ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିନ ଗୋଟାଏରେ ପୁରୀ ହେଲିପ୍ୟାଡରେ ପହଞ୍ଚି ସେଠାରୁ ଯଜ୍ଞ ସ୍ଥଳ ଅଭିମୂଖେ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ଗୋଟାଏ ୧୫ମିନିଟରେ ଯଜ୍ଞସ୍ଥଳରେ ପହଞ୍ଚିବେ। ଗୋଟାଏ ୨୦ମିନିଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଉତ୍ସର୍ଗ କରିବେ। ସାଢେ ଗୋଟାଏରେ ଯଜ୍ଞସ୍ଥଳରେ ପହଞ୍ଚି ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ସାମିଲ ହେବେ। ଦିନ ଗୋଟାଏ ୫୦ରେ ଭିତର ପ୍ରଦକ୍ଷିଣ ଶୋଭାଯାତ୍ରାରେ ଗଜପତି ମହାରାଜା ଓ ଅନ୍ୟ ଅତିଥିଙ୍କ ସହ ଯୋଗ ଦେବେ ନବୀନ। ଏହି […] The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ appeared first on KNews Odisha.

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିନ ଗୋଟାଏରେ ପୁରୀ ହେଲିପ୍ୟାଡରେ ପହଞ୍ଚି ସେଠାରୁ ଯଜ୍ଞ ସ୍ଥଳ ଅଭିମୂଖେ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ଗୋଟାଏ ୧୫ମିନିଟରେ ଯଜ୍ଞସ୍ଥଳରେ ପହଞ୍ଚିବେ। ଗୋଟାଏ ୨୦ମିନିଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଉତ୍ସର୍ଗ କରିବେ।
ସାଢେ ଗୋଟାଏରେ ଯଜ୍ଞସ୍ଥଳରେ ପହଞ୍ଚି ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ସାମିଲ ହେବେ। ଦିନ ଗୋଟାଏ ୫୦ରେ ଭିତର ପ୍ରଦକ୍ଷିଣ ଶୋଭାଯାତ୍ରାରେ ଗଜପତି ମହାରାଜା ଓ ଅନ୍ୟ ଅତିଥିଙ୍କ ସହ ଯୋଗ ଦେବେ ନବୀନ। ଏହି ସମୟରେ ବେଦ ପାଠ ଆରମ୍ଭ ହେବ। ଅପରାହ୍ମ ୨ଟା ୨୫ରେ ସମ୍ମାନ ଉତ୍ସବରେ ଯୋଗଦେବେ। ସେଠାରେ ଶ୍ରୀମନ୍ଦିର ସେବକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଖଣ୍ଡୁଆ ପାଟ ପ୍ରଦାନ କରାଯିବ। ଏହି ସମୟରେ ବେଦ ପାଠ ଶେଷ ହେବ। ୨ଟା ୩୫ରେ ପରିକ୍ରମା ପ୍ରକଳ୍ପ ନେଇ ବୃତ୍ତଚିତ୍ର ପ୍ରଦର୍ଶନ କରାଯିବ। ୨ଟା ୪୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିପ୍ୟାଡକୁ ଯାଇ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ ।
The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ appeared first on KNews Odisha.