ମାଲାବାରରେ ଜେମ୍‌ଷ୍ଟୋନ୍‌ ଫେଷ୍ଟିଭାଲ

ଭୁବନେଶ୍ୱର,୨୩।୧(ଅନୁରାଧା ମହାରଣା): ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ପକ୍ଷରୁ ଏକ ସ୍ବତନ୍ତ୍ର ଅଳଙ୍କାର ପ୍ରଦର୍ଶନୀ ‘ଜେମ୍‌ଷ୍ଟୋନ୍‌ ଫେଷ୍ଟିଭାଲ’ର ଶୁଭାରମ୍ଭ କରାଯାଇଛିି। ଏହି ପରିପ୍ରେକ୍ଷୀରେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସର ଏକ୍ସକ୍ଲୁସିଭ ଶୋ’ରୁମ୍‌ ଭୁବନେଶ୍ୱରସ୍ଥିତ ଶହୀଦନଗର ଷ୍ଟୋରରରେ ଉକ୍ତ ଫେଷ୍ଟିଭାଲ ସୋମବାର ଠାରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ରୋଜିସ୍‌ କିଚେନ୍‌ର ଫାଉଣ୍ଡର ସରୋଜା ଚୌଧୁରୀ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୪ ଫେବୃଆରୀ ୧୮ ତାରିଖ ପର୍ଯ୍ୟନ୍ତ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଭୁବନେଶ୍ୱର […] The post ମାଲାବାରରେ ଜେମ୍‌ଷ୍ଟୋନ୍‌ ଫେଷ୍ଟିଭାଲ appeared first on Dharitri Odia News.

ମାଲାବାରରେ ଜେମ୍‌ଷ୍ଟୋନ୍‌ ଫେଷ୍ଟିଭାଲ

ଭୁବନେଶ୍ୱର,୨୩।୧(ଅନୁରାଧା ମହାରଣା): ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ପକ୍ଷରୁ ଏକ ସ୍ବତନ୍ତ୍ର ଅଳଙ୍କାର ପ୍ରଦର୍ଶନୀ ‘ଜେମ୍‌ଷ୍ଟୋନ୍‌ ଫେଷ୍ଟିଭାଲ’ର ଶୁଭାରମ୍ଭ କରାଯାଇଛିି। ଏହି ପରିପ୍ରେକ୍ଷୀରେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସର ଏକ୍ସକ୍ଲୁସିଭ ଶୋ’ରୁମ୍‌ ଭୁବନେଶ୍ୱରସ୍ଥିତ ଶହୀଦନଗର ଷ୍ଟୋରରରେ ଉକ୍ତ ଫେଷ୍ଟିଭାଲ ସୋମବାର ଠାରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ରୋଜିସ୍‌ କିଚେନ୍‌ର ଫାଉଣ୍ଡର ସରୋଜା ଚୌଧୁରୀ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୪ ଫେବୃଆରୀ ୧୮ ତାରିଖ ପର୍ଯ୍ୟନ୍ତ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଭୁବନେଶ୍ୱର ସ୍ଥିତ ଶହୀଦନଗର ଏବଂ ଚନ୍ଦ୍ରଶେଖରପୁର ଶୋ’ରୁମ୍‌ ସମେତ କଟକ ଷ୍ଟୋରରେ ମଧ୍ୟ ଉକ୍ତ ଫେଷ୍ଟିଭାଲ ଜାରି ରହିବ ବୋଲି ମାଲାବାର ଓଡ଼ିଶା ଶାଖା ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଉକ୍ତ ଫେଷ୍ଟିଭାଲରେ ବିଭିନ୍ନ ଡିଜାଇନର ହାର, କାନଫୁଲ, ମୁଦି ଏବଂ ଚୁଡ଼ି ଆଦି ପ୍ରଦର୍ଶିତ ହେଉଥିବା ବେଳେ ଗ୍ରାହକମାନେ ବିଶେଷ ରିହାତି ଅଫର ସହ କ୍ରୟ କରିପାରିବେ ବୋଲି ମାଲାବାରର ଶହିଦ ନଗର ଷ୍ଟୋର ହେଡ୍‌ ଅଶନାଫ୍‌ ଅରାକ୍କଲ୍‌ ମତ ପ୍ରକାଶ କରିଛନ୍ତି। ଏଠାରେ ଶୁଦ୍ଧ ସୁନା ତଥା ମୂଲ୍ୟବାନ ରୁବି, ଏମେରାଲ ଆଦି ରତ୍ନ(ଷ୍ଟୋନ୍‌) ଖଚିତ ଗହଣା ସହ ଅନକଟ୍‌ ଡାଏମଣ୍ଡ ଗହଣା ରହିଛି।

The post ମାଲାବାରରେ ଜେମ୍‌ଷ୍ଟୋନ୍‌ ଫେଷ୍ଟିଭାଲ appeared first on Dharitri Odia News.