ମାଲୟାଲମ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ
ଥିରୁଭାନନ୍ତପୁରମ, ୩୦।୧୨: କେରଳର ଥିରୁଭାନନ୍ତପୁରମସ୍ଥିତ ଏକ ହୋଟେଲରୁ ରବିବାର ସକାଳେ ମାଲୟାଲମ ଅଭିନେତା ଦିଲୀପ ଶଙ୍କରଙ୍କ ମୃତଦେହ ମିଳିଛି। ସେ ଥିବା ରୁମ୍ରୁ ଦୁର୍ଗନ୍ଧ ଆସିବାରୁ ହୋଟେଲ କର୍ମଚାରୀମାନେ ସନ୍ଦେହ କରି ପୋଲିସକୁ ଜଣାଇଥିଲେ। ପୋଲିସ ରୁମ୍ ମଧ୍ୟରୁ ଦିଲୀପଙ୍କ ମୃତଦେହକୁ ଜବତ କରିଛି। ଦିଲୀପଙ୍କ ମୃତ୍ୟୁ ନେଇ ତଦନ୍ତ ଜାରି ରହିଛି। ଟିଭି ଧାରାବାହିକ ‘ପଞ୍ଚାଗ୍ନି’ର ଶୁଟିଂ ପାଇଁ ସେ ଉକ୍ତ ହୋଟେଲରେ ଗତ କିଛି ଦିନ ହେବ ରହୁଥିଲେ। ତେବେ ଦିଲୀପ ଗୁରୁତର ଭାବେ ଅସୁସ୍ଥ […] The post ମାଲୟାଲମ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ appeared first on Dharitri Odia News.
ଥିରୁଭାନନ୍ତପୁରମ, ୩୦।୧୨: କେରଳର ଥିରୁଭାନନ୍ତପୁରମସ୍ଥିତ ଏକ ହୋଟେଲରୁ ରବିବାର ସକାଳେ ମାଲୟାଲମ ଅଭିନେତା ଦିଲୀପ ଶଙ୍କରଙ୍କ ମୃତଦେହ ମିଳିଛି। ସେ ଥିବା ରୁମ୍ରୁ ଦୁର୍ଗନ୍ଧ ଆସିବାରୁ ହୋଟେଲ କର୍ମଚାରୀମାନେ ସନ୍ଦେହ କରି ପୋଲିସକୁ ଜଣାଇଥିଲେ। ପୋଲିସ ରୁମ୍ ମଧ୍ୟରୁ ଦିଲୀପଙ୍କ ମୃତଦେହକୁ ଜବତ କରିଛି। ଦିଲୀପଙ୍କ ମୃତ୍ୟୁ ନେଇ ତଦନ୍ତ ଜାରି ରହିଛି। ଟିଭି ଧାରାବାହିକ ‘ପଞ୍ଚାଗ୍ନି’ର ଶୁଟିଂ ପାଇଁ ସେ ଉକ୍ତ ହୋଟେଲରେ ଗତ କିଛି ଦିନ ହେବ ରହୁଥିଲେ। ତେବେ ଦିଲୀପ ଗୁରୁତର ଭାବେ ଅସୁସ୍ଥ ଥିଲେ ଏବଂ ତାଙ୍କର ଚିକିତ୍ସା ଚାଲିଥିବା ନେଇ ‘ପଞ୍ଚାଗ୍ନି’ର ନିର୍ଦ୍ଦେଶକ କହିଛନ୍ତି। ତେବେ ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କର ସ୍ବଭାବିକ ମୃତ୍ୟୁ ହୋଇଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ଦିଲୀପଙ୍କ ମୃତ୍ୟୁ ମାଲୟାଲମ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରିଛି।
The post ମାଲୟାଲମ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ appeared first on Dharitri Odia News.