ମାଡ଼ି ଆସିଲା ସମୁଦ୍ର, ସବୁ ବୁଡ଼ିଯିବ...
ଦୋହଲିଲା ଘର। ଦୋହଲିଲା କୋଠା। ଦେଖୁଦେଖୁ ଭୁଷୁଡିଗଲା ବିଲ୍ଡିଂ। ମାଟି ଫାଟି ଆଁ କଲା। ତା’ପରେ ସୁ ସୁ କରି ମାଡି ଆସିଲା ସମୁଦ୍ର। ଉଠିଲା ବଡ଼ ବଡ଼ ଜୁଆର। ଯିଏ ସାମ୍ନାକୁ ଆସିଲା ତାକୁ ବୋହି ନେଲା। କେହି କିଛି ବୁଝି ଆଗରୁ ସବୁ କିଛି ଥରିଲା। ସକାଳୁ ସକାଳୁ ହେଲା ଭୟଙ୍କର ଭୂମିକମ୍ପ।