ସମ୍ବଲପୁର ବିଶ୍ୱବିଦ୍ୟାଳୟରେ “ଯୌନ ଉତ୍ପୀଡନ ପ୍ରତିହତ” ପ୍ରସଙ୍ଗରେ କର୍ମଶାଳା

ସମ୍ବଲପୁର:ଯୌନ ଉତ୍ପୀଡନ ପ୍ରତିହତ କରିବା ପାଇଁ ଶିକ୍ଷାନୁଷ୍ଠାନ ଓ ଅନ୍ୟ କାର୍ଯ୍ୟାଳୟରେ କ’ଣ ସବୁ ଉପାୟ ଅବଲମ୍ବନ କରାଯାଇ ପାରେ, ଏବିଷୟରେ ଏକ ସଫଳ କର୍ମଶାଳା ସମ୍ବଲପୁର ବିଶ୍ୱବିଦ୍ୟାଳୟର ସମାଜ କାର୍ଯ୍ୟ (ସୋଶଲ ୱର୍କ) ବିଭାଗରେ ଆୟୋଜିତ ହୋଇଥିଲା ।‌ ଏଥିରେ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗରୁ ପାଇଁ ଶୈକ୍ଷିକ କ୍ଷେତ୍ରର ବ୍ୟକ୍ତିମାନେ ଶ୍ରୋତା ଭାବେ ସାମିଲ ହୋଇଥିଲେ ।‌ ଏହି ଅବସରରେ ମୁଖ୍ୟବକ୍ତା ଭାବେ ଆମନ୍ତ୍ରିତ ହୋଇ ଭୁବନେଶ୍ୱରର ବିଜେବି କଲେଜର ଅଧ୍ଯାପକ ଡ଼ା ଝରଣା ସ୍ବାଇଁ […] The post ସମ୍ବଲପୁର ବିଶ୍ୱବିଦ୍ୟାଳୟରେ “ଯୌନ ଉତ୍ପୀଡନ ପ୍ରତିହତ” ପ୍ରସଙ୍ଗରେ କର୍ମଶାଳା appeared first on Odisha.News.

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ “ଯୌନ ଉତ୍ପୀଡନ ପ୍ରତିହତ” ପ୍ରସଙ୍ଗରେ କର୍ମଶାଳା

ସମ୍ବଲପୁର:ଯୌନ ଉତ୍ପୀଡନ ପ୍ରତିହତ କରିବା ପାଇଁ ଶିକ୍ଷାନୁଷ୍ଠାନ ଓ ଅନ୍ୟ କାର୍ଯ୍ୟାଳୟରେ କ’ଣ ସବୁ ଉପାୟ ଅବଲମ୍ବନ କରାଯାଇ ପାରେ, ଏବିଷୟରେ ଏକ ସଫଳ କର୍ମଶାଳା ସମ୍ବଲପୁର ବିଶ୍ୱବିଦ୍ୟାଳୟର ସମାଜ କାର୍ଯ୍ୟ (ସୋଶଲ ୱର୍କ) ବିଭାଗରେ ଆୟୋଜିତ ହୋଇଥିଲା ।‌ ଏଥିରେ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗରୁ ପାଇଁ ଶୈକ୍ଷିକ କ୍ଷେତ୍ରର ବ୍ୟକ୍ତିମାନେ ଶ୍ରୋତା ଭାବେ ସାମିଲ ହୋଇଥିଲେ ।‌ ଏହି ଅବସରରେ ମୁଖ୍ୟବକ୍ତା ଭାବେ ଆମନ୍ତ୍ରିତ ହୋଇ ଭୁବନେଶ୍ୱରର ବିଜେବି କଲେଜର ଅଧ୍ଯାପକ ଡ଼ା ଝରଣା ସ୍ବାଇଁ ଯୌନ ଉତ୍ପୀଡନ କାନୁନର ପୁଙ୍ଖାନୁପୁଙ୍ଖ ବ୍ୟାଖ୍ୟା ସହିତ ବିଭିନ୍ନ କାର୍ଯ୍ୟସ୍ଥଳରେ ଏହାର ବ୍ଯବହାର ବିଷୟରେ ବୁଝାଇ କହିଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅନ୍ୟ କାର୍ଯ୍ୟସ୍ଥଳରେ କର୍ମଜୀବୀ ମହିଳାମାନଙ୍କୁ ସୁରକ୍ଷା ଓ ସମ୍ମାନ ଯୋଗାଇ ଦେବାପାଇଁ ଏହି ଆଇନର ବିଭିନ୍ନ ପକ୍ଷ ଓ ଭୂମିକା ଉପରେ ସେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ତାଙ୍କ କହିବା ଅନୁସାରେ ଏଥିପାଇଁ କର୍ମଜୀବୀ ମହିଳାମାନଙ୍କୁ ଉକ୍ତ ଆଇନର ବିଶେଷତ୍ଵକୁ ବୁଝି ଏଦିଗରେ ଆଗୁଆ ପଦକ୍ଷେପ ସହିତ ଯୌନ ଉତ୍ପୀଡନ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଗ୍ରହଣ ଉପରେ ଗୁରୁତ୍ଵ ଦେବାକୁ ପଡ଼ିବ । ଏଥିରେ ସାମିଲ ପ୍ରତିଭାଗିମାନେ ଏହି କ୍ଷେତ୍ରରେ ସେମାନଙ୍କ ଅନୁଭବ ଉଲ୍ଲେଖ କରିବା ସହିତ ସୁଚିନ୍ତିତ ପ୍ରଶ୍ନମାନ ଉତ୍ଥାପିତ କରିବା ଫଳରେ କାର୍ଯ୍ଯଶାଳା ଜୀବନ୍ତ ରହିଥିଲା ।

The post ସମ୍ବଲପୁର ବିଶ୍ୱବିଦ୍ୟାଳୟରେ “ଯୌନ ଉତ୍ପୀଡନ ପ୍ରତିହତ” ପ୍ରସଙ୍ଗରେ କର୍ମଶାଳା appeared first on Odisha.News.