ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ୬ ଇନ୍‌ଡୋର ଏକାଡେମି କରିବ ବିସିସିଆଇ

ନୂଆଦିଲ୍ଲୀ: ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବିସିସିଆଇ ପକ୍ଷରୁ ୬ଟି ଇନ୍‌ଡୋର ଏକାଡେମି ଆରମ୍ଭ କରାଯିବ। ଏଥିପାଇଁ ସମ୍ପାଦକ ଜୟ ଶାହା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ କରିଥିବା ପୋଷ୍ଟ୍ରେ ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମରେ କ୍ରିକେଟର ଉନ୍ନତି ପାଇଁ ବିସିସିଆଇ ଏହି ପଦକ୍ଷେପ ନେଇଥିବା ଜୟ କହିଛନ୍ତି। ଆସାମ, ବେଙ୍ଗଲ, ଝାଡ଼ଖଣ୍ଡ ଭଳି ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଯେପରି ଭିତ୍ତିଭୂମି ସୁଦୃଢ଼ ରହିଛି, ସେଭଳି ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡିକରେ କରାଯିବାକୁ ବିସିସିଆଇ ଲକ୍ଷ୍ୟ ରଖିଛି। […]

ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ୬ ଇନ୍‌ଡୋର ଏକାଡେମି କରିବ ବିସିସିଆଇ

ନୂଆଦିଲ୍ଲୀ: ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବିସିସିଆଇ ପକ୍ଷରୁ ୬ଟି ଇନ୍‌ଡୋର ଏକାଡେମି ଆରମ୍ଭ କରାଯିବ। ଏଥିପାଇଁ ସମ୍ପାଦକ ଜୟ ଶାହା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ କରିଥିବା ପୋଷ୍ଟ୍ରେ ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମରେ କ୍ରିକେଟର ଉନ୍ନତି ପାଇଁ ବିସିସିଆଇ ଏହି ପଦକ୍ଷେପ ନେଇଥିବା ଜୟ କହିଛନ୍ତି। ଆସାମ, ବେଙ୍ଗଲ, ଝାଡ଼ଖଣ୍ଡ ଭଳି ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଯେପରି ଭିତ୍ତିଭୂମି ସୁଦୃଢ଼ ରହିଛି, ସେଭଳି ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡିକରେ କରାଯିବାକୁ ବିସିସିଆଇ ଲକ୍ଷ୍ୟ ରଖିଛି। ଇନ୍ଡୋର ଏକାଡେମି ସହିତ ମିଜୋରାମରେ ଏକ ନୂଆ ପ୍ୟାଭିଲିଅନ୍ ଖୋଲାଯାଉଥିବା ନେଇ ଶାହ ସୂଚନା ଦେଇଛନ୍ତି। ଏହି ଇନ୍‌ଡୋର ଏକାଡେମି ଗୁଡ଼ିକରେ ବିଶ୍ବସ୍ତରୀୟ ନେଟ୍ସ, ସୁଇମିଂ ପୁଲ୍, ଫିଟ୍ନେସ୍ ସେଣ୍ଟର ଉପଲବ୍ଧ ରହିବ।