ମାଲକାନଗିରି ସୀମାନ୍ତରେ IED ବିସ୍ଫୋରଣ. ୫ ଯବାନ ଆହତ

ମାଲକାନଗିରି ୨୯।୦୯ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜେପୁର ଜିଲ୍ଲାରେ ଆଇଡି ବିସ୍ଫୋରଣ । ଯେଉଁଥିରେ ୫ ଜଣ ଯବାନ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ରବିବାର ସକାଳ ଭୋର୍‌ ସମୟରେ ଚିନ୍ନାଗେଲୁର ସିଆର୍‌ପିଏଫ୍‌ କ୍ୟାମ୍ପରୁ ଯବାନମାନେ କୁମ୍ବିଂ ଅପରେସନରେ ଯାଇଥିଲେ । ଅପରେସନ ଚାଲିଥିବା ବେଳେ ପୂର୍ବରୁ ମାଓବାଦୀମାନେ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଥିଲେ । ଯେଉଁଥିରେ ପାଞ୍ଚ ଜଣ ଯବାନ ଆହତ ହୋଇଛନ୍ତି । ଏହାପରେ ଆହତ ଯବାନମାନଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ନିମନ୍ତେ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି । 

ମାଲକାନଗିରି ସୀମାନ୍ତରେ IED ବିସ୍ଫୋରଣ. ୫ ଯବାନ ଆହତ

ମାଲକାନଗିରି ୨୯।୦୯ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜେପୁର ଜିଲ୍ଲାରେ ଆଇଡି ବିସ୍ଫୋରଣ । ଯେଉଁଥିରେ ୫ ଜଣ ଯବାନ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ରବିବାର ସକାଳ ଭୋର୍‌ ସମୟରେ ଚିନ୍ନାଗେଲୁର ସିଆର୍‌ପିଏଫ୍‌ କ୍ୟାମ୍ପରୁ ଯବାନମାନେ କୁମ୍ବିଂ ଅପରେସନରେ ଯାଇଥିଲେ । ଅପରେସନ ଚାଲିଥିବା ବେଳେ ପୂର୍ବରୁ ମାଓବାଦୀମାନେ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଥିଲେ । ଯେଉଁଥିରେ ପାଞ୍ଚ ଜଣ ଯବାନ ଆହତ ହୋଇଛନ୍ତି । ଏହାପରେ ଆହତ ଯବାନମାନଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ନିମନ୍ତେ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି ।