ଡୋନାଲ୍ଡ ଟ୍ରମ୍ପ ଏବଂ ଭ୍ଲାଦିମୀର ପୁଟିନଙ୍କ ମଧ୍ୟରେ ଶୀଘ୍ର ସାକ୍ଷାତ; ଶପଥ ଗ୍ରହଣ ପରେ ବୈଠକ ଚର୍ଚ୍ଚା

ନୂଆଦିଲ୍ଲୀ: ଜାନୁଆରୀ ୨୦ ତାରିଖରେ ହ୍ବାଇଟ୍ ହାଉସରେ ଶପଥ ଗ୍ରହଣ ଉତ୍ସବ । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ନେବେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ଶପଥ ଗ୍ରହଣ ପରେ ଆମେରିକା ଓ ଋଷ୍ ମଧ୍ୟରେ ସମ୍ପର୍କରେ ସୁଧାର ଆସିପାରେ । କାରଣ ରାଷ୍ଟ୍ରପତି ଭାବେ ଟ୍ରମ୍ପ ନେବା ପରେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ସାକ୍ଷାତ କରିବାର ଯୋଜନା କରୁଛନ୍ତି । ହେଲେ ବୈଠକ ଲାଗି କୌଣସି ତାରିଖ କିମ୍ବା ସମୟ ସୀମା ଧାର୍ଯ୍ୟ ହୋଇନାହିଁ । ଦ୍ବିତୀୟ ଥର ପଦଭାର ସମ୍ଭାଳିବା ପର ଏହା ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ପ୍ରଥମ ଭେଟଘାଟ ହେବ ବୋଲି କୁହାଯାଉଛି । ୨୦୨୨ ଫେବ୍ରୁଆରୀରେ ଋଷ୍-ୟୁକ୍ରେନ ଯୁଦ୍ଧ ଲାଗିବା ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ହେବ । ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ସାକ୍ଷାକାରରେ ଋଷ୍-ୟୁକ୍ରେନ ଯୁଦ୍ଧ ବନ୍ଦ ନେଇ ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି କହିଛନ୍ତି, ଯୁଦ୍ଧ ବନ୍ଦ ରଣନୀତି ଭ୍ଲାଦିମୀର ପୁଟିନଙ୍କ ଉପରେ ନିର୍ଭର କରୁଛି । ଏହାଛଡ଼ା ଟ୍ରମ୍ପ କହିଛନ୍ତି, ଯୁଦ୍ଧର ଖରାପ ପ୍ରଭାବ ପୁଟିନଙ୍କ ଉପରେ ପଡ଼ିଛି, ଏହା ତାଙ୍କ ପାଇଁ କେବେ ବି ଠିକ୍ ନୁହେଁ । ୟୁଏସଏ କଂଗ୍ରେସମ୍ୟାନ୍ ମାଇକ୍ ଓ୍ବାଲ୍‌ଟଜ କହିଛନ୍ତି, ଆଗାମୀ ସପ୍ତାହରେ ଦୁଇ ନେତାଙ୍କ ମଧ୍ୟରେ ମିଟିଂ ହୋଇପାରେ । କିଛି ଦିନ ପୂର୍ବରୁ ଅର୍ଥାତ୍ ଡିସେମ୍ବର ମାସରେ ଋଷ୍

ଡୋନାଲ୍ଡ ଟ୍ରମ୍ପ ଏବଂ ଭ୍ଲାଦିମୀର ପୁଟିନଙ୍କ ମଧ୍ୟରେ ଶୀଘ୍ର ସାକ୍ଷାତ; ଶପଥ ଗ୍ରହଣ ପରେ ବୈଠକ ଚର୍ଚ୍ଚା

ନୂଆଦିଲ୍ଲୀ: ଜାନୁଆରୀ ୨୦ ତାରିଖରେ ହ୍ବାଇଟ୍ ହାଉସରେ ଶପଥ ଗ୍ରହଣ ଉତ୍ସବ । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ନେବେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ଶପଥ ଗ୍ରହଣ ପରେ ଆମେରିକା ଓ ଋଷ୍ ମଧ୍ୟରେ ସମ୍ପର୍କରେ ସୁଧାର ଆସିପାରେ । କାରଣ ରାଷ୍ଟ୍ରପତି ଭାବେ ଟ୍ରମ୍ପ ନେବା ପରେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ସାକ୍ଷାତ କରିବାର ଯୋଜନା କରୁଛନ୍ତି । ହେଲେ ବୈଠକ ଲାଗି କୌଣସି ତାରିଖ କିମ୍ବା ସମୟ ସୀମା ଧାର୍ଯ୍ୟ ହୋଇନାହିଁ । ଦ୍ବିତୀୟ ଥର ପଦଭାର ସମ୍ଭାଳିବା ପର ଏହା ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ପ୍ରଥମ ଭେଟଘାଟ ହେବ ବୋଲି କୁହାଯାଉଛି । ୨୦୨୨ ଫେବ୍ରୁଆରୀରେ ଋଷ୍-ୟୁକ୍ରେନ ଯୁଦ୍ଧ ଲାଗିବା ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ହେବ । 

ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ସାକ୍ଷାକାରରେ ଋଷ୍-ୟୁକ୍ରେନ ଯୁଦ୍ଧ ବନ୍ଦ ନେଇ ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି କହିଛନ୍ତି, ଯୁଦ୍ଧ ବନ୍ଦ ରଣନୀତି ଭ୍ଲାଦିମୀର ପୁଟିନଙ୍କ ଉପରେ ନିର୍ଭର କରୁଛି । ଏହାଛଡ଼ା ଟ୍ରମ୍ପ କହିଛନ୍ତି, ଯୁଦ୍ଧର ଖରାପ ପ୍ରଭାବ ପୁଟିନଙ୍କ ଉପରେ ପଡ଼ିଛି, ଏହା ତାଙ୍କ ପାଇଁ କେବେ ବି ଠିକ୍ ନୁହେଁ । ୟୁଏସଏ କଂଗ୍ରେସମ୍ୟାନ୍ ମାଇକ୍ ଓ୍ବାଲ୍‌ଟଜ କହିଛନ୍ତି, ଆଗାମୀ ସପ୍ତାହରେ ଦୁଇ ନେତାଙ୍କ ମଧ୍ୟରେ ମିଟିଂ ହୋଇପାରେ । 

କିଛି ଦିନ ପୂର୍ବରୁ ଅର୍ଥାତ୍ ଡିସେମ୍ବର ମାସରେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ ନିଜର ବାର୍ଷିକ ପ୍ରେସ୍ କନଫ୍ରେନ୍ସ ବେଳେ ୟୁକ୍ରେନ ମୁଦ୍ଦା ଉପରେ ବୁଝାମଣା ନେଇ ଡୋନାଲ୍ଡ ଡ୍ରମ୍ପଙ୍କ ସହିତ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ସାମ୍ବାଦିକଙ୍କ ପ୍ରଶ୍ନର ଜବାବ ଦେଇ ପୁଟିନ କହିଥିଲେ, ମୋତେ ଜଣାନାହିଁ ଟ୍ରମ୍ପଙ୍କ ସହିତ କେବେ ଭେଟ ହେବ । ୪ ବର୍ଷ ହେଲା ତାଙ୍କ ସହିତ କୌଣସି ଆଲୋଚନା ହୋଇନାହିଁ, ହେଲେ ଆଗାକୁ କଥାବାର୍ତ୍ତା ପାଇଁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଋଷ୍ ରାଷ୍ଟ୍ରପତି । ସେପଟେ ଡୋନାଲ୍ଡ ଟ୍ରମ୍ପ ନିଜ ନିର୍ବାଚନୀ ଅଭିଯାନରେ ଯୁକ୍ରେନ୍-ଋଷ୍ ଯୁଦ୍ଧ ବିରାମ ନେଇ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହା ମଧ୍ୟ କହିଥିଲେ, ଯୁଦ୍ଧ ବିରାମରେ ପୁଟିନ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।....