ମାଳଦ୍ୱୀପର ଫଟୋ ଶେୟାର କରି ଲାକ୍ଷାଦ୍ୱୀପକୁ ସପୋର୍ଟ କରୁଥିଲେ ରଣବୀର, ଟ୍ରୋଲର ହେଲେ ଶିକାର
ମୁମ୍ବାଇ: ଅନେକ ତାରକା ମାଳଦ୍ୱୀପ ବିବାଦକୁ ନେଇ ସୋସିଆଲ ମିଡିଆ ମାଧ୍ୟମରେ ଭାରତୀୟ ପର୍ଯ୍ୟଟନକୁ ସମର୍ଥନ କରୁଥିବା ବେଳେ ମତାମତ ଦେଉଛନ୍ତି। ଏହି କ୍ରମରେ ଅଭିନେତା ରଣବୀର ସିଂ ମଧ୍ୟ ଏମ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରଛନ୍ତି ଏବଂ ମାଳଦ୍ୱୀପ ବଦଳରେ ଲାକ୍ଷାଦ୍ୱୀପକୁ ଛୁଟି ସ୍ଥାନ ଭାବରେ ବାଛିବାକୁ ସମର୍ଥନ କରିଛନ୍ତି। କିନ୍ତୁ ଲାକ୍ଷାଦ୍ୱୀପକୁ ସମର୍ଥନ କରୁଥିବା ଏହି ପୋଷ୍ଟରେ ରଣବୀର ଏକ ସ୍ଥାନର ଫଟୋ ରଖିଛନ୍ତି ଯେଉଁଥିପାଇଁ ସେ ଟ୍ରୋଲର ଶିକାର ହୋଇଛନ୍ତି। ରଣବୀର ତାଙ୍କ […] The post ମାଳଦ୍ୱୀପର ଫଟୋ ଶେୟାର କରି ଲାକ୍ଷାଦ୍ୱୀପକୁ ସପୋର୍ଟ କରୁଥିଲେ ରଣବୀର, ଟ୍ରୋଲର ହେଲେ ଶିକାର appeared first on Dharitri Odia News.
ମୁମ୍ବାଇ: ଅନେକ ତାରକା ମାଳଦ୍ୱୀପ ବିବାଦକୁ ନେଇ ସୋସିଆଲ ମିଡିଆ ମାଧ୍ୟମରେ ଭାରତୀୟ ପର୍ଯ୍ୟଟନକୁ ସମର୍ଥନ କରୁଥିବା ବେଳେ ମତାମତ ଦେଉଛନ୍ତି। ଏହି କ୍ରମରେ ଅଭିନେତା ରଣବୀର ସିଂ ମଧ୍ୟ ଏମ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରଛନ୍ତି ଏବଂ ମାଳଦ୍ୱୀପ ବଦଳରେ ଲାକ୍ଷାଦ୍ୱୀପକୁ ଛୁଟି ସ୍ଥାନ ଭାବରେ ବାଛିବାକୁ ସମର୍ଥନ କରିଛନ୍ତି। କିନ୍ତୁ ଲାକ୍ଷାଦ୍ୱୀପକୁ ସମର୍ଥନ କରୁଥିବା ଏହି ପୋଷ୍ଟରେ ରଣବୀର ଏକ ସ୍ଥାନର ଫଟୋ ରଖିଛନ୍ତି ଯେଉଁଥିପାଇଁ ସେ ଟ୍ରୋଲର ଶିକାର ହୋଇଛନ୍ତି।
ରଣବୀର ତାଙ୍କ ପୋଷ୍ଟରେ ଲେଖିଛନ୍ତି, ବେଳାଭୂମି ଏବଂ ସୌନ୍ଦର୍ଯ୍ୟ ସମେତ ଆମ ଦେଶରେ ଦେଖିବାକୁ ଏବଂ ଅନୁସନ୍ଧାନ କରିବାକୁ ବହୁତ କିଛି ଅଛି। ବର୍ତ୍ତମାନ ରଣବୀରଙ୍କ ଏହି ପୋଷ୍ଟ ବିଷୟରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରିଛନ୍ତି ଯେ ଏହି ପୋଷ୍ଟରେ ଅଭିନେତା ବ୍ୟବହାର କରିଥିବା ଫଟୋ ଅନ୍ୟ କୌଣସି ସ୍ଥାନରୁ ନୁହେଁ ବରଂ ମାଳଦ୍ୱୀପରୁ ଆସିଛି।
ରଣବୀରଙ୍କ ଏହି ପୋଷ୍ଟରେ ଜଣେ ୟୁଜର୍ସ ଲେଖିଛନ୍ତି, ଆପଣ ମାଳଦ୍ୱୀପର ଫଟୋ ପୋଷ୍ଟ କରି ଭାରତୀୟ ଦ୍ୱୀପପୁଞ୍ଜକୁ ପ୍ରୋତ୍ସାହିତ କରୁଛନ୍ତି। ରଣବୀରସେହି ପୋଷ୍ଟକୁ ତାଙ୍କ ପୋଷ୍ଟରୁ ଡିଲିଟ କରିଦେଇଛନ୍ତି କିନ୍ତୁ ସେତେବେଳକୁ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଥିଲା।
The post ମାଳଦ୍ୱୀପର ଫଟୋ ଶେୟାର କରି ଲାକ୍ଷାଦ୍ୱୀପକୁ ସପୋର୍ଟ କରୁଥିଲେ ରଣବୀର, ଟ୍ରୋଲର ହେଲେ ଶିକାର appeared first on Dharitri Odia News.