ପ୍ରେମିକାଙ୍କୁ ପୋଡ଼ି ମାରିବା ଅଭିଯୋଗ, ପୁରୁଷବନ୍ଧୁଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ

ରାଉରକେଲା : ପ୍ରେମିକାଙ୍କୁ ପୋଡ଼ି ମାରିଥିବା ଅଭିଯୋଗ । ପୁରୁଷବନ୍ଧୁ ! ଅଜୟ କୁମାରଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ରାଉରକେଲାରେ ଷ୍ଟେସନ୍ ରୋଡ ସ୍ଥିତ ଏକ ହୋଟେଲରେ ପୋଡ଼ି ହୋଇ IGH ରେ ଚିକିତ୍ସିତ ଥିବା ଯୁବତୀଙ୍କ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ମୃତ ଯୁବତୀ ବ୍ରାହ୍ମଣୀ ତରଙ୍ଗ ଥାନା ଝରା ବାହାଲ ଅଞ୍ଚଳର ସ୍ବାଗିତିକା ନାଏକ ବୋଲି ଜଣାପଡିଛି । ଗତ ଗୁରୁବାର ଦିନ ଉଭୟ ରାଉରକେଲା […] The post ପ୍ରେମିକାଙ୍କୁ ପୋଡ଼ି ମାରିବା ଅଭିଯୋଗ, ପୁରୁଷବନ୍ଧୁଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ appeared first on KNews Odisha.

ପ୍ରେମିକାଙ୍କୁ ପୋଡ଼ି ମାରିବା ଅଭିଯୋଗ, ପୁରୁଷବନ୍ଧୁଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ
rourkela

ରାଉରକେଲା : ପ୍ରେମିକାଙ୍କୁ ପୋଡ଼ି ମାରିଥିବା ଅଭିଯୋଗ । ପୁରୁଷବନ୍ଧୁ ! ଅଜୟ କୁମାରଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ରାଉରକେଲାରେ ଷ୍ଟେସନ୍ ରୋଡ ସ୍ଥିତ ଏକ ହୋଟେଲରେ ପୋଡ଼ି ହୋଇ IGH ରେ ଚିକିତ୍ସିତ ଥିବା ଯୁବତୀଙ୍କ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ମୃତ ଯୁବତୀ ବ୍ରାହ୍ମଣୀ ତରଙ୍ଗ ଥାନା ଝରା ବାହାଲ ଅଞ୍ଚଳର ସ୍ବାଗିତିକା ନାଏକ ବୋଲି ଜଣାପଡିଛି । ଗତ ଗୁରୁବାର ଦିନ ଉଭୟ ରାଉରକେଲା ଷ୍ଟେସନ୍ ରୋଡ ଅଞ୍ଚଳର ଏକ ହୋଟେଲରେ ରହିବାକୁ ରୁମ୍ ନେଇଥିଲେ ।

କିଛି ସମୟ ପରେ ଉକ୍ତ ରୁମରୁ ଧୁଆଁ ବାହାରୁଥିବା ହୋଟେଲ କର୍ମଚାରୀମାନେ ଦେଖିବାକୁ ପାଇଥିଲେ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି IGHରେ ଭର୍ତ୍ତି କରିଥିଲେ । ପୁରୁଷ ବନ୍ଧୁ ଅଜୟ କୁମାର ପ୍ରେମିକାଙ୍କୁ ମାରିଥିବା ପ୍ଲାଣ୍ଟ ସାଇଟ୍ ଥାନାରେ ଅଭିଯୋଗ କରିଛନ୍ତି ମୃତ ଯୁବତୀଙ୍କ ପରିବାର ଲୋକେ । ଘଟଣାରେ ଅଜୟ କୁମାରଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଅନ୍ୟପଟେ ଘଟଣା ଘଟିଥିବା ହୋଟେଲରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଞ୍ଚ କରିଛି ସାଇଣ୍ଟିଫିକ୍ ଟିମ୍ ।

The post ପ୍ରେମିକାଙ୍କୁ ପୋଡ଼ି ମାରିବା ଅଭିଯୋଗ, ପୁରୁଷବନ୍ଧୁଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ appeared first on KNews Odisha.