ୟୁକେରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ଲଣ୍ଡନ,୭ା୬: ଆସନ୍ତା ୨୦ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ଟିମ୍‌ ଇଣ୍ଡିଆ ଶନିବାର ୟୁକେରେ ପହଞ୍ଚିଛି। ଏହି ଟେଷ୍ଟ ସିରିଜ ସହ ଉଭୟ ଦଳ ୨୦୨୫-୨୭ ଆଇସିସି ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ ସାଇକେଲରେ ସେମାନଙ୍କର ଅଭିଯାନ ଆରମ୍ଭ କରିବେ। ଟିମ୍‌ ଇଣ୍ଡିଆର ସଦସ୍ୟମାନେ ଶୁକ୍ରବାର ରାତିରେ ମୁମ୍ବାଇରୁ ୟୁକେ ଅଭିମୁଖେ ଫ୍ଲାଇଟ୍‌ ଧରିଥିଲେ। ଶୁବମନ ଗିଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳରେ ଅନେକ ଯୁବ ଖେଳାଳି ସ୍ଥାନ ପାଇଛନ୍ତି। […] The post ୟୁକେରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ appeared first on Dharitri Odia News.

ୟୁକେରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ଲଣ୍ଡନ,୭ା୬: ଆସନ୍ତା ୨୦ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ଟିମ୍‌ ଇଣ୍ଡିଆ ଶନିବାର ୟୁକେରେ ପହଞ୍ଚିଛି। ଏହି ଟେଷ୍ଟ ସିରିଜ ସହ ଉଭୟ ଦଳ ୨୦୨୫-୨୭ ଆଇସିସି ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ ସାଇକେଲରେ ସେମାନଙ୍କର ଅଭିଯାନ ଆରମ୍ଭ କରିବେ।

ଟିମ୍‌ ଇଣ୍ଡିଆର ସଦସ୍ୟମାନେ ଶୁକ୍ରବାର ରାତିରେ ମୁମ୍ବାଇରୁ ୟୁକେ ଅଭିମୁଖେ ଫ୍ଲାଇଟ୍‌ ଧରିଥିଲେ। ଶୁବମନ ଗିଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳରେ ଅନେକ ଯୁବ ଖେଳାଳି ସ୍ଥାନ ପାଇଛନ୍ତି।

ସିରିଜ୍‌ର ପ୍ରଥମ ଟେଷ୍ଟ ଲିଡ୍ସଠାରେ ୨୦ରୁ ଖେଳାଯିବ। ଏହାପରେ ବର୍ମିଂହାମ(ଜୁଲାଇ ୨-୬), ଲଡର୍‌ସ (ଜୁଲାଇ ୧୦-୧୪), ମାଞ୍ଚେଷ୍ଟର (ଜୁଲାଇ ୨୩-୨୭) ଓ ଦି ଓଭାଲ (ଅଗଷ୍ଟ ୪-୮)ରେ ପରବର୍ତ୍ତୀ ୪ ମ୍ୟାଚ୍‌ ଖେଳାଯିବ।

The post ୟୁକେରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ appeared first on Dharitri Odia News.