ମାଲ ମାରି ଶ୍ରେଣୀ କକ୍ଷରେ ଶୋଇଥିଲେ ପ୍ରଧାନ ସାର୍‌

ଭାଲୁଡୁଙ୍ଗରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶିକ୍ଷକତା କରୁଥିଲେ ରବି ବାରିକ। କିଛି ମାସ ତଳେ ପ୍ରଧାନଶିକ୍ଷକଙ୍କ ଅବସର ପରେ ଶ୍ରୀ ବାରିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିଲେ।

ମାଲ ମାରି ଶ୍ରେଣୀ କକ୍ଷରେ ଶୋଇଥିଲେ ପ୍ରଧାନ ସାର୍‌

ମାଲ ମାରି ଶ୍ରେଣୀ କକ୍ଷରେ ଶୋଇଥିଲେ ପ୍ରଧାନ ସାର୍‌। ଉଠି ପାରୁନଥିଲେ। ଏପରି ଅଭିଯୋଗ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକରୁ ଆସିଛି। ଦୀର୍ଘ ସମୟ ଧରି ସାର୍‌ ନଉଠିବାରୁ ଅଭିଭାବକମାନେ ଏନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲେ। ତା’ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।

ଭାଲୁଡୁଙ୍ଗରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶିକ୍ଷକତା କରୁଥିଲେ ରବି ବାରିକ। କିଛି ମାସ ତଳେ ପ୍ରଧାନଶିକ୍ଷକଙ୍କ ଅବସର ପରେ ଶ୍ରୀ ବାରିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିଲେ। ହେଲେ ସେ ସ୍କୁଲକୁ ଅନେକ ସମୟରେ ମଦ ପିଇ ଆସୁଥିବା ଅଭିଯୋଗ ହୋଇଥିଲା। ଶୁକ୍ରବାର କିନ୍ତୁ ସବୁ ସୀମା ଅତିକ୍ରମ କରିଥିଲେ ବାରିକ ସାର। ମଦ ପିଇ ଶ୍ରେଣୀ ଗୃହରେ ପଡ଼ିଥିଲେ। ପାଠ ପଢ଼ାଇବା ପରିବର୍ତ୍ତେ ବିଳିବିଳି ହେଉଥିଲେ। ଟେବୁଲ୍‌ ତଳେ ଗଡୁଥିଲେ। ତାଙ୍କ ଚଷମା ଦୁଇ ଫୁଟ୍‌ ଦୂରରେ ପଡ଼ିଥିଲା।

ପିଲାଙ୍କଠାରୁ ଶୁଣି ଅଭିଭାବକମାନେ ସ୍କୁଲରେ ପହଞ୍ଚିଥିଲେ। ଶିକ୍ଷକଙ୍କ ଏପରି ଅବସ୍ଥା ଦେଖି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ। ପରେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଓ ବିଆର୍‌ସିସି ସ୍କୁଲରେ ପହଞ୍ଚି ଥିଲେ। ସେତେବେଳେ ଶିକ୍ଷକ ଶ୍ରୀ ବାରିକ କ୍ଲାସ୍‌ ରୁମ୍‌ରେ ଶୋଇଥିବା ଦେଖିବାକୁ ପାଇଥିଲେ। ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଓ ବିଆର୍‌ସିସିଙ୍କ ରିପୋର୍ଟ ଆଧାରରେ ଗୁରୁଣ୍ଡିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ର ମାଝୀ ଶିକ୍ଷକ ଶ୍ରୀ ବାରିକଙ୍କୁ ନିଲମ୍ୱିତ କରିଛନ୍ତି।

ରିପୋର୍ଟ- ବଣାଇରୁ ରଞ୍ଜିତ ଚୌଧୁରୀ