ମାହାଙ୍ଗା ଡବଲ ମର୍ଡର,୧୩ ଯାଏଁ ପ୍ରତାପ ଜେନାଙ୍କୁ ସୁରକ୍ଷା

କଟକ : ହାଇକୋର୍ଟରେ ଚାଲିଥିଲା ମାହାଙ୍ଗା ଡବଲ ମର୍ଡର କେଶ ଶୁଣାଣି I ପ୍ରତାପ ଜେନାଙ୍କୁ ୧୩ ତାରିଖ ଯାଏଁ ସୁରକ୍ଷା । ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଲା ହାଇକୋର୍ଟ । ଆସନ୍ତା ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି । ପରବର୍ତ୍ତୀ ଶୁଣାଣି ଯାଏଁ ଅନ୍ତରୀଣ ସୁରକ୍ଷାରେ ରହିବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା । ସାଲେପୁର JMFCଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ବିଧାୟକ । ୩୦୨ରେ ମାମଲା ଚାଲୁ ପାଇଁ ତଳକୋର୍ଟଙ୍କ ନିର୍ଦ୍ଦେଶକୁ […]

ମାହାଙ୍ଗା ଡବଲ ମର୍ଡର,୧୩ ଯାଏଁ ପ୍ରତାପ ଜେନାଙ୍କୁ ସୁରକ୍ଷା
ମାହାଙ୍ଗା ଡବଲ ମର୍ଡର,୧୩ ଯାଏଁ ପ୍ରତାପ ଜେନାଙ୍କୁ ସୁରକ୍ଷା

କଟକ : ହାଇକୋର୍ଟରେ ଚାଲିଥିଲା ମାହାଙ୍ଗା ଡବଲ ମର୍ଡର କେଶ ଶୁଣାଣି I ପ୍ରତାପ ଜେନାଙ୍କୁ ୧୩ ତାରିଖ ଯାଏଁ ସୁରକ୍ଷା । ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଲା ହାଇକୋର୍ଟ । ଆସନ୍ତା ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି । ପରବର୍ତ୍ତୀ ଶୁଣାଣି ଯାଏଁ ଅନ୍ତରୀଣ ସୁରକ୍ଷାରେ ରହିବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା । ସାଲେପୁର JMFCଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ବିଧାୟକ । ୩୦୨ରେ ମାମଲା ଚାଲୁ ପାଇଁ ତଳକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ ପ୍ରତାପ ଜେନା ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ମସିହା ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାରର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସଂପର୍କୀୟ ଦିବ୍ୟ ସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ କରାଯାଇଥିବାବେଳେ, ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ଏପରିକି ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ମାମଲା ହୋଇଥିଲା । ତେବେ ପୁଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିବା ନେଇ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ କରିଥିଲେ।