କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରୋଡ୍‌ ଶୋ', ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଗସ୍ତ

କେନ୍ଦୁଝର ୨୩।୦୬ : କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ପ୍ରଥମ ଗସ୍ତ । ସକାଳ ସମୟରେ ନିଜ ଜନ୍ମମାଟି କେନ୍ଦୁଝରରେ ଦିନ ୧୧ଟାରେ ଘଟଗାଁ ହାଇସ୍କୁଲରେ ନିର୍ମିତ ହେଲିପ୍ୟାଡରେ ଅବତରଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ଲାଗି ଲାଗିଛି ଲୋକଙ୍କ ଲମ୍ବା ଲାଇନ୍ । ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି କେନ୍ଦୁଝରବାସୀ । ଘଟଗାଁରେ ରୋଡ୍ ଶୋ କରିଛନ୍ତି । ଏଥିପରେ ମା' ତାରିଣୀଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରେ ମଧ୍ୟାହ୍ନ ଭୋଜନ କରିବା ପରେ ବଳଦେବ ଜୀଉଙ୍କ ଦର୍ଶନ କରିବେ । ଏହା ପରେ ରୋଡ୍ ଶୋ କରି କେନ୍ଦୁଝର ଷ୍ଟାଡିୟମ୍‌ରେ ମୁଖ୍ୟମନ୍ତ୍ରୀ ଏକ ସଭାରେ ଉଦ୍‌ବୋଧନ ଦେବେ ।

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରୋଡ୍‌ ଶୋ', ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଗସ୍ତ

କେନ୍ଦୁଝର ୨୩।୦୬ : କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ପ୍ରଥମ ଗସ୍ତ । ସକାଳ ସମୟରେ ନିଜ ଜନ୍ମମାଟି କେନ୍ଦୁଝରରେ ଦିନ ୧୧ଟାରେ ଘଟଗାଁ ହାଇସ୍କୁଲରେ ନିର୍ମିତ ହେଲିପ୍ୟାଡରେ ଅବତରଣ କରିଥିଲେ । 

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ଲାଗି ଲାଗିଛି ଲୋକଙ୍କ ଲମ୍ବା ଲାଇନ୍ । ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି କେନ୍ଦୁଝରବାସୀ । ଘଟଗାଁରେ ରୋଡ୍ ଶୋ କରିଛନ୍ତି । ଏଥିପରେ ମା' ତାରିଣୀଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରେ ମଧ୍ୟାହ୍ନ ଭୋଜନ କରିବା ପରେ ବଳଦେବ ଜୀଉଙ୍କ ଦର୍ଶନ କରିବେ । ଏହା ପରେ ରୋଡ୍ ଶୋ କରି କେନ୍ଦୁଝର ଷ୍ଟାଡିୟମ୍‌ରେ ମୁଖ୍ୟମନ୍ତ୍ରୀ ଏକ ସଭାରେ ଉଦ୍‌ବୋଧନ ଦେବେ ।