିପଦ ଆଶଙ୍କାରେ ୧୯୦୩ ମସିହାରେ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ବାରକୁ ବନ୍ଦ କରି ଦିଆଯାଇଥିଲା । ସେବେଠାରୁ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ବାର ବନ୍ଦ ରହିଛି । କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି ବାହାରିବା ନେଇ ପୁନଃଶ୍ଚ କାର୍ଯ୍ୟ ଆରମ୍ଭ ଗତ ୨୦୨୨ ସେପ୍ଟେମ୍ବର ମାସ ୮ ତାରିଖରେ ଏ ଏସ ଆଇ ଓ ବି ଡି ଆର ନିର୍ମାଣ ବିଭାଗ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଦ୍ୱାର ନିକଟରେ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କରି ଶୁଭ ଦେଇଥିଲେ । ୨୦୨୩ ଜାନୁୟାରୀ ମାସରେ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ପ୍ରାଥମିକ ପର୍ଯ୍ୟାୟରେ ମନ୍ଦିର ଉତ୍ତର ଓ ପଶ୍ଚିମ କୋଣରେ ଲିଫ୍ଟ ପାଇଁ ମୂଳଦୁଆ ନିର୍ମାଣ ପରେ ଲୁହା ବିମ୍ ଲଗାଯାଇଥିଲା । ପରେ ଟନେଲ ଓ ଲିଫ୍ଟ ନିର୍ମାଣ ନିମନ୍ତେ ଫର୍ମାଟ ଓ ଲେଆଉଟ କାର୍ଯ୍ୟ ଆରମ୍ଭ ହୋଇଥିଲା । ବଡ଼ ଲୁହା ବିମ୍ ବସାଯାଇ ମୁଳଦୂଆ ପକା ଯାଇଥିଲା । ସେହିଭଳି ଦକ୍ଷିଣ ପାର୍ଶ୍ୱରେ ଲୁହା ବିମ ସାହାଯ୍ୟରେ ମନ୍ଦିର ଚୂଡାକୁ ପାହାଚ ନିର୍ମାଣ ସରିଛି । ପର୍ଯ୍ୟାୟକ୍ରମେ କାର୍ଯ୍ୟ ଆରମ୍ଭ ହୋଇ ଏବେ ବନ୍ଦ ଥିବା ବେଳେ ଆଜି ସ୍ଥିତି ଅନୁଧ୍ୟାନ କରିବା ସହିତ ଗୁରୁତ୍ୱ ପୂର୍ଣ ବୈଠକ କଲେ ଆଡ଼ିସିନାଲ ଡ଼ାଇରେକ୍ଟର ଜେନେରାଲ (ADG)ଜାହ୍ନବୀ ଶର୍ମା ସହିତ 15 ଜଣିଆ କୋର କମିଟିର ଏକ୍ସପୋର୍ଟ ଟିମ୍ ର ସଦସ୍ୟ  ।

The post କୋଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନରୁ ବାଲି କଢ଼ାଯିବ, ସମୀକ୍ଷା ବୈଠକରେ ନିଷ୍ପତ୍ତି appeared first on KNews Odisha.