ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ
ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। କେନ୍ଦ୍ର ଓ ଛତିଶଗଡ଼ ସରକାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସୁରୁଖୁରୁରେ କରିବା ପାଇଁ ମାଓବାଦୀ ଦମନ ଅଭିଯାନ ଚଳାଇଥିଲା ବେଳେ ୧ ମାସ ମଧ୍ୟରେ ପ୍ରାୟ ୮୦ ମାଓବାଦୀଙ୍କୁ ମୃତ୍ୟୁ ହେବା ସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସୀମାନ୍ତରେ ଘନ […] The post ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ appeared first on Dharitri Odia News.
ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। କେନ୍ଦ୍ର ଓ ଛତିଶଗଡ଼ ସରକାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସୁରୁଖୁରୁରେ କରିବା ପାଇଁ ମାଓବାଦୀ ଦମନ ଅଭିଯାନ ଚଳାଇଥିଲା ବେଳେ ୧ ମାସ ମଧ୍ୟରେ ପ୍ରାୟ ୮୦ ମାଓବାଦୀଙ୍କୁ ମୃତ୍ୟୁ ହେବା ସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସୀମାନ୍ତରେ ଘନ ଘନ କୋମ୍ବିଂ ଯୋଗୁ ଛତିଶଗଡ଼ ମାଓବାଦୀମାନେ ଓଡ଼ିଶା ସୀମାକୁ ପ୍ରବେଶ କରିବାର ଆଶଙ୍କାକୁ ଦୃଷ୍ଟିରେ ରଖି ମାଲାକନଗିରି ଏସ୍ପି ନୀତୀଶ ବାଧ୍ୱାନୀ ସୀମାନ୍ତରେ ସୁରକ୍ଷାକୁ କଡ଼ାକଡ଼ି କରିଛନ୍ତି। ଏସ୍ପି ବାଧ୍ୱାନୀଙ୍କୁ ସୁରକ୍ଷା ସମ୍ବନ୍ଧରେ ପଚାରିବାରୁ ଓଡ଼ିଶା ଭିତରକୁ ମାଓବାଦୀମାନେ ଯେପରି ପ୍ରବେଶ ନ କରନ୍ତି କିମ୍ବା କୌଣସି ଅଘଟଣ ନ ଘଟାନ୍ତି ସେଥିପାଇଁ ମାଲକାନଗିରି ଜିଲା ସୀମାକୁ ଲାଗିଥିବା ୨୪ ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି। ଯାନବାହନକୁ କଡ଼ାକଡ଼ି ଯାଞ୍ଚ କରାଯିବା ସହ ଗୋଟିଏ ପ୍ଲାଟୁନ ଡିଭିଏଫ୍, ୪ ପ୍ଲାଟୁନ ଏସ୍ଓଜି, ୧୬ ପ୍ଲାଟୁନ ବିଏସ୍ଏଫ୍ଙ୍କୁ ଦିନରାତି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏଥିସହ ଶକ୍ତିଶାଳୀ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ମାଓବାଦୀଙ୍କ ଗତିବିଧି ଉପରେ ତୀକ୍ଷ୍ମ ଦୃଷ୍ଟି ରଖାଯାଇଛି। ଗୋଇନ୍ଦା ବିଭାଗକୁ ସକ୍ରିୟ କରାଯିବା ସହ ମାଓବାଦୀଙ୍କ ସ୍ଥିତି ସମ୍ପର୍କରେ ଗୋପନ ତଥ୍ୟ ସଂଗ୍ରହ କରାଯାଉଛି। ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ମାଲକାନଗିରି ପୋଲିସ ସଜାଗ ଅଛି। ଆସନ୍ତା ନିର୍ବାଚନ ମାଲକାନଗିରି ଜିଲାରେ ଶାନ୍ତିପୂର୍ଣ୍ଣ ଭାବେ ଦେବା ପାଇଁ ସମସ୍ତ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇଛି ବୋଲି ବାଧ୍ୱାନୀ କହିଛନ୍ତି ା
The post ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ appeared first on Dharitri Odia News.