ମାଲିରେ ୩ ଭାରତୀୟଙ୍କୁ ଅପହରଣ କଲେ ଆତଙ୍କବାଦୀ

ନୂଆଦିଲ୍ଲୀ : ମାଲିରେ ଏକ ସିମେଣ୍ଟ ଫ୍ୟାକ୍ଟ୍ରିରେ କାମ କରୁଥିବା ସମୟରେ ୩ ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରାଯାଇଛି। ଅଲ୍‌ କାଏଦା ସହ ସଂପୃକ୍ତ ଏକ ଆତଙ୍କବାଦୀ ଗୋଷ୍ଠୀ ଦ୍ବାରା ୩ ଭାରତୀୟ ନାଗରିକ ଅପହୃତ ହୋଇଛନ୍ତି। ପଶ୍ଚିମ ମାଲିର କାୟସରେ ଡାଇମଣ୍ଡ ସିମେଣ୍ଟ ଫ୍ୟାକ୍ଟ୍ରିରେ କିଛି ସଶସ୍ତ୍ର ଆକ୍ରମଣକାରୀ ସଂଘବଦ୍ଧ ଆକ୍ରମଣ କରିବା ସମୟ‌ରେ କମ୍ପାନିର କର୍ମଚାରୀମାନଙ୍କୁ ଅପହରଣ କରିନେଇ ପଣବନ୍ଦୀ ରଖିଛନ୍ତି। ସେମାନଙ୍କ ମଧ୍ୟ‌ରେ ୩ ଜଣ ଭାରତୀୟ ଅଛନ୍ତି। ଅଲ୍‌ କାଏଦାର […]

ମାଲିରେ ୩ ଭାରତୀୟଙ୍କୁ ଅପହରଣ କଲେ ଆତଙ୍କବାଦୀ

ନୂଆଦିଲ୍ଲୀ : ମାଲିରେ ଏକ ସିମେଣ୍ଟ ଫ୍ୟାକ୍ଟ୍ରିରେ କାମ କରୁଥିବା ସମୟରେ ୩ ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରାଯାଇଛି। ଅଲ୍‌ କାଏଦା ସହ ସଂପୃକ୍ତ ଏକ ଆତଙ୍କବାଦୀ ଗୋଷ୍ଠୀ ଦ୍ବାରା ୩ ଭାରତୀୟ ନାଗରିକ ଅପହୃତ ହୋଇଛନ୍ତି। ପଶ୍ଚିମ ମାଲିର କାୟସରେ ଡାଇମଣ୍ଡ ସିମେଣ୍ଟ ଫ୍ୟାକ୍ଟ୍ରିରେ କିଛି ସଶସ୍ତ୍ର ଆକ୍ରମଣକାରୀ ସଂଘବଦ୍ଧ ଆକ୍ରମଣ କରିବା ସମୟ‌ରେ କମ୍ପାନିର କର୍ମଚାରୀମାନଙ୍କୁ ଅପହରଣ କରିନେଇ ପଣବନ୍ଦୀ ରଖିଛନ୍ତି। ସେମାନଙ୍କ ମଧ୍ୟ‌ରେ ୩ ଜଣ ଭାରତୀୟ ଅଛନ୍ତି। ଅଲ୍‌ କାଏଦାର ଏକ ସହଯୋଗୀ ସଂଗଠନ ଜେଏନ୍‌ଆଇଏମ୍‌ (ଜମାତ ନୁସରତ ଅଲ୍‌ ଇସଲାମ ୱାଲ ମୁସଲିମିନ) ମାଲିରେ ଏକାଧିକ ସ୍ଥାନରେ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିଛି। ଉକ୍ତ ଘଟଣାକୁ ବିଦେଶ ବ୍ୟାପାର ମନ୍ତ୍ରାଳୟ କଡ଼ା ନିନ୍ଦା କରି କହିଛନ୍ତି, ଏଭଳି ହିଂସା ମାନବତା ବିରୋଧୀ। ଭାରତୀୟ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ସେମାନଙ୍କୁ ତୁରନ୍ତ ମୁକୁଳାଇବାପାଇଁ ଭାରତ ସରକାର ମାଲି ସରକାରଙ୍କୁ ଅନୁରୋଧ କରିଛନ୍ତି। ନାଗରିକଙ୍କ ସୁରକ୍ଷା ପାଇଁ ବାମାକୋ ସ୍ଥିତ ଭାରତୀୟ ଦୂତାବାସ ମାଲି କର୍ତ୍ତୃପକ୍ଷଙ୍କ ସହ ଲଗାତାର ଯୋଗାଯୋଗରେ ରହିଛି। ଅପହୃତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ୟ ଦୂତାବାସ ସଂପର୍କରେ ରହିଛି। ବିଦେଶ ମନ୍ତ୍ରାଳୟ ଅଧିକାରୀମାନେ ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ବୋଲି ମନ୍ତ୍ରାଳୟ ଦ୍ବାରା ଜାରି ବିବୃତି‌ରେ କୁହାଯାଇଛି।