ମାର୍‌ବର୍ଗ

ମାର୍‌ବର୍ଗ ଭାଇରସ ଏକ ବିରଳ ଜୀବାଣୁ ଯେଉଁମାନେ ବିଶେଷଭାବେ ଆଫ୍ରିକାନ ଦେଶଗୁଡିକରେ ଦେଖିବାକୁ ମିଳନ୍ତି । ଏହାର ଲକ୍ଷଣ ଗୁଡିକ ଖୁବ କଷ୍ଟଦାୟୀ ହୋଇଥାଆନ୍ତି । ଏହି ସଂକ୍ରମଣ ହେଲେ ପ୍ରାଥମିକ ଲକ୍ଷଣ ଭାବେ ବାନ୍ତି ହୋଇଥାଏ । ହେଲେ କିଛି ଦିନ ପରେ ବାନ୍ତିର ମାତ୍ରା ବଢିଥାଏ । ବାନ୍ତି ସହିତ ବ୍ରେନ୍‌ ଓ ନର୍ଭ ଗୁଡିକରୁ ରକ୍ତ ବୋହିଥାଏ । ଏହାସହିତ ସ୍ନାୟୁ ଜନିତ ସମସ୍ୟା ମଧ୍ୟ ଦେଖିବାକୁମିଳିଥାଏ । ଏହି ଭାଇରସ ବାଦୁଡି […]

ମାର୍‌ବର୍ଗ
ମାର୍‌ବର୍ଗ

ମାର୍‌ବର୍ଗ ଭାଇରସ ଏକ ବିରଳ ଜୀବାଣୁ ଯେଉଁମାନେ ବିଶେଷଭାବେ ଆଫ୍ରିକାନ ଦେଶଗୁଡିକରେ ଦେଖିବାକୁ ମିଳନ୍ତି । ଏହାର ଲକ୍ଷଣ ଗୁଡିକ ଖୁବ କଷ୍ଟଦାୟୀ ହୋଇଥାଆନ୍ତି । ଏହି ସଂକ୍ରମଣ ହେଲେ ପ୍ରାଥମିକ ଲକ୍ଷଣ ଭାବେ ବାନ୍ତି ହୋଇଥାଏ । ହେଲେ କିଛି ଦିନ ପରେ ବାନ୍ତିର ମାତ୍ରା ବଢିଥାଏ । ବାନ୍ତି ସହିତ ବ୍ରେନ୍‌ ଓ ନର୍ଭ ଗୁଡିକରୁ ରକ୍ତ ବୋହିଥାଏ । ଏହାସହିତ ସ୍ନାୟୁ ଜନିତ ସମସ୍ୟା ମଧ୍ୟ ଦେଖିବାକୁମିଳିଥାଏ । ଏହି ଭାଇରସ ବାଦୁଡି କିମ୍ବା ମାଙ୍କଡଙ୍କ ଠାରୁ ମଣିଷଙ୍କୁ ବ୍ୟାପିଥାଏ । ଏହାକୁ ଭାଇରାଲ ହେମୋରାଗିକ୍‌ ଫିଭର ମଧ୍ୟ କହିଥାଆନ୍ତି । ଏହି ଭାଇରସ ସିଧାସଳଖ ବ୍ଲଡ୍‌ ଭେସେଲ୍‌କୁ ଆକ୍ରମଣ କରିଥାଏ ଏବଂ ସେଗୁଡିକରୁ ରକ୍ତ ବୋହିଥାଏ । ଏହି ଭାଇରସଟି ଏବୋଲା ଫ୍ୟାମିଲିର । ଏହା ଯେତେବେଳେ ହୋଇଥାଏ ମହାମାରୀ ଭଳି ବ୍ୟାପିଥାଏ । ଏହା ହେଲେ ଜ୍ୱର, ଅତିପ୍ରବଳ ମୁଣ୍ଡବିନ୍ଧା, କଫ, ଆଣ୍ଠୁଗଣ୍ଠି ବିନ୍ଧା, ଗଳାରେ ଯନ୍ତ୍ରଣା, କିଛି ସ୍ଥାନ କୁଣ୍ଡାଇହୋଇ ଫଳିଯିବା ଆଦି ସମସ୍ୟା ଦେଖିବାକୁ ମିଳିଥାଏ । ସେହିଭଳି ଏହି ସଂକ୍ରମଣ ମଣିଷଙ୍କ ନିକଟରୁ ମଣିଷଙ୍କୁ ବ୍ୟାପିଥାଏ । ସଂକ୍ରମିତ ମଣିଷହେଉ କିମ୍ବା ପ୍ରାଣୀ ସେମାନଙ୍କର ରକ୍ତ, ମଳ,ଲାଳ ଆଦି ଦ୍ୱାରା ଏହା ବ୍ୟାପିଥାଏ ।