ଅପରେଶନ ସିନ୍ଦୁର: ଭାରତୀୟ ସେନାକୁ ସମ୍ମାନ
ତୁମୁଡିବନ୍ଧ(ଦୀପକ କୁମାର ପରାସେଠ):ଅପରେଶନ ସିନ୍ଦୁରର ସଫଳତାକୁ ନେଇ ଭାରତୀୟ ସେନାକୁ ସମ୍ମାନ ଜଣାଇବା ଓ ଉତ୍ସାହିତ କରିବା ଲାଗି ତୁମୁଡିବନ୍ଧଠାରେ ସୋମବାର ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି। ତୁମୁଡିବନ୍ଧ ବ୍ଲକ ଏମ୍ପି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ନେତ୍ର ମାନସେଠ ଓ ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତି ମାଝିଙ୍କ ନେତୃତ୍ୱରେ ଶହ ଶହ ମହିଳା ପୁରୁଷ ତୁମୁଡିବନ୍ଧ ଆମ୍ବେଦକର ଛକଠାରେ ଏକତ୍ରିତ ହୋଇ ବ୍ୟାନର ଓ ତ୍ରିରଙ୍ଗା ପତାକା ଧରି ଭାରତୀୟ ସେନା ଜିନ୍ଦାବାଦ […] The post ଅପରେଶନ ସିନ୍ଦୁର: ଭାରତୀୟ ସେନାକୁ ସମ୍ମାନ appeared first on Dharitri Odia News.
ତୁମୁଡିବନ୍ଧ(ଦୀପକ କୁମାର ପରାସେଠ):ଅପରେଶନ ସିନ୍ଦୁରର ସଫଳତାକୁ ନେଇ ଭାରତୀୟ ସେନାକୁ ସମ୍ମାନ ଜଣାଇବା ଓ ଉତ୍ସାହିତ କରିବା ଲାଗି ତୁମୁଡିବନ୍ଧଠାରେ ସୋମବାର ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି। ତୁମୁଡିବନ୍ଧ ବ୍ଲକ ଏମ୍ପି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ନେତ୍ର ମାନସେଠ ଓ ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତି ମାଝିଙ୍କ ନେତୃତ୍ୱରେ ଶହ ଶହ ମହିଳା ପୁରୁଷ ତୁମୁଡିବନ୍ଧ ଆମ୍ବେଦକର ଛକଠାରେ ଏକତ୍ରିତ ହୋଇ ବ୍ୟାନର ଓ ତ୍ରିରଙ୍ଗା ପତାକା ଧରି ଭାରତୀୟ ସେନା ଜିନ୍ଦାବାଦ ନାରା ଦେଇ ଶୋଭାଯାତ୍ରାରେ ବାହାରି ପଞ୍ଚାୟତ ଛକ ପର୍ଯ୍ୟନ୍ତ ଯାଇଥିଲେ।
ଏହି ଶୋଭାଯାତ୍ରାରେ ତୁମୁଡିବନ୍ଧ ବ୍ଳକ ଅଂଚଳର କୋଣ ଅନୁକୋଣରୁ ବହୁ ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ। ପହଲଗାମ୍ଠାରେ ୨୬ଜଣ ପୁରୁଷ ପର୍ଯ୍ୟଟକଙ୍କୁ ଆତଙ୍କ ବାଦୀମାନେ ଅତିନିର୍ମମ ଭାବେ ଗୁଳି କରି ହତ୍ୟା କରିଥିଲେ। ୨୬ ମହିଳାଙ୍କ ସିନ୍ଦୂର ଲିଭି ଯାଇଥିଲା। ଏହାର ଜବାବରେ ଭାରତୀୟ ସେନା ପାକିସ୍ତାନରେ ପଶି ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ସେନାର ମନୋବଳକୁ ଆହୁରି ବଢାଇବା ସହିତ ଦେଶବାସୀ ତୁମ ସାଙ୍ଗରେ ଅଛି ଏହି ବାର୍ତ୍ତା ଦେଇ ଶୋଭାଯାତ୍ରା କରାଯାଇଛି। ଏହି କାର୍ଯ୍ୟକ୍ରମରେ ରବୀନ୍ଦ୍ର ପାତ୍ର ଶ୍ରୀଚନ୍ଦ୍ର ପରାସେଠ, ପୁରୁଷୋତ୍ତମ ଲେଙ୍କା, ବଳଭଦ୍ର ରାଉତ, ବବ୍ଲୁ ବଡସେଠ ଓ ତୁମୁଡିବନ୍ଧ ବ୍ଳକର ସମସ୍ତ ସରପଞ୍ଚ, ସମିତି ସଭ୍ୟା/ ସଭ୍ୟ, ବୁଦ୍ଧିଜୀବୀ, ମହିଳା, ଯୁବ ଓ ଛାତ୍ର ସଂଗଠନ ଯୋଗ ଦେଇଥିଲେ।
The post ଅପରେଶନ ସିନ୍ଦୁର: ଭାରତୀୟ ସେନାକୁ ସମ୍ମାନ appeared first on Dharitri Odia News.