ବିଜେପି ର ସଦସ୍ୟତା ଅଭିଯାନ ରେ ସାମିଲ ହେଲେ ଧର୍ମଗଡ ବିଧାୟକ।
କଳାହାଣ୍ଡି:୦୪/୧୦ ଭାରତୀୟ ଜନତା ପାର୍ଟି ପକ୍ଷରୁ ସାରା ରାଜ୍ୟରେ ଡିଜିଟାଲ ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିବା ବେଳେ ନୂତନ ବିଜେପି ସରକାର ଶାସନ କୁ ଆସିବା ପରେ ଦଳ ର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସଦସ୍ୟତା ସଂଗ୍ରହ ଅଭିଯାନ ରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକ ର କୋକସରା ମଣ୍ଡଳ ଅନ୍ତର୍ଗତ ଗମ୍ଭାରୀଗୁଡା,ଆଇଲି, ଲଡୁଗାଁ,ସୁନାମାଲ,ସୁପାଡ଼ ଗ୍ରାମରେ ଗୁରୁବାର ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟ ଯୋଶୀ ଙ୍କ ନେତୃତ୍ୱରେ ସଦସ୍ୟତା ସଂଗ୍ରହ […] The post ବିଜେପି ର ସଦସ୍ୟତା ଅଭିଯାନ ରେ ସାମିଲ ହେଲେ ଧର୍ମଗଡ ବିଧାୟକ। appeared first on Odisha.News.

କଳାହାଣ୍ଡି:୦୪/୧୦
ଭାରତୀୟ ଜନତା ପାର୍ଟି ପକ୍ଷରୁ ସାରା ରାଜ୍ୟରେ ଡିଜିଟାଲ ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିବା ବେଳେ ନୂତନ ବିଜେପି ସରକାର ଶାସନ କୁ ଆସିବା ପରେ ଦଳ ର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସଦସ୍ୟତା ସଂଗ୍ରହ ଅଭିଯାନ ରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକ ର କୋକସରା ମଣ୍ଡଳ ଅନ୍ତର୍ଗତ ଗମ୍ଭାରୀଗୁଡା,ଆଇଲି, ଲଡୁଗାଁ,ସୁନାମାଲ,ସୁପାଡ଼ ଗ୍ରାମରେ ଗୁରୁବାର ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟ ଯୋଶୀ ଙ୍କ ନେତୃତ୍ୱରେ ସଦସ୍ୟତା ସଂଗ୍ରହ ଅଭିଯାନ କୁ ଜୋରଦାର କରାଯାଇଛି।ବିଧାୟକ ଗାଁ ରୁ ଗାଁ ବୁଲି ଜନ ସାଧାରଣ ଙ୍କୁ ଭେଟି ମୋଦି ସରକାର ଓ ଆଗାମୀ ଦିନରେ ରାଜ୍ୟରେ ବିଜେପି ମୋହନ ସରକାର ବିକଶିତ ରାଜ୍ୟ ଗଠନ ରେ ଜଣେ ଜଣେ ବିଜେପି ର ସଦସ୍ୟ ହୋଇ ଦଳ ପ୍ରତି ସମର୍ଥନ କରିବାକୁ ଲୋକଙ୍କ ଆସ୍ଥା ଲୋଡିଛନ୍ତି।ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ, ସମ୍ପାଦକ ତ୍ରିନାଥ ଶବର, ହରେକୃଷ୍ଣ ପଣ୍ଡା,ମନୋଜ କୁମାର ନାଏକ, ପଞ୍ଚାନନ ବେଶ୍ରା,ଗଣେଶ ନନ୍ଦ, ବସନ୍ତ ନାଗ, ଗୁପ୍ତେଶ୍ଵର ବାଗ, ସୁଶିଳ ପାଢ଼ୀ, ଶାରଳା ପ୍ରସାଦ ପ୍ରଧାନୀ, ନରେନ୍ଦ୍ର ପ୍ରଧାନୀ, ସୌମ୍ୟ ରଞ୍ଜନ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ।
The post ବିଜେପି ର ସଦସ୍ୟତା ଅଭିଯାନ ରେ ସାମିଲ ହେଲେ ଧର୍ମଗଡ ବିଧାୟକ। appeared first on Odisha.News.