ମାଲ୍ୟବନ୍ତ ମହୋତ୍ସବରେ ଜମିଲା ବେପାର: ୫ ଦିନରେ ୩ କୋଟି ୭୬ ଲକ୍ଷରୁ ଅଧିକ ବ୍ୟବସାୟ

କନକ ବ୍ୟୁରୋ: ମହୋତ୍ସବରେ ମନ ମୋହୁଛି ଆଦିମ ବଣ୍ଡା ଜନଜାତୀଙ୍କ ପାରମ୍ପାରୀକ ରତ୍ନ ଓ ଅଳଙ୍କାର । ମାଲାକନଗିରି ଜିଲ୍ଲା ସଦର ମହକୁମା ରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଲ୍ୟବନ୍ତ ମହୋତ୍ସବ ଅବସରରେ ପଲ୍ଲିଶ୍ରୀ ମେଳା ର ଆୟୋଜନ କରା ଯାଇ ଥିବା ବେଳେ ଚଳିତ ବର୍ଷ ର ପଲ୍ଲିଶ୍ରୀ ମେଳା ଥିଲା କିଛିଟା ନିଆରା । କାରଣ ଚଳିତ ପଲ୍ଲିଶ୍ରୀ ମେଳା ରେ ଆଦିବାସୀଙ୍କ ହସ୍ତକଳା ଓ ପାରମରା ଓ ଜୀବନ ଶୈଳି ସହ ଜୋଡିତ ସାମଗ୍ରୀ କୁ ଅଧିକ ପ୍ରାଧାନ୍ୟ ଦେଇଛି ଜିଲ୍ଲା ପ୍ରଶାସନ । ପ୍ରଥମ ଥର କରି ବିରଳ ଆଦିମ ଜନଜାତୀ ବଣ୍ଡା ସମ୍ପ୍ରଦାୟ ରେ ଲୋକେ ନଜି କଳାକୃତି କୁ ପଲ୍ଲିଶ୍ରୀ ମେଳା ରେ ପ୍ରଦର୍ଶିତ କରିବା ସହ ବେଶ ଦୁଇ ପଇସା ରୋଜଗାର ମଧ୍ୟ କରିଛନ୍ତି ।  ୧୩ ତାରିଖ ଠାରୁ ୧୭ ତାରିଖ, ୫ ଦିନ ଧରି ଚାଲିଥିଲା ମାଲକାନଗିରି ଜିଲ୍ଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ସାଙ୍ଗକୁ ସେଠାରେ ଜମିଛି ବ୍ୟବସାୟର ଆସର । ମାଲ୍ୟବନ୍ତ ପଲ୍ଲିଶ୍ରୀ ମେଳା ପଡ଼ିଆରେ ମୋଟ ୨୧୩ ଟି ଷ୍ଟଲ୍ ପଡ଼ିଥିଲା । ପ୍ରଥମ ଥର କରି ଆଦିମ ବଣ୍ଡା ଜନଜାତୀଙ୍କ ଷ୍ଟଲ ଥିଲା କିଛି ନିଆରା । ବଣ୍ଡା ଘାଟିର ଲଣ୍ଡା ପାହାଡରେ ବସବାସ କରୁଥିବା ବିରଳ ଆଦିମ ବଣ୍ଡା ଜନଜାତୀର ରମଣି ମାନେ ପ୍ରଥମ ଥରି କରି ନିଜ ପାରମ୍ପାରିକ ରତ୍ନାଳଙ୍କାର ଓ ଗହଣା ସାଙ୍ଗକୁ ପୋଷାକ ଆଦି ପ୍ରଦର୍ଶନ କରିଛନ୍ତି ପଲ୍ଲିଶ୍ରୀ ମେଳାରେ । ବିଶେଷ କରି ବଣ୍ଡା ମହିଳା ମା

ମାଲ୍ୟବନ୍ତ ମହୋତ୍ସବରେ ଜମିଲା ବେପାର: ୫ ଦିନରେ ୩ କୋଟି ୭୬ ଲକ୍ଷରୁ ଅଧିକ ବ୍ୟବସାୟ

କନକ ବ୍ୟୁରୋ: ମହୋତ୍ସବରେ ମନ ମୋହୁଛି ଆଦିମ ବଣ୍ଡା ଜନଜାତୀଙ୍କ ପାରମ୍ପାରୀକ ରତ୍ନ ଓ ଅଳଙ୍କାର । ମାଲାକନଗିରି ଜିଲ୍ଲା ସଦର ମହକୁମା ରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଲ୍ୟବନ୍ତ ମହୋତ୍ସବ ଅବସରରେ ପଲ୍ଲିଶ୍ରୀ ମେଳା ର ଆୟୋଜନ କରା ଯାଇ ଥିବା ବେଳେ ଚଳିତ ବର୍ଷ ର ପଲ୍ଲିଶ୍ରୀ ମେଳା ଥିଲା କିଛିଟା ନିଆରା । କାରଣ ଚଳିତ ପଲ୍ଲିଶ୍ରୀ ମେଳା ରେ ଆଦିବାସୀଙ୍କ ହସ୍ତକଳା ଓ ପାରମରା ଓ ଜୀବନ ଶୈଳି ସହ ଜୋଡିତ ସାମଗ୍ରୀ କୁ ଅଧିକ ପ୍ରାଧାନ୍ୟ ଦେଇଛି ଜିଲ୍ଲା ପ୍ରଶାସନ । ପ୍ରଥମ ଥର କରି ବିରଳ ଆଦିମ ଜନଜାତୀ ବଣ୍ଡା ସମ୍ପ୍ରଦାୟ ରେ ଲୋକେ ନଜି କଳାକୃତି କୁ ପଲ୍ଲିଶ୍ରୀ ମେଳା ରେ ପ୍ରଦର୍ଶିତ କରିବା ସହ ବେଶ ଦୁଇ ପଇସା ରୋଜଗାର ମଧ୍ୟ କରିଛନ୍ତି । 

୧୩ ତାରିଖ ଠାରୁ ୧୭ ତାରିଖ, ୫ ଦିନ ଧରି ଚାଲିଥିଲା ମାଲକାନଗିରି ଜିଲ୍ଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ସାଙ୍ଗକୁ ସେଠାରେ ଜମିଛି ବ୍ୟବସାୟର ଆସର । ମାଲ୍ୟବନ୍ତ ପଲ୍ଲିଶ୍ରୀ ମେଳା ପଡ଼ିଆରେ ମୋଟ ୨୧୩ ଟି ଷ୍ଟଲ୍ ପଡ଼ିଥିଲା । ପ୍ରଥମ ଥର କରି ଆଦିମ ବଣ୍ଡା ଜନଜାତୀଙ୍କ ଷ୍ଟଲ ଥିଲା କିଛି ନିଆରା । ବଣ୍ଡା ଘାଟିର ଲଣ୍ଡା ପାହାଡରେ ବସବାସ କରୁଥିବା ବିରଳ ଆଦିମ ବଣ୍ଡା ଜନଜାତୀର ରମଣି ମାନେ ପ୍ରଥମ ଥରି କରି ନିଜ ପାରମ୍ପାରିକ ରତ୍ନାଳଙ୍କାର ଓ ଗହଣା ସାଙ୍ଗକୁ ପୋଷାକ ଆଦି ପ୍ରଦର୍ଶନ କରିଛନ୍ତି ପଲ୍ଲିଶ୍ରୀ ମେଳାରେ । ବିଶେଷ କରି ବଣ୍ଡା ମହିଳା ମାନେ ମୁଣ୍ଡରେ ପିନ୍ଧୁଥିବା ମାଳି ବା ରିନାମ୍ବ, ଗଳାର ମାଳି- ଲୁବେଇ ଡାକ୍, ବେକରେ ପିନ୍ଧୁଥିବା ଚଙ୍ଗୁ, ପଇସା ଓ କଉଡ଼ି ତିଆରି ମାଳ– ଗୁତେ, କାନଫୁଲ- ଜୁନାଙ୍ଗ, ଅଣ୍ଟାରେ ପିନ୍ଧୁଥିବା– ରିଙ୍ଗା ଆଦି ବିକ୍ରି କରି ପ୍ରାୟ ୩୦ ହଜାର ଟଙ୍କା ରୋଜଗାର କରିଛନ୍ତି ।  

ଆଦିବାସୀଙ୍କ ହସ୍ତକଳା ଓ ବୟନ ଶିଳ୍ପ ସାଙ୍ଗକୁ ପାରମ୍ପରିକ ଘରକରଣ ସାମଗ୍ରୀ ଥିଲା ପଲ୍ଲିଶ୍ରୀ ମେଳାର ଅନ୍ୟତମ ଆକର୍ଷଣ । ବିଶେଷକରି ଢେଙ୍କାନାଳ ଓ କଳାହାଣ୍ଡିର କାଠ ଓ ଲାଖ ଶିଳ୍ପ ସହ ମାଲକାନଗିରି ଜିଲ୍ଲାର ସିଖାପାଲି ଓ କୁମ୍ଭାରଗୁଡା ଟେରାକୋଟା ଶିଳ୍ପିଙ୍କ ଦ୍ବାରା ପ୍ରସ୍ତୁତ ମାଟି ତିଆରି ସାମଗ୍ରୀ କିଣିବା ଲାଗି ଗ୍ରହକଙ୍କ ଭିଡ ଜମିଥିଲା । ଏଥିସହ ରାୟଗଡାର ଝାଡୁ ଏବଂ କଟକ ବଡମ୍ବା ମାଁ ଗାୟତ୍ରୀ ପ୍ରୋଡ୍ୟୁସର ଗୃପ୍ ଧୁପକାଠି ବିକି ବେଶ ଦୁଇ ପଇସା ରୋଜଗାର କରିଛନ୍ତି । ତେବେ ସବୁଠାରୁ ଅଧିକ ବ୍ୟବସାୟ କରିଥିଲା ଟସର ବସ୍ତ୍ର ବିକୁଥିବା ଜାଜପୁର ମାଁ ହିଙ୍ଗୁଳା ଟସର ହସ୍ତତନ୍ତ ଏସଏଚଜି ଓ ସମ୍ବଲପୁରୀ କପଡା ବିକ୍ରି କରୁ ଥିବା ୧୫ରୁ ଉର୍ଧ ପ୍ରଡ୍ୟୁସର ଗ୍ରୁପ । 

୫ ଦିନ ଧରି ଚାଲିଥିବା ପଲ୍ଲିଶ୍ରୀ ମେଳାରେ ମୋଟ ୩ କୋଟି ୭୬ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଛି ।  କିଣାକଟା ସହ ଖାଇବା ପିଇବା ଲାଗି ଏଠାରେ ଶତାଧିକ ଷ୍ଟଲ ଲାଗିଥିବା ବେଳେ ମେଳାରେ ବୁଲି ବୁଲି ପୁରୀ ମଟନ, ଭଳିକି ଭଳି ବିରିୟାନୀ, ଫାଷ୍ଟଫୁଡ, ଆଇସକ୍ରିମର ମଜା ନେଇଥିଲେ ଗ୍ରାହକ ।