ମାଲବାହୀ ଭ୍ଯାନକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌ , ୧୨ ମୃତ

ହାଥରସ: ଉତ୍ତର ପ୍ରଦେଶ ହାଥରସରେ ମର୍ମନ୍ତୁଦ ସଡ଼କ। ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିିଛି। ଅନେକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଏକ ମାଲବାହୀ ଭ୍ଯାନକୁ ଧକ୍କା ଦେଲା ଯାତ୍ରୀବାହୀ ବସ। ଆଗରା-ଅଲୀଗଡ଼ ବାଇପାସରେ ଘଟିଛି ଏ ଭୟାନକ ଦୁର୍ଘଟଣା। ମୃତ୍ଯୁସଂଖ୍ଯା ବଢିବା ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, ଶୁଦ୍ଧିକ୍ରିୟା ଭୋଜି ଖାଇ ଫେରୁଥିବାବେଳେ ଘଟିଛି ଏ ଅଘଟଣ। ଭ୍ଯାନରେ ୩୦ରୁ ଅଧିକ ଲୋକ ଥିବା ଜଣାପଡିଛି। ଖୋଲା ମାଲବାହୀ ଭ୍ଯାନ ଥିବାରୁ ଅନେକ ଲୋକ […]

ମାଲବାହୀ ଭ୍ଯାନକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌ , ୧୨ ମୃତ
accident

ହାଥରସ: ଉତ୍ତର ପ୍ରଦେଶ ହାଥରସରେ ମର୍ମନ୍ତୁଦ ସଡ଼କ। ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିିଛି। ଅନେକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଏକ ମାଲବାହୀ ଭ୍ଯାନକୁ ଧକ୍କା ଦେଲା ଯାତ୍ରୀବାହୀ ବସ। ଆଗରା-ଅଲୀଗଡ଼ ବାଇପାସରେ ଘଟିଛି ଏ ଭୟାନକ ଦୁର୍ଘଟଣା। ମୃତ୍ଯୁସଂଖ୍ଯା ବଢିବା ଆଶଙ୍କା କରାଯାଉଛି।

ସୂଚନା ଅନୁଯାୟୀ, ଶୁଦ୍ଧିକ୍ରିୟା ଭୋଜି ଖାଇ ଫେରୁଥିବାବେଳେ ଘଟିଛି ଏ ଅଘଟଣ। ଭ୍ଯାନରେ ୩୦ରୁ ଅଧିକ ଲୋକ ଥିବା ଜଣାପଡିଛି। ଖୋଲା ମାଲବାହୀ ଭ୍ଯାନ ଥିବାରୁ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା ଅଛନ୍ତି। ଗୁରୁତର ଆହତଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସେମାନଙ୍କୁ ଅଲୀଗଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।