୪୯୫ ବର୍ଷ ପରେ ଅଯୋଧ୍ୟାରେ ଦେଖିବାକୁ ମିଳିବ ଅଦ୍ଭୁତ ଦୃଶ୍ୟ, ଭବ୍ୟ ମହଲରେ ହୋଲି ଖେଳିବେ ରାମଲଲା
ଅଯୋଧ୍ୟା: ଆସୁଛି ରଙ୍ଗର ପର୍ବ ହୋଲି। ବୋଧୂ ରୂପରେ ସଜେଇ ହେବାରେ ଲାଗିଛି ରାମ ନଗରୀ ଅଯୋଧ୍ୟା। ଏଥର ଅଯୋଧ୍ୟାରେ ହୋଲି ପର୍ବ ବେଶ ଆକର୍ଷଣୀୟ ହେବାକୁ ଯାଉଛି। କାରଣ ୪୯୫ ବର୍ଷ ପରେ ରାମଲଲାଙ୍କ ଭବ୍ୟ ମନ୍ଦିରରେ ହୋଳି ଖେଳାଯିବ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ରାମଲଲା ବିରାଜମାନ ପରେ ପ୍ରଥମ ଥର ଚଳିତ ବର୍ଷ ହୋଲି ପର୍ବ ପାଳନ ହେବ। ଆଉ ଏଥିପାଇଁ ମନ୍ଦିର ଟ୍ରଷ୍ଟ ଜୋରସୋରରେ ପ୍ରସ୍ତୁତି କାର୍ଯ୍ୟ ଚଳାଇଛି । ଦୀର୍ଘ ୪୯୫ ବର୍ଷ ପରେ ରାମଲଲାଙ୍କ ମନ୍ଦିର ଏବଂ ଶ୍ରୀରାମଙ୍କ ବିଗ୍ରହ ପ୍ରତିଷ୍ଠା ହେବା ପରେ ଏଥର ହୋଲି ଅଯୋଧ୍ୟାବାସୀଙ୍କ ଲାଗି ଭବ୍ୟ ହେବାକୁ ଯାଉଛି। ଏଥର ହୋଲିରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାର ଝଲକ ବି ଦେଖିବାକୁ ମିଳିବ ବୋଲି ବହୁ ସନ୍ଥ କହିଛନ୍ତି। ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାଶ କହିଛନ୍ତି ଯେ, ଏଥର ରାମଲଲାଙ୍କ ସହ ଶ୍ରଦ୍ଧାଳୁଙ୍କୁ ହୋଲି ଖେଳିବାର ଏକ ଅଦ୍ଭୁତ ଆନନ୍ଦ ପ୍ରାପ୍ତ ହେବ । ହୋଲି ଦିନ ପ୍ରବୁ ଶ୍ରୀରାମଙ୍କୁ ନୂଆ ବସ୍ତ୍ର ଲାଗି ହେବ । ଏହା ବ୍ୟତୀତ ୫୬ ପ୍ରକାର ବ୍ୟଞ୍ଜନ ଭୋଗରେ ଲାଗିବ । ଆଉ ଏହି ଭୋଗକୁ ଭକ୍ତମାନଙ୍କୁ ପ୍ରସାଦ ରୂପେ ବିତରଣ କରାଯିବ ।ଏହା ସହିତ ରାମଲଲାଙ୍କୁ ଫଗୁ ଭେଟି ଦିଆଯିବ ବୋଲି ସେ କହିଛନ୍ତି । ରଙ୍ଗର ପର୍ବ ହୋଲିକୁ ନେଇ ପିଲାଠୁ ବୃଦ୍ଧ, ସମସ୍ତଙ୍କ ମନରେ ଅହେତୁକ ଉତ୍ସାହ । ଭାଇଚାରାର ପର୍
ଅଯୋଧ୍ୟା: ଆସୁଛି ରଙ୍ଗର ପର୍ବ ହୋଲି। ବୋଧୂ ରୂପରେ ସଜେଇ ହେବାରେ ଲାଗିଛି ରାମ ନଗରୀ ଅଯୋଧ୍ୟା। ଏଥର ଅଯୋଧ୍ୟାରେ ହୋଲି ପର୍ବ ବେଶ ଆକର୍ଷଣୀୟ ହେବାକୁ ଯାଉଛି। କାରଣ ୪୯୫ ବର୍ଷ ପରେ ରାମଲଲାଙ୍କ ଭବ୍ୟ ମନ୍ଦିରରେ ହୋଳି ଖେଳାଯିବ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ରାମଲଲା ବିରାଜମାନ ପରେ ପ୍ରଥମ ଥର ଚଳିତ ବର୍ଷ ହୋଲି ପର୍ବ ପାଳନ ହେବ। ଆଉ ଏଥିପାଇଁ ମନ୍ଦିର ଟ୍ରଷ୍ଟ ଜୋରସୋରରେ ପ୍ରସ୍ତୁତି କାର୍ଯ୍ୟ ଚଳାଇଛି ।
ଦୀର୍ଘ ୪୯୫ ବର୍ଷ ପରେ ରାମଲଲାଙ୍କ ମନ୍ଦିର ଏବଂ ଶ୍ରୀରାମଙ୍କ ବିଗ୍ରହ ପ୍ରତିଷ୍ଠା ହେବା ପରେ ଏଥର ହୋଲି ଅଯୋଧ୍ୟାବାସୀଙ୍କ ଲାଗି ଭବ୍ୟ ହେବାକୁ ଯାଉଛି। ଏଥର ହୋଲିରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାର ଝଲକ ବି ଦେଖିବାକୁ ମିଳିବ ବୋଲି ବହୁ ସନ୍ଥ କହିଛନ୍ତି। ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାଶ କହିଛନ୍ତି ଯେ, ଏଥର ରାମଲଲାଙ୍କ ସହ ଶ୍ରଦ୍ଧାଳୁଙ୍କୁ ହୋଲି ଖେଳିବାର ଏକ ଅଦ୍ଭୁତ ଆନନ୍ଦ ପ୍ରାପ୍ତ ହେବ । ହୋଲି ଦିନ ପ୍ରବୁ ଶ୍ରୀରାମଙ୍କୁ ନୂଆ ବସ୍ତ୍ର ଲାଗି ହେବ । ଏହା ବ୍ୟତୀତ ୫୬ ପ୍ରକାର ବ୍ୟଞ୍ଜନ ଭୋଗରେ ଲାଗିବ । ଆଉ ଏହି ଭୋଗକୁ ଭକ୍ତମାନଙ୍କୁ ପ୍ରସାଦ ରୂପେ ବିତରଣ କରାଯିବ ।
ଏହା ସହିତ ରାମଲଲାଙ୍କୁ ଫଗୁ ଭେଟି ଦିଆଯିବ ବୋଲି ସେ କହିଛନ୍ତି । ରଙ୍ଗର ପର୍ବ ହୋଲିକୁ ନେଇ ପିଲାଠୁ ବୃଦ୍ଧ, ସମସ୍ତଙ୍କ ମନରେ ଅହେତୁକ ଉତ୍ସାହ । ଭାଇଚାରାର ପର୍ବ ଏହି ହୋଲିକୁ ନେଇ ରହିଛି ଅନେକ କାହାଣୀ ଏବଂ କିମ୍ବଦନ୍ତୀ । ସେହିଭଳି ସନାତନ ଧର୍ମରେ ବିଶ୍ବାସ ରଖୁଥିବା ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଥରେ ମଥୁରା ବୃନ୍ଦାବନରେ ଫଗୁ ଖେଳିବାକୁ ଇଚ୍ଛା ରଖନ୍ତି । ମଥୁରା-ବୃନ୍ଦାବନରେ ଖାସ ତରିକାରେ ହୋଲି ଖେଳାଯାଏ । ଏଠାରେ କେବଳ ରଙ୍ଗରେ ନୁହେଁ ବରଂ ଲଡୁ, ଲାଠମାର, ଫୁଲ ବାଲି ହୋଲି, ଛଡ଼ିମାର ହୋଲି ଏବଂ ହୁରଙ୍ଗା ହୋଲି ଭଳି ଭିନ୍ନ ଭିନ୍ନ ତରିଖାରେ ହୋଲି ମନାଯାଏ । ପ୍ରତିବର୍ଷ ଲଡୁ ହୋଲି ବରସାନାରେ ପାଳନ କରାଯାଏ । ଚଳିତବର୍ଷ ମାର୍ଚ୍ଚ ୧୭ ରବିାବର ଏଠାରେ ଲଡୁ ହୋଲି ପାଳନ ହୋଇଛି ।
ସୂଚନାଯୋଗ୍ୟ, ୧୫୨୮ରେ ମୋଗଲ ସମ୍ରାଟ ବାବରଙ୍କ ସେନାପତି ମୀର ବାକିଙ୍କ ଆକ୍ରମଣ ପରେ ରାମଲଲାଙ୍କ ପାଇଁ କୌଣସି ବି ପର୍ବ ଉତ୍ସବ ସବୁ ପରମ୍ପରା ପର୍ଯ୍ୟନ୍ତ ସୀମିତ ଥିଲା। ମାତ୍ର ଏବେ ପାଖାପାଖି ୪୯୫ ବର୍ଷ ପରେ ରାମଲଲା ମନ୍ଦିରରେ ପ୍ରବେଶ କରି ସାରିଥିବାରୁ ହୋଲି ପର୍ବ ଭବ୍ୟ ହେବାକୁ ଯାଉଛି। ରାମଲଲାଙ୍କ ନିକଟରେ ୫୬ ପ୍ରକାର ବ୍ୟଞ୍ଜନ ପରସାଯିବ।