ମାର୍ଶ ଓ ମାରକ୍ରମଙ୍କ ଦମଦାର ବ୍ୟାଟିଂ, 'କର ବା ମର' ମ୍ୟାଚ୍ରେ ହାଇଦ୍ରାବାଦକୁ ବିଶାଳ ଲକ୍ଷ୍ୟ ଦେଲା ଲକ୍ଷ୍ନୌ
ଲକ୍ଷ୍ନୌ: ଆଇପିଏଲ୍ ୨୦୨୫ର ୬୧ ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ସନରାଇଜର୍ସ ହାଇଦ୍ରାବାଦ। ଲକ୍ଷ୍ନୌ ପାଇଁ ଏହି ମ୍ୟାଚ୍ ଗୁରୁତ୍ଵପୂର୍ଣ୍ଣ ଥିବା ବେଳେ ଦଳ ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟ୍ ହରାଇ ୨୦୫ ରନ କରିଛି। ମିଚେଲ୍ ମାର୍ଶ ୬୫ ରନ ଓ ଆଡନ ମାରକ୍ରମଙ୍କ ୬୧ ରନ ଇନିଂସ ବଳରେ ଲକ୍ଷ୍ନୌ ଏହି ସ୍କୋର କରି ପାରିଛି। ନିକୋଲାସ ପୂରନ ମଧ୍ୟ ୪୫ ରନର ଦ୍ରୁତ ଇନିଂସ ଖେଳିଛନ୍ତି। ଅଧିନାୟକ ଋଷଭ ପନ୍ତ ପୁଣି ନିରାଶ କରିଛନ୍ତି। ମ୍ୟାଚ୍ ଜିତି ନିଜର ସମ୍ମାନ ରଖିବା ପାଇଁ ହାଇଦ୍ରାବାଦ ସମ୍ମୁଖରେ ୨୦୬ ରନର ବିଜୟ ଲକ୍ଷ୍ୟ ରହିଛି। ଏହି ମ୍ୟାଚ୍ ଜିତିଲେ ଲକ୍ଷ୍ନୌର ବିଜୟ ଆଶା ଉଜ୍ଜିବୀତ ରହିବ। ଯଦି ଦଳ ହାରେ ତେବେ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିବ। Also read: ଭାରତୀୟ ଦଳ ଏସିଆ କପ୍ ଖେଳିବ କି ନାହିଁ, ସ୍ପଷ୍ଟ କଲା BCCIଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌକୁ ଦୁଇ ଓପନର ମିଚେଲ୍ ମାର୍ଶ ଓ ଆଡନ ମାରକ୍ରମ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରି ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ପ୍ରଥମ ଓ୍ଵିକେଟ୍ରେ ୧୧୫ ରନ ଯୋଡ଼ି ଦଳ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ମିଚେଲ୍ ମାର୍ଶ ୩୯ ବଲରୁ ୬ ଚୌକା ଓ ୪ ଛକା ସହ ୬୫ ରନ କରିଥିଲେ। ଏହା ପରେ ଅଧିନାୟକ ପନ୍ତ ନିଜର ଖରାପ ଫେର୍ମ ଜାରି ରଖି ମାତ୍ର ୭ ରନ କରି ଆଉଟ୍ ହୋଇଥିଲେ। ମାରକ୍ରମ ୩୮ ବଲରୁ ୪
ଲକ୍ଷ୍ନୌ: ଆଇପିଏଲ୍ ୨୦୨୫ର ୬୧ ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ସନରାଇଜର୍ସ ହାଇଦ୍ରାବାଦ। ଲକ୍ଷ୍ନୌ ପାଇଁ ଏହି ମ୍ୟାଚ୍ ଗୁରୁତ୍ଵପୂର୍ଣ୍ଣ ଥିବା ବେଳେ ଦଳ ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟ୍ ହରାଇ ୨୦୫ ରନ କରିଛି। ମିଚେଲ୍ ମାର୍ଶ ୬୫ ରନ ଓ ଆଡନ ମାରକ୍ରମଙ୍କ ୬୧ ରନ ଇନିଂସ ବଳରେ ଲକ୍ଷ୍ନୌ ଏହି ସ୍କୋର କରି ପାରିଛି। ନିକୋଲାସ ପୂରନ ମଧ୍ୟ ୪୫ ରନର ଦ୍ରୁତ ଇନିଂସ ଖେଳିଛନ୍ତି। ଅଧିନାୟକ ଋଷଭ ପନ୍ତ ପୁଣି ନିରାଶ କରିଛନ୍ତି। ମ୍ୟାଚ୍ ଜିତି ନିଜର ସମ୍ମାନ ରଖିବା ପାଇଁ ହାଇଦ୍ରାବାଦ ସମ୍ମୁଖରେ ୨୦୬ ରନର ବିଜୟ ଲକ୍ଷ୍ୟ ରହିଛି। ଏହି ମ୍ୟାଚ୍ ଜିତିଲେ ଲକ୍ଷ୍ନୌର ବିଜୟ ଆଶା ଉଜ୍ଜିବୀତ ରହିବ। ଯଦି ଦଳ ହାରେ ତେବେ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିବ।
Also read: ଭାରତୀୟ ଦଳ ଏସିଆ କପ୍ ଖେଳିବ କି ନାହିଁ, ସ୍ପଷ୍ଟ କଲା BCCI
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌକୁ ଦୁଇ ଓପନର ମିଚେଲ୍ ମାର୍ଶ ଓ ଆଡନ ମାରକ୍ରମ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରି ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ପ୍ରଥମ ଓ୍ଵିକେଟ୍ରେ ୧୧୫ ରନ ଯୋଡ଼ି ଦଳ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ମିଚେଲ୍ ମାର୍ଶ ୩୯ ବଲରୁ ୬ ଚୌକା ଓ ୪ ଛକା ସହ ୬୫ ରନ କରିଥିଲେ। ଏହା ପରେ ଅଧିନାୟକ ପନ୍ତ ନିଜର ଖରାପ ଫେର୍ମ ଜାରି ରଖି ମାତ୍ର ୭ ରନ କରି ଆଉଟ୍ ହୋଇଥିଲେ। ମାରକ୍ରମ ୩୮ ବଲରୁ ୪ ଚୌକା ଓ ୪ ଛକା ସହ ୬୧ ନର କରି ପାଭିଲିୟନ ଫେରିଥିଲେ।
ଦୁଇ ଇନ ଫର୍ମ ବ୍ୟାଟର ଆଉଟ୍ ହେବା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ତେବେ ନିକୋଲାସ ପୂରନ ୨୬ ବଲରୁ ୪୫ ରନ କରିବାରୁ ଦଳ ୨୦୦ ସ୍କୋର କରି ପାରିଥିଲା। କାରଣ ମଧ୍ୟକ୍ରମରେ ପୂରନଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ। ଲକ୍ଷ୍ନୌ ୭ ଓ୍ଵିକେଟ୍ ହରାଇ ୨୦୫ ରନ କରି ପାରିଛି।