ମାସକୁ ମିଳିବ ୨୦ ହଜାର
ଭୁବନେଶ୍ୱର,୧୪ା୧(ଅନିଲ ଦାସ): ଦେଶର ଜରୁରିକାଳୀନ ପରିସ୍ଥିତିରେ ମେଣ୍ଟେନାନ୍ସ ଅଫ ଇଣ୍ଟରନାଲ ସିକ୍ୟୁରିଟି ଆକ୍ଟ (ମିସା), ଡିଫେନ୍ସ ଅଫ ଇଣ୍ଡିଆନ (ଡିଆଇଆର) ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀମାନଙ୍କୁ ରାଜ୍ୟ ସରକାର ମାସକୁ ୨୦ ହଜାର ଟଙ୍କାର ପେନ୍ସନ ପ୍ରଦାନ କରିବେ। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପେନ୍ସନ ସହିତ ସମସ୍ତ ସଂଗ୍ରାମୀମାନଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ। ୧ ଜାନୁଆରୀ ୨୦୨୫ […] The post ମାସକୁ ମିଳିବ ୨୦ ହଜାର appeared first on Dharitri Odia News.
ଭୁବନେଶ୍ୱର,୧୪ା୧(ଅନିଲ ଦାସ): ଦେଶର ଜରୁରିକାଳୀନ ପରିସ୍ଥିତିରେ ମେଣ୍ଟେନାନ୍ସ ଅଫ ଇଣ୍ଟରନାଲ ସିକ୍ୟୁରିଟି ଆକ୍ଟ (ମିସା), ଡିଫେନ୍ସ ଅଫ ଇଣ୍ଡିଆନ (ଡିଆଇଆର) ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀମାନଙ୍କୁ ରାଜ୍ୟ ସରକାର ମାସକୁ ୨୦ ହଜାର ଟଙ୍କାର ପେନ୍ସନ ପ୍ରଦାନ କରିବେ।
ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପେନ୍ସନ ସହିତ ସମସ୍ତ ସଂଗ୍ରାମୀମାନଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ। ୧ ଜାନୁଆରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସମସ୍ତ ସଂଗ୍ରାମୀ ଏହି ପେନ୍ସନ ଓ ଚିକିତ୍ସା ସୁବିଧା ପାଇବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଏ ବିଷୟରେ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ୨୫ ଜୁନ୍ ୧୯୭୫ରୁ ୨୧ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ଦେଶର ଜରୁରିକାଳୀନ ପରିସ୍ଥିତି ଜାରି ହୋଇଥିଲା। ଏହାକୁ ବିରୋଧ କରି ଅନେକ ସଂଗ୍ରାମୀ ଦେଶର ବିଭିନ୍ନ ଜେଲରେ ବନ୍ଦୀ ହୋଇଥିଲେ।
The post ମାସକୁ ମିଳିବ ୨୦ ହଜାର appeared first on Dharitri Odia News.