ଜମି ବିବାଦ କୁ କେନ୍ଦ୍ରକରି ଭାଇ କୁ ହତ୍ୟା କଳା ଭାଇ,ହତ୍ୟା କରି ଥାନା ରେ ଆତ୍ମସମର୍ପଣ।

କଳାହାଣ୍ଡି,୧୫/୦୭ ଜମି ବାଡ଼ି ବିବାଦ କୁ କେନ୍ଦ୍ର କରି ଭାଇ କୁ ହତ୍ୟା କଲା ଭାଇ । ଭାଇ ର ଟାଙ୍ଗିଆ ଆକ୍ରମଣ ରେ ଭାଇ ମୃତ l ମୃତକ ହେଲେ ଗୋକୁଳ କେତକୀ (୫୫) l କେଗାଁ ଥାନା ମହାଳିଙ୍ଗ ଗାଁ ର ଘଟଣା। ଭାଇ କୁ ହତ୍ୟା ପରେ ଭାଇ ର କେଗାଁ ଥାନା କୁ ଯାଇ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ସୂଚନା ମତେ ମହାଳିଙ୍ଗ ଗ୍ରାମର କୋଳିଆପଡା ଠାରେ ଥିବା ଏକ […] The post ଜମି ବିବାଦ କୁ କେନ୍ଦ୍ରକରି ଭାଇ କୁ ହତ୍ୟା କଳା ଭାଇ,ହତ୍ୟା କରି ଥାନା ରେ ଆତ୍ମସମର୍ପଣ। appeared first on Odisha.News.

ଜମି ବିବାଦ କୁ କେନ୍ଦ୍ରକରି ଭାଇ କୁ ହତ୍ୟା କଳା ଭାଇ,ହତ୍ୟା କରି ଥାନା ରେ ଆତ୍ମସମର୍ପଣ।

କଳାହାଣ୍ଡି,୧୫/୦୭
ଜମି ବାଡ଼ି ବିବାଦ କୁ କେନ୍ଦ୍ର କରି ଭାଇ କୁ ହତ୍ୟା କଲା ଭାଇ । ଭାଇ ର ଟାଙ୍ଗିଆ ଆକ୍ରମଣ ରେ ଭାଇ ମୃତ l ମୃତକ ହେଲେ ଗୋକୁଳ କେତକୀ (୫୫) l କେଗାଁ ଥାନା ମହାଳିଙ୍ଗ ଗାଁ ର ଘଟଣା। ଭାଇ କୁ ହତ୍ୟା ପରେ ଭାଇ ର କେଗାଁ ଥାନା କୁ ଯାଇ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ସୂଚନା ମତେ ମହାଳିଙ୍ଗ ଗ୍ରାମର କୋଳିଆପଡା ଠାରେ ଥିବା ଏକ ବିଲ ରେ ତିନି ଜଣ ଭାଇ ମିଶି ଚାଷ କାର୍ଯ୍ୟ କରୁଥିଲେ । ତିନି ଜଣ ଭାଇଙ୍କ ମଧ୍ୟରେ ଜମିବାଡ଼ି ବିବାଦ କୁ ନେଇ ପୂର୍ବରୁ ପାଟିତୁଣ୍ଡ ହୋଇଥିଲା । ପୁଣି ଚାଷ କାର୍ଯ୍ୟ ବେଳେ ଜମି ବାଡ଼ି ବିବାଦ କଥା ଉପୁଜିଥିବା ବେଳକୁ ପ୍ରତିଶୋଧ ପରାୟଣ ହୋଇ ସାନ ଭାଇ ନିଜ ବଡ଼ ଭାଇ କୁ ଏକ ଟାଙ୍ଗିଆ ର କାଠ ସାହାଯ୍ୟରେ ମାରି ଦେଇଥିବା ଜଣାପଡିଛି । ହତ୍ୟା କରିବା ପରେ ସାନ ଭାଇ ଚିତ୍ର କେତକୀ କେଗାଁ ଥାନରେ ଯାଇ ଆତ୍ମ ସମର୍ପଣ କରିଛି । ଅନ୍ୟପଟେ ଅଭିଯୁକ୍ତ ଆତ୍ମସମର୍ପଣ କରିବା ପରେ ଅଭିଯୋଗ କୁ ଆଧାର କରି କେଗାଁ ଥାନ ପୁଲିସ ପହଞ୍ଚି ଶବ ଜବତ କରିବା ସହ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି । ଏନେଇ କେଗାଁ ଥାନାଧିକାରୀ ମୁକୁନ୍ଦ ନାୟକ ଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ତଦନ୍ତ ପରେ ସବିଶେଷ ତଥ୍ୟ ସୂଚନା ଦିଆଯିବ ବୋଳି କହିଛନ୍ତି।

The post ଜମି ବିବାଦ କୁ କେନ୍ଦ୍ରକରି ଭାଇ କୁ ହତ୍ୟା କଳା ଭାଇ,ହତ୍ୟା କରି ଥାନା ରେ ଆତ୍ମସମର୍ପଣ। appeared first on Odisha.News.