ମାଡ଼ି ଆସୁଛି କି ମହାମାରୀ କୋଭିଡ ୨.୦ ? ସାରା ବିଶ୍ୱରେ ଛନକା

କନକ ବ୍ୟୁରୋ : ପୁଣି ମାଡ଼ି ଆସୁଛି କି କରୋନା । ଚୀନରୁ ଆସିଛି ଏହି ଚିନ୍ତା ଜନକ ଖବର । ଉହାନ ସହରରେ କରୋନାର ନୂଆ ପ୍ରଜାତି ଚିହ୍ନଟ ହୋଇଛି । ବାଦୁଡି ଶରୀରରେ ଚିହ୍ନଟ ଏହି ଭୂତାଣୁ ମଣିଷକୁ କୋଭି-୧୯ ଭଳି ସଂକ୍ରମିତ କରିବା ସମ୍ଭାବନା ରହିଛି । ଚୀନ ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ପରେ ସାରା ବିଶ୍ୱ ଏବେ ସତର୍କ ହୋଇଛନ୍ତି । ପୁଣି ମାଡି ଆସିବ କି ଚାରି ବର୍ଷ ତଳେ ସାରା ବିଶ୍ୱରେ ହାହାକାର ଖେଳାଇ ଦେଇଥିବା ମହାମାରୀ କରୋନା ? ଏ ଭୟ ବି ସ୍ୱାଭାବିକ । କାରଣ ଯେଉଁ ଚୀନରୁ କରୋନା ସାରା ବିଶ୍ୱକୁ ନିଆଁ ଭଳି ମାଡ଼ିଯାଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା । ସେହି ଚୀନରେ ପୁଣି କରୋନାର ନୂଆ ପ୍ରଜାତି ଚିହ୍ନଟ ହୋଇଛି । ଏହି ଖବର ବିଶ୍ୱର ବିଭିନ୍ନ ରାଷ୍ଟ୍ର ସମେତ ସମସ୍ତଙ୍କ ଛାତିକୁ ଧଡ଼ଧଡ କରିଦେଇଛି । ଏହି ନୂଆ ଭୂତାଣୁର ନାଁ ଏଚକେୟୁ-୫ କୋଭ୍-୨ । ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଲ୍ୟାବରେ ନୂଆ ପ୍ରଜାତିର ଭୂତାଣୁ ଠାବ ହୋଇଛି । ବାଦୁଡି ଶରୀରରେ ଚିହ୍ନଟ ନୂଆ ଭୂତାଣୁ ମଣିଷ କୋଷକୁ କୋଭିଡ-୧୯ ଭଳି ସଂକ୍ରମିତ କରିପାରିବ । ସଂକ୍ରମିତ ବାଦୁଡି ସଂସ୍ପର୍ଶରେ ଆସିଲେ ମଣିଷକୁ ସଂକ୍ରମିତ ସମ୍ଭାବନା ରହିଛି । ଆକ୍ରାନ୍ତ ବାଦୁଡିର ମଳ, ମୂତ୍ର, ଛେପ ସଂସ୍ପର୍ଶରେ ଆସିଲେ ସଂକ୍ରମଣ ହୋଇପାରେ । ସଂକ୍ରମିତ ବାଡୁଡ଼ି ମାଂସ ଖାଇଲେ ମଣିଷକୁ ଡେଇଁବା ସମ୍ଭାବନା ଅଧିକ ରହିଛି । ଏଥିପାଇଁ ଏହି ନୂଆ ଭୂତାଣୁ ଆଗକୁ ମାନବ ସ୍ୱାସ୍ଥ୍ୟ ପା

ମାଡ଼ି ଆସୁଛି କି ମହାମାରୀ କୋଭିଡ ୨.୦ ? ସାରା ବିଶ୍ୱରେ ଛନକା

କନକ ବ୍ୟୁରୋ : ପୁଣି ମାଡ଼ି ଆସୁଛି କି କରୋନା । ଚୀନରୁ ଆସିଛି ଏହି ଚିନ୍ତା ଜନକ ଖବର । ଉହାନ ସହରରେ କରୋନାର ନୂଆ ପ୍ରଜାତି ଚିହ୍ନଟ ହୋଇଛି । ବାଦୁଡି ଶରୀରରେ ଚିହ୍ନଟ ଏହି ଭୂତାଣୁ ମଣିଷକୁ କୋଭି-୧୯ ଭଳି ସଂକ୍ରମିତ କରିବା ସମ୍ଭାବନା ରହିଛି । ଚୀନ ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ପରେ ସାରା ବିଶ୍ୱ ଏବେ ସତର୍କ ହୋଇଛନ୍ତି ।

ପୁଣି ମାଡି ଆସିବ କି ଚାରି ବର୍ଷ ତଳେ ସାରା ବିଶ୍ୱରେ ହାହାକାର ଖେଳାଇ ଦେଇଥିବା ମହାମାରୀ କରୋନା ? ଏ ଭୟ ବି ସ୍ୱାଭାବିକ । କାରଣ ଯେଉଁ ଚୀନରୁ କରୋନା ସାରା ବିଶ୍ୱକୁ ନିଆଁ ଭଳି ମାଡ଼ିଯାଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା । ସେହି ଚୀନରେ ପୁଣି କରୋନାର ନୂଆ ପ୍ରଜାତି ଚିହ୍ନଟ ହୋଇଛି । ଏହି ଖବର ବିଶ୍ୱର ବିଭିନ୍ନ ରାଷ୍ଟ୍ର ସମେତ ସମସ୍ତଙ୍କ ଛାତିକୁ ଧଡ଼ଧଡ କରିଦେଇଛି ।

ଏହି ନୂଆ ଭୂତାଣୁର ନାଁ ଏଚକେୟୁ-୫ କୋଭ୍-୨ । ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଲ୍ୟାବରେ ନୂଆ ପ୍ରଜାତିର ଭୂତାଣୁ ଠାବ ହୋଇଛି । ବାଦୁଡି ଶରୀରରେ ଚିହ୍ନଟ ନୂଆ ଭୂତାଣୁ ମଣିଷ କୋଷକୁ କୋଭିଡ-୧୯ ଭଳି ସଂକ୍ରମିତ କରିପାରିବ । ସଂକ୍ରମିତ ବାଦୁଡି ସଂସ୍ପର୍ଶରେ ଆସିଲେ ମଣିଷକୁ ସଂକ୍ରମିତ ସମ୍ଭାବନା ରହିଛି । ଆକ୍ରାନ୍ତ ବାଦୁଡିର ମଳ, ମୂତ୍ର, ଛେପ ସଂସ୍ପର୍ଶରେ ଆସିଲେ ସଂକ୍ରମଣ ହୋଇପାରେ । ସଂକ୍ରମିତ ବାଡୁଡ଼ି ମାଂସ ଖାଇଲେ ମଣିଷକୁ ଡେଇଁବା ସମ୍ଭାବନା ଅଧିକ ରହିଛି । ଏଥିପାଇଁ ଏହି ନୂଆ ଭୂତାଣୁ ଆଗକୁ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକ ମାନେ ଆଶଙ୍କା କରିଛନ୍ତି ।

କରୋନାର ନୂଆ ପ୍ରଜାତି ଏଚକେୟୁ-୫ କୋଭ୍-୨ କୋଭିଡ-୧୯ ଭଳି ପଶୁ ପକ୍ଷୀ ଦେହରୁ ମଣିଷକୁ ସଂକ୍ରମଣ କରିପାରିବ । ତେବେ ମଣିଷ ସମାଜ ଉପରେ ଏହାର ପ୍ରଭାବ କେମିତି ରହିବ ସେନେଇ ବୈଜ୍ଞାନିକଙ୍କ ଗବେଷଣା ଜାରି ରହିଛି । ଲ୍ୟାବ ରିପୋର୍ଟ ଅନୁସାରେ ମଣିଷ ଏହି ନୂଆ ଭୂତାଣୁରେ ସଂକ୍ରମିତ ହେଲେ ଜ୍ୱର, କାଶ, ଛିଙ୍କ, କଫ, ସର୍ଦ୍ଦି, ଥକ୍କାପଣ, ଭୋକ ନଲାଗିବା, ଥଣ୍ଡା ଲାଗିବା, ନିଶ୍ୱାସ-ପ୍ରଶ୍ୱାସ ନେବାରେ କଷ୍ଟ, ଝାଡା ବାନ୍ତି ଭଳି ଲକ୍ଷଣ ଦେଖା ଦେଇପାରେ । ତେବେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହେଲେ କରୋନା ସମୟ ଭଳି ସଚେତନତା ଓ ସତର୍କତା ଜରୁରୀ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଚୀନରେ କରୋନାର ନୂଆ ପ୍ରଜାତି ଚିହ୍ନଟ ଖବର ସମସ୍ତଙ୍କୁ ଭିତରେ ଭିତରେ ଦୋହଲାଇ ଦେଇଛି । ତେବେ ଏହାକୁ ନେଇ ଚିନ୍ତା ଓ ଭୟ କରିବା ଅପେକ୍ଷା ସଚେତନ ଓ ସତର୍କ ହେଲେ କରୋନାର ସମ୍ଭାବ୍ୟ ବିପଦକୁ ଦୁରେଇ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।