ମାଲବାହୀ ଟ୍ରେନ୍‌ର ୩୦ରୁ ଅଧିକ ବଗି ଲାଇନଚ୍ୟୁତ, ରେଳ ଚଳାଚଳ ପ୍ରଭାବିତ

କୋରାପୁଟ ୨୮।୫: କୋରାପୁଟରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ । ମାଲବାହୀ ଟ୍ରେନ୍‌ର ୩୦ରୁ ଅଧିକ ବଗି ଲାଇନ୍‌ଚ୍ୟୁତ ହୋଇଛି । କୋତାବାଲସା-କିରଣ୍ଡୁଲ ରେଳ ଲାଇନର ତାଇଡ଼ା ଓ ଚିମଡିପାଲି ଷ୍ଟେସନ ନିକଟରେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡିଛି । ଏହା ଫଳରେ ସେହି ରୁଟ୍‌ରେ ରେଳ ଚଳାଚଳ ପ୍ରଭାବିତ ହୋଇଛି ।ସୂଚନାଯୋଗ୍ୟ ଯେ, କୋରାପୁଟ କୋତାବାଲସା-କିରଣ୍ଡୁଲ ରେଳ ଲାଇନର ତାଇଡ଼ା ଓ ଚିମଡିପାଲି ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍‌ର ୩୦ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ  ହୋଇଛି । କୋରାପୁଟ ବିଶାଖାପାଟଣା ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମାଲବାହୀ ଟ୍ରେନ୍ କିରୋଣ୍ଡୁଲ ଠାରୁ ଲୁହା ପଥର ନେଇ ବିଶାଖାପାଟଣା ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଛି । ବର୍ତ୍ତମାନ କୋରାପୁଟ-ବିଶାଖାପାଟଣା ମଧ୍ୟରେ ରେଳ ଚଲାଚଳ ବନ୍ଦ ରହିଛି । ବୁଧବାର କିରୋଣ୍ଡୁଲ ଠାରୁ ବିଶାଖାପାଟଣା ଯିବାକୁ ଥିବା ପାସେଞ୍ଜର ଓ ନାଇଟ୍ ଏକ୍ସପ୍ରେସ ଟ୍ରେନ୍ କୋରାପୁଟ ଠାରୁ ନିର୍ଦ୍ଧାରିତ ରୁଟ୍ ବଦଳରେ ରାୟଗଡ଼ା ଦେଇ ଯିବ ବୋଲି ସୂଚନା ମିଳିଛି । ବିଭାଗୀୟ ଅଧିକାରୀ ବୈଷୟିକ ଟିମ୍ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଲାଇନଚ୍ୟୁତ ବଗି  ରେଳଧାରଣାରୁ ହଟାଇ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି ।You Can Read:ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ମାରି ପୋଖରୀରେ ଲୁଚାଇଥିଲେ : ମିଳିଛି ମୁଣ୍ଡ ବିହୀନ ମୃତଦେହ, ଖୋଜା ଚାଲିଛି ମୁଣ୍ଡ 

ମାଲବାହୀ ଟ୍ରେନ୍‌ର ୩୦ରୁ ଅଧିକ ବଗି ଲାଇନଚ୍ୟୁତ, ରେଳ ଚଳାଚଳ ପ୍ରଭାବିତ

କୋରାପୁଟ ୨୮।୫କୋରାପୁଟରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ । ମାଲବାହୀ ଟ୍ରେନ୍‌ର ୩୦ରୁ ଅଧିକ ବଗି ଲାଇନ୍‌ଚ୍ୟୁତ ହୋଇଛି । କୋତାବାଲସା-କିରଣ୍ଡୁଲ ରେଳ ଲାଇନର ତାଇଡ଼ା ଓ ଚିମଡିପାଲି ଷ୍ଟେସନ ନିକଟରେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡିଛି । ଏହା ଫଳରେ ସେହି ରୁଟ୍‌ରେ ରେଳ ଚଳାଚଳ ପ୍ରଭାବିତ ହୋଇଛି ।

ସୂଚନାଯୋଗ୍ୟ ଯେ, କୋରାପୁଟ କୋତାବାଲସା-କିରଣ୍ଡୁଲ ରେଳ ଲାଇନର ତାଇଡ଼ା ଓ ଚିମଡିପାଲି ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍‌ର ୩୦ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ  ହୋଇଛି । କୋରାପୁଟ ବିଶାଖାପାଟଣା ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମାଲବାହୀ ଟ୍ରେନ୍ କିରୋଣ୍ଡୁଲ ଠାରୁ ଲୁହା ପଥର ନେଇ ବିଶାଖାପାଟଣା ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଛି । ବର୍ତ୍ତମାନ କୋରାପୁଟ-ବିଶାଖାପାଟଣା ମଧ୍ୟରେ ରେଳ ଚଲାଚଳ ବନ୍ଦ ରହିଛି । ବୁଧବାର କିରୋଣ୍ଡୁଲ ଠାରୁ ବିଶାଖାପାଟଣା ଯିବାକୁ ଥିବା ପାସେଞ୍ଜର ଓ ନାଇଟ୍ ଏକ୍ସପ୍ରେସ ଟ୍ରେନ୍ କୋରାପୁଟ ଠାରୁ ନିର୍ଦ୍ଧାରିତ ରୁଟ୍ ବଦଳରେ ରାୟଗଡ଼ା ଦେଇ ଯିବ ବୋଲି ସୂଚନା ମିଳିଛି । ବିଭାଗୀୟ ଅଧିକାରୀ ବୈଷୟିକ ଟିମ୍ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଲାଇନଚ୍ୟୁତ ବଗି  ରେଳଧାରଣାରୁ ହଟାଇ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି ।

You Can Read:

ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ମାରି ପୋଖରୀରେ ଲୁଚାଇଥିଲେ : ମିଳିଛି ମୁଣ୍ଡ ବିହୀନ ମୃତଦେହ, ଖୋଜା ଚାଲିଛି ମୁଣ୍ଡ