ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା; ଜାଣନ୍ତୁ, କ’ଣ କରିବେ ଓ କ’ଣ ନ କରିବେ

ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ଡିପ୍ ଡିପ୍ରେସନ୍। ଆଜି ତାହା ବାତ୍ୟାରେ ପରିଣତ ହେବ।

ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା; ଜାଣନ୍ତୁ, କ’ଣ କରିବେ ଓ କ’ଣ ନ କରିବେ

ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ଡିପ୍ ଡିପ୍ରେସନ୍। ଆଜି ତାହା ବାତ୍ୟାରେ ପରିଣତ ହେବ। କାଲି ଭୀଷଣ ରୂପ ନେଇ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ। ଏହି ସମୟରେ ବିଭିନ୍ନ ଜିଲ୍ଲାରେ ଭୀଷଣ ବର୍ଷା ସହ ପବନ ହେବ । ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଏହି ସମୟରେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟର ସୁରକ୍ଷା ପ୍ରତି ବି ଧ୍ୟାନ ଦିଅନ୍ତୁ। ତେବେ ଆସନ୍ତୁ ଜାଣିବା ବାତ୍ୟା ସମୟରେ କ’ଣ କରିବେ ଓ କ’ଣ କରିବେ ନାହିଁ ।

 ଆସନ୍ତୁ ଜାଣିବା, ବାତ୍ୟା ସମୟରେ କ’ଣ କରିବେ

• କଚ୍ଚା ଘର ଥିଲେ ତାକୁ ସୁରକ୍ଷିତ କରନ୍ତୁ, ଜରି ପାଲ ଘୋଡ଼ାଇ ରଖନ୍ତୁ ।

 • ଘର ବିପଦସଙ୍କୁଳ ଥିଲେ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଆନ୍ତୁ। 

  • ବଡ଼ ଗଛର ଡାଳ ବିପଦ ସଙ୍କୁଳ ଥିଲେ ବାତ୍ୟା ପୂର୍ବରୁ କାଟି ନିଅନ୍ତୁ।

  • ବିଦ୍ୟୁତ ଖୁଣ୍ଟ କିମ୍ବା ଘରକୁ ଲାଗି ଅନ୍ୟ କୌଣସି ବିପଦପୂର୍ଣ୍ଣ ସାମଗ୍ରୀ ଥିଲେ ହଟାଇ ନିଅନ୍ତୁ।

   • ପାଖରେ ମହମବତୀ, ଚୁଡ଼ା ସମେତ ମହଜୁତ ରଖନ୍ତୁ ଶୁଖିଲା ଖାଦ୍ୟ।

   • ବାତ୍ୟା ଲ୍ୟାଣ୍ଡଫଲ ପୁର୍ବରୁ ସୁରକ୍ଷିତ ସ୍ଥାନ ବାଛନ୍ତୁ।

    • ଛୋଟ ଛୁଆ, ବୟସ୍କ ଓ ରୋଗୀଙ୍କୁ ଅଧିକ ଗୁରୁତ୍ବ ଦିଅନ୍ତୁ।

      • ଆବଶ୍ୟକ ମେଡିସିନ୍ ପାଖରେ ରଖନ୍ତୁ ।

      • ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ରଖିବା ବ୍ୟବସ୍ଥା ସମୟ ପୂର୍ବରୁ କରି ନିଅନ୍ତୁ।

       • ନିଜ ଫୋନକୁ ଆବଶ୍ୟକ ମୁତାବକ ଚାର୍ଜ କରି ରଖନ୍ତୁ ।

       • ବାତ୍ୟା ସ୍ଥିତି ସମ୍ପର୍କରେ ଜାଣିବାକୁ ରେଡ଼ିଓ ଶୁଣନ୍ତୁ।

      • ଘରର ବିଜୁଳି ଓ ଗ୍ୟାସ୍ ସଂଯୋଗ କାଟି ଦିଅନ୍ତୁ ।

       • ଫୁଟା ଓ ବିଶୁଦ୍ଧ ପାଣି ପିଅନ୍ତୁ।

       • ନିଜେ ସୁରକ୍ଷିତ ରହି ଅନ୍ୟକୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତୁ ।

ଜାଣନ୍ତୁ, ଏହି ସମୟରେ କଣ କରିବେ ନାହିଁ

• ବାତ୍ୟା ବେଳେ ଅଥବା ଲ୍ୟାଣ୍ଡଫଲ୍ ବେଳେ ଘରୁ ବାହାରକୁ ବାହାରନ୍ତୁ ନାହିଁ

• ଅସୁରକ୍ଷିତ ଘର କିମ୍ବା କୋଠାକୁ ଯାଆନ୍ତୁ ନାହିଁ

• ସମୁଦ୍ର କୂଳକୁ ଯାଆନ୍ତୁ ନାହିଁ

• କୌତୁହଳ ଅପେକ୍ଷା ନିଜ ଜୀବନ ବେଶ ଗୁରୁତ୍ୱପୂର୍ଣ୍ଣ, ତେଣୁ ସତର୍କତା ଅବଲମ୍ବନ କରନ୍ତୁ

• ଅଯଥାରେ ବଜାରରୁ ଅଧିକ ଖାଦ୍ୟ ସାମଗ୍ରୀ କିଣନ୍ତୁନି

• ଗୁଜବକୁ ବିଶ୍ୱାସ ନ କରି ସରକାରଙ୍କ ନିର୍ଦ୍ଦେଶନାମା ପାଳନ କରନ୍ତୁ