ମାଲକାନଗିରିରେ ସୁଧୁରୁଛି ବନ୍ୟା ସ୍ଥିତି, ତଳିଆ ଅଞ୍ଚଳରୁ ଖସୁଛି ପାଣି
ମାଲକାନଗିରି ୧୧।୦୯ : ମାଲକାନଗିରି ଜିଲ୍ଲାର ବନ୍ୟା ସ୍ଥିତିରେ ସୁଧାର ଆସିଛି । ପୋଟେରୂ ଅଞ୍ଚଳରେ ବନ୍ୟା ପାଣି କମିଛି କାଙ୍କୁରୁକୋଣ୍ଡା, କନ୍ୟାଆଶ୍ରମ, ଏମଭି-90, ଏମଭି-96, ମହାରାଜପାଲି, ତମସା ଓ ପାଙ୍ଗାମ ପୋଲ ପୋଲ ଉପରୁ ପାଣି ତଳକୁ ଖସିଥିବା ବେଳେ ମାଲକାନଗିରି ଠାରୁ କାଲିମେଳା, ମୋଟୁ, ପଡିଆ ଓ ଜୟପୁର ମଧ୍ୟରେ ଯୋଗାଯୋଗ ଆରମ୍ଭ ହୋଇଛି।ତେବେ ଲଗାଣ ବର୍ଷା ଯୋଗୁଁ ଗତ ତିନି ଦିନ ଧରି ଯାନ ବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ଆଜି ଠାରୁ ୩୨୬ ନମ୍ବର ଜାତୀୟ ରାଜପଥରେ ପୁଣି ଗଡିବା ଆରମ୍ଭ କରିଛି ଗାଡି। ପୋଟେରୂ ପୋଲ ଉପରେ ଲୁହା ରଡ ବାହାରି ଥିବା ବେଳେ ଏଠାରେ କେବଳ ଛୋଟ ଗାଡି ଛଡା ଯାଉଛି । ବନ୍ୟା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାସ୍ତା ଘାଟ ନଷ୍ଟ ହୋଇଥିବା ବେଳେ ଲୋକଙ୍କ ଘର ଦ୍ବାର ମଧ୍ୟ ଭାଙ୍ଗି ଯାଇଛି। ମାଲକାନଗିରି ଜିଲ୍ଲାରେ ବନ୍ୟା କମିଛି ହେଲେ ବଢିବାରେ ଲାଗିଛି ଲୋକଙ୍କ ଦୁର୍ଦଶା । ବନ୍ୟା ପାଣିରେ ଅନେକ ଲୋକଙ୍କ ମାଟି ଘର ଭୁଷୁଡି ପଡିଛି । ଲୋକଙ୍କ ଆସବାବପତ୍ର ବନ୍ୟା ପାଣିରେ ଭାସିଯାଇଛି। ଯେଉଁଠି ପାଣି କମିଛି ସେଠାରେ ଲୋକେ ପୁଣି ଥରେ ନିଜର ଉଜୁଡା ସଂସାରକୁ ସଜାଡିବାରେ ଲାଗିଛନ୍ତି । ଅନ୍ୟପଡେ ରାଜ୍ୟର ଦୁଇ ଜଣ ବରିଷ୍ଠ ଅଧିକାରୀ ମାଲକାନଗିରି ଜିଲ୍ଲାକୁ ଆସି ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି । ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ସଡଙ୍ଗି ଓ ପ୍ରମୁଖ ସଚିବ ବିଷ୍ନୁପଦ
ମାଲକାନଗିରି ୧୧।୦୯ : ମାଲକାନଗିରି ଜିଲ୍ଲାର ବନ୍ୟା ସ୍ଥିତିରେ ସୁଧାର ଆସିଛି । ପୋଟେରୂ ଅଞ୍ଚଳରେ ବନ୍ୟା ପାଣି କମିଛି କାଙ୍କୁରୁକୋଣ୍ଡା, କନ୍ୟାଆଶ୍ରମ, ଏମଭି-90, ଏମଭି-96, ମହାରାଜପାଲି, ତମସା ଓ ପାଙ୍ଗାମ ପୋଲ ପୋଲ ଉପରୁ ପାଣି ତଳକୁ ଖସିଥିବା ବେଳେ ମାଲକାନଗିରି ଠାରୁ କାଲିମେଳା, ମୋଟୁ, ପଡିଆ ଓ ଜୟପୁର ମଧ୍ୟରେ ଯୋଗାଯୋଗ ଆରମ୍ଭ ହୋଇଛି।
ତେବେ ଲଗାଣ ବର୍ଷା ଯୋଗୁଁ ଗତ ତିନି ଦିନ ଧରି ଯାନ ବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ଆଜି ଠାରୁ ୩୨୬ ନମ୍ବର ଜାତୀୟ ରାଜପଥରେ ପୁଣି ଗଡିବା ଆରମ୍ଭ କରିଛି ଗାଡି। ପୋଟେରୂ ପୋଲ ଉପରେ ଲୁହା ରଡ ବାହାରି ଥିବା ବେଳେ ଏଠାରେ କେବଳ ଛୋଟ ଗାଡି ଛଡା ଯାଉଛି । ବନ୍ୟା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାସ୍ତା ଘାଟ ନଷ୍ଟ ହୋଇଥିବା ବେଳେ ଲୋକଙ୍କ ଘର ଦ୍ବାର ମଧ୍ୟ ଭାଙ୍ଗି ଯାଇଛି।
ମାଲକାନଗିରି ଜିଲ୍ଲାରେ ବନ୍ୟା କମିଛି ହେଲେ ବଢିବାରେ ଲାଗିଛି ଲୋକଙ୍କ ଦୁର୍ଦଶା । ବନ୍ୟା ପାଣିରେ ଅନେକ ଲୋକଙ୍କ ମାଟି ଘର ଭୁଷୁଡି ପଡିଛି । ଲୋକଙ୍କ ଆସବାବପତ୍ର ବନ୍ୟା ପାଣିରେ ଭାସିଯାଇଛି। ଯେଉଁଠି ପାଣି କମିଛି ସେଠାରେ ଲୋକେ ପୁଣି ଥରେ ନିଜର ଉଜୁଡା ସଂସାରକୁ ସଜାଡିବାରେ ଲାଗିଛନ୍ତି ।
ଅନ୍ୟପଡେ ରାଜ୍ୟର ଦୁଇ ଜଣ ବରିଷ୍ଠ ଅଧିକାରୀ ମାଲକାନଗିରି ଜିଲ୍ଲାକୁ ଆସି ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି । ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ସଡଙ୍ଗି ଓ ପ୍ରମୁଖ ସଚିବ ବିଷ୍ନୁପଦ ସେଠି ସମୀକ୍ଷା ବୈଠକ ପରେ କହିଛନ୍ତି ଯେ ମାଲକାନଗିରି ବନ୍ୟା ପାଣିରୁ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ୧୬୨ ଜଣ ଲୋକଙ୍କୁ ଉଦ୍ଧାର କରିଥିଲେ ଯାହା ମଧ୍ୟରେ ୫୪ ଜଣ ମହିଳା ଗର୍ଭବତୀ ରହିଥିଲେ ।
ବନ୍ୟା ବିପନ୍ନ ମାନଙ୍କୁ ରନ୍ଧା ଖାଦ୍ୟ ସହ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଘର ଭାଙ୍ଗିବା, ଫସଲହାନୀ ଓ ଗୃହପାଳିତ ପଶୁ ନଷ୍ଟ ସଂପର୍କରେ ଆକଳନ କରାଯାଇ କ୍ଷୟକ୍ଷତି ଦିଆଯିବ ବୋଲି ବୋଲି ବିଷ୍ଣପଦ ସେଠୀ କହିଛନ୍ତି । ସେହିପରି ବନ୍ୟା ସମୟରେ ଲୋକଙ୍କୁ ପାଣି ଭିତରୁ ଉଦ୍ଧାର କରିଥିବା ଅଗ୍ନିଶମ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ କହିଛନ୍ତି ।