ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ବିବାଦ: ୧୭ରେ ପହଞ୍ଚିଲା ମି-ଠୁ ମାମଲା
ନନ୍ଦିଘୋଷ ବ୍ୟୁରୋ: ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ବଢୁଛି ମି-ଠୁ ବିବାଦ। ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା ସଂଖ୍ଯା ପହଞ୍ଚିଛି ୧୭ରେ।... The post ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ବିବାଦ: ୧୭ରେ ପହଞ୍ଚିଲା ମି-ଠୁ ମାମଲା appeared first on .
ନନ୍ଦିଘୋଷ ବ୍ୟୁରୋ: ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ବଢୁଛି ମି-ଠୁ ବିବାଦ। ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା ସଂଖ୍ଯା ପହଞ୍ଚିଛି ୧୭ରେ। ବିଭିନ୍ନ ସଂଗଠନରୁ କର୍ମକର୍ତ୍ତାଙ୍କ ଇସ୍ତଫାର ସୁଅ ଚାଲିଥିବାବେଳେ କେତେକ ତାରକା ଓ ଫିଲ୍ମ ନିର୍ମାତାଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି। ଅଭିନେତ୍ରୀ ସୋନିଆ ମହ୍ଲାରଙ୍କ ଅଭିଯୋଗ ଏବେ ଚର୍ଚ୍ଚାର କାରଣ ହୋଇଛି। ବିଗତ ୨୦୧୩ରେ ତାଙ୍କୁ ଜଣେ ଅଭିନେତା ଯୌନ ନିର୍ଯାତନା ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। କେରଳ ସରକାରଙ୍କ ଦ୍ବାରା ଗଠିତ ଏସଆଇଟି ନିକଟରେ ଏହି ଅଭିଯୋଗ କରିଛନ୍ତି ସୋନିଆ। ପୂର୍ବରୁ ଅଭିନେତା ଏମ. ମୁକେଶ ଓ ଜୟସୂର୍ଯ୍ୟଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଅଭିନେତ୍ରୀ ମିନୁ ମୁନୀର। ଅଭିନେତା ତଥା ସିପିଏମ ଏମଏଲଏ ମୁକେଶଙ୍କ ବିରୋଧରେ ମୁନି ଅଭିଯୋଗରେ କହିଥିଲେ ଯେ ମୁକେଶଙ୍କ ନିର୍ଦ୍ଦେଶ ପାଳନ ନ କରିବାରୁ ତାଙ୍କ ସଦସ୍ଯତା ରଦ୍ଦ ହୋଇଥିଲା। ପୂର୍ବରୁ ଫିଲ୍ମ ନିର୍ଦ୍ଦେଶକ ରଞ୍ଜିତଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ବଙ୍ଗାଳୀ ଅଭିନେତ୍ରୀ ଶ୍ରୀଲେଖା ମିତ୍ର।
The post ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ବିବାଦ: ୧୭ରେ ପହଞ୍ଚିଲା ମି-ଠୁ ମାମଲା appeared first on .