‘କ୍ରିକେଟ୍‌ର ଭଗବାନ’ ବି ହେଲେ ଡିପ୍‌ଫେକ୍‌ର ଶିକାର; ତ୍ବରିତ କାର୍ଯ୍ୟାନୁଷ୍ଠାନ ଦାବି କରି କହିଲେ..

ନୂଆଦିଲ୍ଲୀ: ଡିପ୍‌ଫେକ୍‌ ଭିଡିଓର ଶିକାର ହେଲେ ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ ତେନ୍ଦୁଲକର। ପୂର୍ବରୁ ଅନେକ ସେଲିବ୍ରିଟିଙ୍କ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ତେନ୍ଦୁଲକରଙ୍କ ନାଁ ସେହି ତାଲିକାରେ ସାମିଲ ହୋଇଯାଇଛି। ସାମାଜିକ ଗଣମାଧ୍ୟମରେ ତେନ୍ଦୁଲକରଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଏକ ଗେମିଙ୍ଗ୍‌ ଆପ୍‌ର ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସଚିନ୍ କେବଳ ଆପକୁ ସମର୍ଥନ କରୁଥିବା ପ୍ରଦର୍ଶିତ କରାଯାଇନାହିଁ ବରଂ ମିଥ୍ୟା ଦାବି କରାଯାଇଛି […]

‘କ୍ରିକେଟ୍‌ର ଭଗବାନ’ ବି ହେଲେ ଡିପ୍‌ଫେକ୍‌ର ଶିକାର; ତ୍ବରିତ କାର୍ଯ୍ୟାନୁଷ୍ଠାନ ଦାବି କରି କହିଲେ..

ନୂଆଦିଲ୍ଲୀ: ଡିପ୍‌ଫେକ୍‌ ଭିଡିଓର ଶିକାର ହେଲେ ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ ତେନ୍ଦୁଲକର। ପୂର୍ବରୁ ଅନେକ ସେଲିବ୍ରିଟିଙ୍କ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ତେନ୍ଦୁଲକରଙ୍କ ନାଁ ସେହି ତାଲିକାରେ ସାମିଲ ହୋଇଯାଇଛି। ସାମାଜିକ ଗଣମାଧ୍ୟମରେ ତେନ୍ଦୁଲକରଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଏକ ଗେମିଙ୍ଗ୍‌ ଆପ୍‌ର ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସଚିନ୍ କେବଳ ଆପକୁ ସମର୍ଥନ କରୁଥିବା ପ୍ରଦର୍ଶିତ କରାଯାଇନାହିଁ ବରଂ ମିଥ୍ୟା ଦାବି କରାଯାଇଛି ଯେ, ତାଙ୍କ ଝିଅ ସାରା ଏହି ଆପ୍‌ରୁ ଆର୍ଥିକ ଲାଭ ଉଠାଉଛନ୍ତି।

ମାଷ୍ଟର ବ୍ଲାଷ୍ଟର ନିକଟରେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଟେକ୍ନୋଲୋଜିର ଅପବ୍ୟବହାର ଚିନ୍ତାଜନକ ବୋଲି କହିଛନ୍ତି। ପୋଷ୍ଟ ଜରିଆରେ ସେ ପ୍ରଶଂସକମାନଙ୍କୁ ସୋସିଆଲ ମିଡିଆ ପ୍ରତି ସତର୍କ ରହିବାକୁ କହିବା ସହ ଭୁଲ୍‌ ତଥ୍ୟ ପ୍ରଚାର ବିରୋଧରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି।


ସଚିନ ଡିପ୍‌ଫେକ୍‌ ଭିଡିଓ ଶେୟାର କରି ଲେଖିଛନ୍ତି, ଏହି ଭିଡିଓ ନକଲି। ଟେକ୍ନୋଲୋଜିର ଏତେ ବଡ଼ ଅପବ୍ୟବହାର ଚିନ୍ତାଜନକ। ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ବହୁ ସଂଖ୍ୟାରେ ଏହି ଭିଡିଓ, ବିଜ୍ଞାପନ ଓ ଆପ୍‌କୁ ରିପୋର୍ଟ କରନ୍ତୁ। ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକୁ ଅଭିଯୋଗ ପ୍ରତି ସତର୍କ ଏବଂ ପ୍ରତିକ୍ରିୟାଶୀଳ ହେବା ଆବଶ୍ୟକ। ଭୁଲ ତଥ୍ୟ ଏବଂ ଡିପ୍‌ଫେକ୍‌ର ପ୍ରସାରକୁ ରୋକିବା ପାଇଁ ସେମାନଙ୍କ ତରଫରୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।