ମାଲଦୀପରେ ବଦଳିଲା ଭାରତୀୟ ସୈନିକଙ୍କ ପ୍ରଥମ ବ୍ୟାଚ୍: ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ ୧୫।୩: ବୈଦେଶିକ ମନ୍ତ୍ରାଳୟ ଶୁକ୍ରବାର ଏକ ସୂଚନାରେ ମାଲଦୀପରେ ଭାରତୀୟ ସୈନ୍ୟ ଅଫିସରଙ୍କ ପ୍ରଥମ ଦଳକୁ ବଦଳାଇ ଦିଆଯାଇଥିବା କହିଛନ୍ତି। ଭାରତୀୟ ସୈନ୍ୟ ଅଫିସରଙ୍କ ପ୍ରଥମ ଦଳକୁ ଟେକନିକ୍ (ବୈଷୟିକ) ଅଧିକାରୀଙ୍କ ଦଳ ଦ୍ୱାରା ବଦଳା ଯାଇଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରନ୍ଧୀର ଜୟସବାଲ ତାଙ୍କ ସାପ୍ତାହିକ ପ୍ରେସ୍‌ ବ୍ରିଫିଙ୍ଗରେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏଏଲଏଚ ହେଲିକପ୍ଟରର ସଞ୍ଚାଳନ କରୁଥିବା ଭାରତୀୟ ସୈନିକଙ୍କ ପ୍ରଥମ ଦଳର ଅଦଳବଦଳ ପୁରା ହୋଇଛି। ଗତମାସରେ ବିଦେଶ ମନ୍ତ୍ରାଳୟ କହିଥିଲେ ଯେ ପ୍ରତିରକ୍ଷା ଅଧିକାରୀଙ୍କ ପ୍ରତ୍ୟାବର୍ତ୍ତନ ନିମନ୍ତେ ଭାରତୀୟ ବୈଷୟିକ ଅଧିକାରୀଙ୍କ ଏକ ବ୍ୟାଚ୍ ମାଲଦୀପ ପହଞ୍ଚି ସାରିଛନ୍ତି। ଏହା ପୂର୍ବରୁ ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର ମଧ୍ୟ କହିଥିଲେ ଯେ ଭାରତ ଓ ମାଲଦୀପ ମଧ୍ୟରେ ଥିବା ସମ୍ପର୍କରେ ଦେଖା ଦେଇଥିବା ଫାଟ ସମୟ ସହିତ କୁଟନୀତି ମାଧ୍ୟମରେ ସମାଧାନ ହୋଇଯିବ। ତେବେ ମାଲଦୀପ ସରକାରଙ୍କ ଚାପରେ ସୈନ୍ୟ ଅଧିକାରୀମାନଙ୍କୁ ସେଠାରୁ ଫେରାଇ ଅଣାଯାଇଛି। ଉଲ୍ଲେଖଯୋଗ୍ୟ ଯେ ମାଲଦୀପର ଚୀନ ସମର୍ଥକ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ନେତୃତ୍ୱାଧୀନ ମାଲଦୀପ ସରକାର ଔପଚାରିକ ରୂପେ କହିଥିଲେ ଯେ ଭାରତ ମାଲେରୁ ନିଜର ସୈନ୍ୟ ବଳଙ୍କୁ ତୁରନ୍ତ ଡକାଇ ନିଅନ୍ତୁ। ଏହା ପୂର୍ବରୁ ଭାରତ ବୈଦେଶିକ ମନ୍ତ୍ରାଳୟ କହିଥିଲେ ଯେ ଭାରତ ଓ ମାଲଦୀପ ଭାରତୀୟ ସୈନିକଙ୍କ

ମାଲଦୀପରେ ବଦଳିଲା ଭାରତୀୟ ସୈନିକଙ୍କ ପ୍ରଥମ ବ୍ୟାଚ୍: ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ ୧୫।୩: ବୈଦେଶିକ ମନ୍ତ୍ରାଳୟ ଶୁକ୍ରବାର ଏକ ସୂଚନାରେ ମାଲଦୀପରେ ଭାରତୀୟ ସୈନ୍ୟ ଅଫିସରଙ୍କ ପ୍ରଥମ ଦଳକୁ ବଦଳାଇ ଦିଆଯାଇଥିବା କହିଛନ୍ତି। ଭାରତୀୟ ସୈନ୍ୟ ଅଫିସରଙ୍କ ପ୍ରଥମ ଦଳକୁ ଟେକନିକ୍ (ବୈଷୟିକ) ଅଧିକାରୀଙ୍କ ଦଳ ଦ୍ୱାରା ବଦଳା ଯାଇଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରନ୍ଧୀର ଜୟସବାଲ ତାଙ୍କ ସାପ୍ତାହିକ ପ୍ରେସ୍‌ ବ୍ରିଫିଙ୍ଗରେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏଏଲଏଚ ହେଲିକପ୍ଟରର ସଞ୍ଚାଳନ କରୁଥିବା ଭାରତୀୟ ସୈନିକଙ୍କ ପ୍ରଥମ ଦଳର ଅଦଳବଦଳ ପୁରା ହୋଇଛି। 

ଗତମାସରେ ବିଦେଶ ମନ୍ତ୍ରାଳୟ କହିଥିଲେ ଯେ ପ୍ରତିରକ୍ଷା ଅଧିକାରୀଙ୍କ ପ୍ରତ୍ୟାବର୍ତ୍ତନ ନିମନ୍ତେ ଭାରତୀୟ ବୈଷୟିକ ଅଧିକାରୀଙ୍କ ଏକ ବ୍ୟାଚ୍ ମାଲଦୀପ ପହଞ୍ଚି ସାରିଛନ୍ତି। ଏହା ପୂର୍ବରୁ ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର ମଧ୍ୟ କହିଥିଲେ ଯେ ଭାରତ ଓ ମାଲଦୀପ ମଧ୍ୟରେ ଥିବା ସମ୍ପର୍କରେ ଦେଖା ଦେଇଥିବା ଫାଟ ସମୟ ସହିତ କୁଟନୀତି ମାଧ୍ୟମରେ ସମାଧାନ ହୋଇଯିବ। ତେବେ ମାଲଦୀପ ସରକାରଙ୍କ ଚାପରେ ସୈନ୍ୟ ଅଧିକାରୀମାନଙ୍କୁ ସେଠାରୁ ଫେରାଇ ଅଣାଯାଇଛି। 

ଉଲ୍ଲେଖଯୋଗ୍ୟ ଯେ ମାଲଦୀପର ଚୀନ ସମର୍ଥକ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ନେତୃତ୍ୱାଧୀନ ମାଲଦୀପ ସରକାର ଔପଚାରିକ ରୂପେ କହିଥିଲେ ଯେ ଭାରତ ମାଲେରୁ ନିଜର ସୈନ୍ୟ ବଳଙ୍କୁ ତୁରନ୍ତ ଡକାଇ ନିଅନ୍ତୁ। ଏହା ପୂର୍ବରୁ ଭାରତ ବୈଦେଶିକ ମନ୍ତ୍ରାଳୟ କହିଥିଲେ ଯେ ଭାରତ ଓ ମାଲଦୀପ ଭାରତୀୟ ସୈନିକଙ୍କ ପ୍ରତ୍ୟାହାର ନିମନ୍ତେ ସଶର୍ତ୍ତ ପ୍ରସ୍ତୁତ। ଏହା ଦ୍ୱାରା ମାନବୀୟ ଓ ଚିକିତ୍ସକୀୟ ଆଧାରରେ ମାଲଦୀପ ବାସୀଙ୍କୁ ମିଳୁଥିବା ସହାୟତା ସୂଚାରୁ ରୂପେ ଜାରି ରହିବ।