ସୌରଭ ଗାଙ୍ଗୁଲି କିଣିଲେ ଟିମ୍, ଏବେ ଏହି ଲିଗ୍‌ରେ ହେବ କଡ଼ା ମୁକାବିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି କାର୍ ରେସିଂ ଖେଳରେ ପ୍ରବେଶ କରିଛନ୍ତି। ଚଳିତ ବର୍ଷ ଅଗଷ୍ଟରୁ ସେପ୍ଟେମ୍ବର ମାସରେ ଭାରତୀୟ ରେସିଂ ଫେଷ୍ଟିଭାଲର ତୃତୀୟ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି। ୨୦୨୪ ସେସନରେ ଆରମ୍ଭ ହେବା ପୂର୍ବରୁ ସୌରଭ ଗାଙ୍ଗୁଲି କୋଲକାତା ରୟାଲ ଟାଇଗର୍ସ ରେସିଂ ଦଳ କିଣିଛନ୍ତି। ଏହି ରେସିଂ ମ୍ୟାଚ୍‌ରେ କୋଲକାତା ଦଳ ଡେବ୍ୟୁ କରିବ। ଏହା ପୂର୍ବରୁ ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ଗୋଆ, କୋଚି ଏବଂ ଅହମ୍ମଦାବାଦ ଭଲି ଦଳ ଭାଗ ନେଉଛନ୍ତି। ଇଣ୍ଡିଆନ୍ ରେସିଂ ଫେଷ୍ଟିଭାଲ୍ ହେଉଛି ଏକ ମୋଟରସ୍ପୋର୍ଟ ଇଭେଣ୍ଟ। ରେସିଙ୍ଗ୍ ପ୍ରମୋସନ୍ ପ୍ରାଇଭେଟ ଲିମିଟେଡ୍ (ଆରଆରପିଏଲ୍) ଏବଂ ଜେ ଆଣ୍ଡ କେ ଟୁରିଜମ ବିଭାଗ ମିଳିତ ଭାବେ ଆରମ୍ଭ କରିଥିଲେ। ଏଥିରେ ଦୁଇଟି ପ୍ରତିଯୋଗିତା କରାଯାଇଥାଏ। ପ୍ରତ୍ୟେକ ପ୍ରତିଯୋଗିତାରେ ରେସିଂରେ ପାଞ୍ଚଟି ରାଉଣ୍ଡ ଥାଏ। ଯାହାକୁ ଭାରତର ବିଭିନ୍ନ ସ୍ଥାନରେ ଆୟୋଜିତ କରାଯାଇଥାଏ। ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟର ଜଣେ ପ୍ରତିଷ୍ଠି ଓ ବହୁ ଲୋକପ୍ରିୟ ଚେହେରା। ସାରା ଦେଶରେ ତାଙ୍କର ଲୋକପ୍ରିୟତା ରହିଛି। ଏଭଳି ପରିସ୍ଥିତିରେ ସେ କୋଲକାତା ରୟାଲ ଟାଇଗର୍ସ ରେସିଂ ଦଳର ମାଲିକ ହେବା ଭାରତରେ ମୋଟର୍ସପୋର୍ଟକୁ ପ୍ରୋତ୍ସାହିତ କରିବ।   

ସୌରଭ ଗାଙ୍ଗୁଲି କିଣିଲେ ଟିମ୍, ଏବେ ଏହି ଲିଗ୍‌ରେ ହେବ କଡ଼ା ମୁକାବିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି କାର୍ ରେସିଂ ଖେଳରେ ପ୍ରବେଶ କରିଛନ୍ତି। ଚଳିତ ବର୍ଷ ଅଗଷ୍ଟରୁ ସେପ୍ଟେମ୍ବର ମାସରେ ଭାରତୀୟ ରେସିଂ ଫେଷ୍ଟିଭାଲର ତୃତୀୟ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି। ୨୦୨୪ ସେସନରେ ଆରମ୍ଭ ହେବା ପୂର୍ବରୁ ସୌରଭ ଗାଙ୍ଗୁଲି କୋଲକାତା ରୟାଲ ଟାଇଗର୍ସ ରେସିଂ ଦଳ କିଣିଛନ୍ତି। ଏହି ରେସିଂ ମ୍ୟାଚ୍‌ରେ କୋଲକାତା ଦଳ ଡେବ୍ୟୁ କରିବ। ଏହା ପୂର୍ବରୁ ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ଗୋଆ, କୋଚି ଏବଂ ଅହମ୍ମଦାବାଦ ଭଲି ଦଳ ଭାଗ ନେଉଛନ୍ତି। 

ଇଣ୍ଡିଆନ୍ ରେସିଂ ଫେଷ୍ଟିଭାଲ୍ ହେଉଛି ଏକ ମୋଟରସ୍ପୋର୍ଟ ଇଭେଣ୍ଟ। ରେସିଙ୍ଗ୍ ପ୍ରମୋସନ୍ ପ୍ରାଇଭେଟ ଲିମିଟେଡ୍ (ଆରଆରପିଏଲ୍) ଏବଂ ଜେ ଆଣ୍ଡ କେ ଟୁରିଜମ ବିଭାଗ ମିଳିତ ଭାବେ ଆରମ୍ଭ କରିଥିଲେ। ଏଥିରେ ଦୁଇଟି ପ୍ରତିଯୋଗିତା କରାଯାଇଥାଏ। ପ୍ରତ୍ୟେକ ପ୍ରତିଯୋଗିତାରେ ରେସିଂରେ ପାଞ୍ଚଟି ରାଉଣ୍ଡ ଥାଏ। ଯାହାକୁ ଭାରତର ବିଭିନ୍ନ ସ୍ଥାନରେ ଆୟୋଜିତ କରାଯାଇଥାଏ। ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟର ଜଣେ ପ୍ରତିଷ୍ଠି ଓ ବହୁ ଲୋକପ୍ରିୟ ଚେହେରା। ସାରା ଦେଶରେ ତାଙ୍କର ଲୋକପ୍ରିୟତା ରହିଛି। ଏଭଳି ପରିସ୍ଥିତିରେ ସେ କୋଲକାତା ରୟାଲ ଟାଇଗର୍ସ ରେସିଂ ଦଳର ମାଲିକ ହେବା ଭାରତରେ ମୋଟର୍ସପୋର୍ଟକୁ ପ୍ରୋତ୍ସାହିତ କରିବ।