ମାଲବାହୀ ଟ୍ରେନର ଚାରୋଟି ବଗି ଲାଇନଚ୍ୟୁତ, ରୁଟ୍ରେ ଟ୍ରେନ୍ ଚଳାଚଳ ପ୍ରଭାବିତ
ବଣାଇ : ମାଲବାହୀ ଟ୍ରେନର ଚାରୋଟି ବଗି ଲାଇନଚ୍ୟୁତ । ସୁନ୍ଦରଗଡ଼ ଜିଲ୍ଲା ବିମିଲାଗଡ ରେଲୱେ ଷ୍ଟେସନ ଡ୍ୟାମ୍ ବସ୍ତି ନିକଟରେ ମାଲବାହୀ ଟ୍ରେନର ଚାରୋଟି ବଗି ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନ୍ ନମ୍ୱର BOSM779 ଟ୍ରେନ୍ ରକ୍ସି ରେଲୱେ ସାଇଡିଙ୍ଗରୁ ଲୁହା ପଥର ବୋଝେଇ କରି ବିମଲାଗାଡ ପଟକୁ ଯାଉଥିବା ବେଳେ ଡ୍ୟାମ୍ ବସ୍ତି ନିକଟରେ ଲାଇନଚ୍ୟୁତ ହୋଇଛି । ଏଥିରେ କାହାର କୌଣସି କ୍ଷତି ହୋଇନଥିବା ବେଳେ ଘଟଣା ସ୍ଥଳରେ ରେଲୱେ କର୍ମଚାରୀ […] The post ମାଲବାହୀ ଟ୍ରେନର ଚାରୋଟି ବଗି ଲାଇନଚ୍ୟୁତ, ରୁଟ୍ରେ ଟ୍ରେନ୍ ଚଳାଚଳ ପ୍ରଭାବିତ appeared first on KNews Odisha.

ବଣାଇ : ମାଲବାହୀ ଟ୍ରେନର ଚାରୋଟି ବଗି ଲାଇନଚ୍ୟୁତ । ସୁନ୍ଦରଗଡ଼ ଜିଲ୍ଲା ବିମିଲାଗଡ ରେଲୱେ ଷ୍ଟେସନ ଡ୍ୟାମ୍ ବସ୍ତି ନିକଟରେ ମାଲବାହୀ ଟ୍ରେନର ଚାରୋଟି ବଗି ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନ୍ ନମ୍ୱର BOSM779 ଟ୍ରେନ୍ ରକ୍ସି ରେଲୱେ ସାଇଡିଙ୍ଗରୁ ଲୁହା ପଥର ବୋଝେଇ କରି ବିମଲାଗାଡ ପଟକୁ ଯାଉଥିବା ବେଳେ ଡ୍ୟାମ୍ ବସ୍ତି ନିକଟରେ ଲାଇନଚ୍ୟୁତ ହୋଇଛି ।
ଏଥିରେ କାହାର କୌଣସି କ୍ଷତି ହୋଇନଥିବା ବେଳେ ଘଟଣା ସ୍ଥଳରେ ରେଲୱେ କର୍ମଚାରୀ ପହଁଚି ବଗି ଗୁଡ଼ିକୁ ଟ୍ରାକକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ଫଳରେ ଏହି ଲାଇନ୍ ରେ ସମସ୍ତ ରେଳ ଚଳାଚଳ ବନ୍ଦ ରହିଛି । କେଉଁ କାରଣରୁ ଚାରୋଟି ବଗି ଲାଇନ୍ ଚ୍ୟୁତ୍ ହେଲା ରେଲୱେ ବିଭାଗ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଚକ୍ରଧରପୁର ରେଳ ମଣ୍ଡଳ ଡିଆଏମ୍ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।
ଆହୁରି ପଢନ୍ତୁ : ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ କନିଷ୍ଠ ଯନ୍ତ୍ରୀ
The post ମାଲବାହୀ ଟ୍ରେନର ଚାରୋଟି ବଗି ଲାଇନଚ୍ୟୁତ, ରୁଟ୍ରେ ଟ୍ରେନ୍ ଚଳାଚଳ ପ୍ରଭାବିତ appeared first on KNews Odisha.